ଯାଜପୁରରୋଡ଼ କୁସୁନପୁର ସ୍ଥିତ ଜି ସ୍କୁଲ ତଥା ଜୁନିୟର ରେଡ଼କ୍ରସ ଓଡ଼ିଶା ଶାଖା ତରଫରୁ ବନ୍ୟା ବିପନ୍ନଙ୍କୁ ସହାୟତା

ଯାଜପୁର ରୋଡ଼ , ୩/୯ : ଯାଜପୁର ଜିଲ୍ଲାର ଅନେକାଂଶ ଅଞ୍ଚଳ ଲଘୁଚାପଜନିତ ବର୍ଷା ଯୋଗୁଁ ଜଳମଗ୍ନ ହେବାଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ବନ୍ୟା ଜଳ ଗାଁ ଗଣ୍ଡାରେ ପଶିଯିବା ଫଳରେ ଲୋକମାନଙ୍କର ସ୍ଥିତି ଶୋଚନୀୟ ହୋଇପଡିଛି । ଦୀର୍ଘ ଦିନ ଧରି ଜଳବନ୍ଦୀରେ ରହିବାଦ୍ୱାରା ଅନେକ ସମସ୍ୟା ଉପୁଜିଥିବା ପ୍ରକାଶ ପାଇଛି । ଏଭଳି କିଛି ଅଞ୍ଚଳବାସୀଙ୍କୁ ସହାୟତା ପାଇଁ ହାତ ବଢ଼ାଇଛି ଯାଜପୁରରୋଡ଼ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ତଥା ଜୁନିୟର ରେଡ଼କ୍ରସ ଓଡ଼ିଶା ଶାଖା । ରମାଦେବୀ ଗୋପବନ୍ଧୁ ଆଶ୍ରମ ତଦାରଖରେ ଏବଂ ଯାଜପୁର ଡ଼ି ଇଓ କୃଷ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ତଥା ଡ଼ି ଇ ଓ କାର୍ଯ୍ୟକାରୀ ସହଯୋଗୀ ମିହୀର ରଂଜନ ନାୟକ ,ଯାଜପୁର ରୋଡ଼ ଜି ସ୍କୁଲର କାର୍ୟକର୍ତା ,ଏଚ ଆର ନିର୍ମଳ ଚନ୍ଦ୍ର ରଣା ,ଉଦୟନାଥ ଓଝା , ଆର୍ୟନ ରାଉତ,  ଅଧ୍ୟାପକ, ସ୍କାଉଟର ତଥା କାଉନସିଲର ଶ୍ରୀମନ୍ତ କୁମାର ରାୟ , ଅନ୍ୟାନ୍ୟ ସ୍କାଉଟର ସ୍ବେଚ୍ଛାସେବୀ ଦଳ ପ୍ରମୁଖ ଯୋଗଦେଇ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଥିଲେ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ  ବରୀ, ବାରଦା , ସାହାସପୁର, ଔରଙ୍ଗାବାଦ , ଆଦି ଗ୍ରାମ ଗୁଡିକୁ ଗ୍ରସ୍ତକରି ପ୍ରାୟ ୨୦୦ ଶହ ପରିବାରକୁ ଏହି ଦୁଃଖ ସମୟରେ ଭେଟି ସମବେଦନା ଜଣାଇବା ସହ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close