ଏସ.ପି ନନ୍ଦ ପାଠାଗାରର ୨୧ତମ ବାର୍ଷିକୋତ୍ସବ ଓ ଗୁରୁ ଦିବସ ପାଳିତ
ବ୍ୟାସନଗର,୦୫/୦୯: ସ୍ଥାନୀୟ ବ୍ୟାସନଗର ପୈାର ପରିଷଦ ଫେରୋକ୍ରୋମ କଲୋନି ଗେଟ୍ ଠାରେ ଅବସ୍ଥିତ ତଥା ‘ଉଦୟବଟ’ ପରିଚାଳିତ ଏସ. ପି ନନ୍ଦ ପାଠାଗାରର ଏକବିଂଶତମ ବାର୍ଷିକୋତ୍ସବ ଏବଂ ଗୁରୁ ଦିବସ ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ମୁଖ୍ୟ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଉଦ୍ଘାଟନ କରି କହିଥିଲେ ଯେ ଏହି ଅଂଚଳରେ ଶିକ୍ଷା ଓ ସୂଚନାର ପ୍ରସାର ଦିଗରେ ଏସ. ପି ନନ୍ଦ ପାଠାଗାର ଦୀର୍ଘ ୨୧ ବର୍ଷ ଧରି ପ୍ରଚେଷ୍ଟା ଜାରୀ ରଖିଥିବାରୁ ସେ ଏହାର ଉଚ୍ଚ ପ୍ରଂଶସା କରିଥିଲେ । ଏଠାରେ ଗୁରୁ ଦିବସ ମଧ୍ୟ ପାଳିତ ହୋଇଥିଲା । ଏଥିରେ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ, ‘ଏସ. ପି ନନ୍ଦ ପାଠାଗାର’ ଇଲେକ୍ଟ୍ରୋନିକ ଯୁଗରେ ତିଷ୍ଠି ରହି ପାଠକୀୟ ଆଦୃତ ସୃଷ୍ଟି କରିବା ଦିଗରେ ଚେଷ୍ଟିତ ଥିବା ଭଲ ପରମ୍ପରା । ଏଥିରେ ବର୍ଷିଆନ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ୍, ଆଇନଜୀବୀ ଦୀପକ ସେନଗୁପ୍ତା, ଶିକ୍ଷକ ସୈାଭାଗ୍ୟ ମୁଦୁଲି ପ୍ରମୁଖ ଯୋଗ ଦେଇ ‘ଉଦୟବଟ’ ଓ ‘ଏସ. ପି ନନ୍ଦ ପାଠାଗାର’ର ବିଭିନ୍ନ ସେବାମୂଳକ ଓ ସାମାଜିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମରେ ସୁମନ ରାୟ, ଅଭିଷେକ ମଲ୍ଲ, ସୁମନ୍ତ ରାଉତ, ଗୋଲାପ ମଲ୍ଲିକ, କାଂଚନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍ପ୍ରଭା ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।