ପୂର୍ବତନ ତିର୍ତୋଲ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ

ଜଗତ୍‌ସିଂହପୁର,୦୫/୦୯:  ଜଗତ୍‌ସିଂହପୁର ଜିଲ୍ଲା ତିର୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ କଟକର ଏକ ଘରୋଇ ହସପିଟାଲରେ ଗତ କାଲି ରାତ୍ର ପ୍ରାୟ ୦୧ ଘଟିକା ୩୮ ମିନିଟ୍ ସମୟରେ ହୃଦ୍‌ଘାତରେ ପରଲୋକ ହୋଇଥିବାର ଜଣାଯାଇଛି । ତାଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଛି । ସୂଚନା ଓ ଲୋକ ସଂର୍ପକ ଏବଂ ଜଳ ସଂପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତ୍‌ସିଂହପୁର ସାଂସଦ ଡ଼ା. ରାଜଶ୍ରୀ ମଲ୍ଲିକ, ଓଡ଼ିଶା ମୋ’ ପରିବାରର ପର୍ଯ୍ୟବେକ୍ଷକ ଡ଼ା. ସୁରେନ୍ଦ୍ରନାଥ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ଯୋଜନା ବୋର୍ଡର ଉପଧ୍ୟକ୍ଷା ଡେଜାଲିନ ମହାପାତ୍ର, ରଘୁନାଥପୁର ବ୍ଲକ୍ ବିଜେଡି ସଭାପତି ଦେବାଶିଷ ତ୍ରପାଠୀ, ଗୈାତମ ପାଲିତ୍‌, ସମାଜସେବୀ ଯୁଧିଷ୍ଠିର ସେଠୀ, ଶାରଦା ସାହୁ, ବିରିଡି ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ସ୍ୱଦେଶ ଦାସ, ଅନୀଲ ମହାନ୍ତି, ରବୀନ୍ଦ୍ରନାଥ ସ୍ୱାଇଁ, ରାଜେନ୍ଦ୍ର ବେହେରା, କିରଣ କୁମାର, ରଘୁନାଥପୁର ଆତ୍ମାର ଅଧ୍ୟକ୍ଷ ପରମାନନ୍ଦ ସ୍ୱାଇଁ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରି ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ନେତୃମଣ୍ଡଳୀ ତାଙ୍କ ଗ୍ରାମକୁ ଯାଇ ଏକମାତ୍ର ୧୨ ବର୍ଷର ପିତୃମାତୃ ଛେଉଣ୍ଡ କନ୍ୟାକୁ ଭେଟି ସାନ୍ତ୍ୱନା ଦେଇଥିଲେ । ସୂଚନାଯୋଗ୍ୟ, ଆଜକୁ ପ୍ରାୟ ୦୩ ତଳୁ ପୂର୍ବତନ ବିଧାୟକ ୰ ଭୋଇଙ୍କ ସହଧର୍ମିଣୀଙ୍କ ଦେହାନ୍ତ ହୋଇଥିଲା । ୰ ଶ୍ରୀ ଭୋଇଙ୍କ ଗ୍ରାମ ବିରିଡି ବ୍ଲକ୍ ଅର୍ନ୍ତଗତ ବାଲିଆ ଗ୍ରାମରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ପ୍ରକାଶଥାଉକି, ଶ୍ରୀ ଭୋଇ ବିଜେଡି ଟିକେଟରେ ଲଢ଼ି ବିଜୟୀ ହୋଇ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ । ସେ ଜଣେ ଉଚ୍ଚ ଶିକ୍ଷିତ, ସରଳ, ଜନପ୍ରିୟ ନେତା ଥିଲେ । ସେ ଡାଇବେଟିସ, ହୃଦ୍‌ରୋଗ ଆଦି ବହୁ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଗତ କାଲି ରାତ୍ରୀରେ ତାଙ୍କର ୫୪ ବର୍ଷ ବୟସରେ ହୃଦ୍‌ଘାତ ହେତୁ ପରଲୋକ ହୋଇଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close