ପାଣିକୋଇଲି ଛକ ରାଜପଥରେ ଆଣ୍ଠୁଏ ଖାଲ, ବଢୁଛି ଦୁର୍ଘଟଣା; ବିଭାଗ ନିରବଦ୍ରଷ୍ଟା

କୋରେଇ, (ରାମଚନ୍ଦ୍ର ବାରିକଙ୍କ ଠାରୁ): ଯାଜପୁର ଜିଲ୍ଲାର ପାଣିକୋଇଲି ବଜାର ୪-୫ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମଧ୍ୟ ସ୍ଥଳୀ । ଏହି ବଜାରର ଗୋଲେଇ ବା ୨୦ ନମ୍ବର ଜାତୀୟ ରାଜପଥର ଉତ୍ପନ ସ୍ଥଳରେ ସୃଷ୍ଟି ହୋଇଛି ବଡ ବଡ ଖାଲ । ଏହା ଯୋଗୁ ପ୍ରତ୍ୟହ କେବଳ ଦୁର୍ଘଟଣା ଘଟୁନି ବରଂ ଏଥି ପାଇଁ ଧନ ଜୀବନ ହାନୀର ଆଶଙ୍କା ବି ରହିଛି । ପ୍ରତ୍ୟହ ବହୁ ଗାଡି ଓ ମୋଟର ବାଇକ୍ ଆରୋହୀ ଆଦିମାନେ ଏହି ଖାଲ ଗୁଡିକରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ନିରବଦ୍ରଷ୍ଟା ସାଜିଛନ୍ତି । ପାଣିକୋଇଲି ହାଇସ୍କୁଲ ସାମ୍ନାରେ ପ୍ରଥମରୁ ଖାଲ ଯେତିକି ହୋଇଥିଲା ତାର ମରାମତି ନ ହେବାରୁ ଏବଂ ଗତ କିଛି ଦିନର ଲଗାଣ ବର୍ଷା ଯୋଗୁ ତାହା ଏବେ ବଢିଯାଇଛି । ପ୍ରତ୍ୟେହ ଏହି ରାସ୍ତାରେ ଭାରିଯାନ ହଜାର ହଜାର ସଂଖ୍ୟାରେ ଯାତାୟତ କରୁଛି । ୨୦ ନମ୍ବର ଜାତୀୟ ରାଜପଥରେ ଲୁହାପଥର ଗାଡି ଚାଲୁ ରହିଛି । ଲକ୍‌ଡାଉନ ସମୟରେ ମଧ୍ୟ ଲୁହାପଥର ଯାତାୟତ ବନ୍ଦ କରାଯାଇନ ଥିଲା । ଯାଜପୁର ଜିଲ୍ଲାର ପାଣିକୋଇଲି ବଜାର ଯେଉଁଠି ୨ଟି ରାଜପଥର ସଂଯୋଗସ୍ଥଳ ସେଠାରେ ଯଦି ଏଭଳି ଅବସ୍ଥା ଦେଖାଦିଏ ତାହେଲେ ଜିଲ୍ଲାର ଅନ୍ୟ ସ୍ଥାନର ଅବସ୍ଥା କିପରି ଥିବ ତାହା ଏଥିରୁ ସହଜରେ ଅନୁମେୟ । ମନ୍ତ୍ରୀଙ୍କ ଠାରୁ ଯନ୍ତ୍ରୀ, ଜିଲ୍ଲାପାଳଙ୍କ ଠାରୁ କିରାଣୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରାସ୍ତାରେ ଯାତାୟତ କରୁଥିଲେ ବି ବିଭାଗୀୟ ଅଧିକାରୀ ଏ ଦିଗରେ ପ୍ରଚେଷ୍ଟା କରି ଉନ୍ନତ ରାସ୍ତା ନିର୍ମାଣ ନ କରିବା ଫଳରେ ଜନସାଧାରଣ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନକୁ ଫୁ କରି ମାତ୍ର ୪୦ କିମି ଅନ୍ତରରେ ତିନୋଟି ଟୋଲଗେଟ (ହସନପୁର, ପାଣିକୋଇଲି, ଶ୍ରୀରାମପୁର)ରେ ଟୋଲ ଆଦାୟ କରାଯାଉଥିବା ବେଳେ ରାସ୍ତା ମରାମତି ପ୍ରତି ଉଦାସୀନ ରହିବା ଓ ମଜଭୂତ ରାସ୍ତା ନିର୍ମାଣ ଉପରେ ଧ୍ୟାନ ନ ଦିଆଯିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଓ ବିଡମ୍ବନାର ବିଷୟ । ତୁରନ୍ତ ଭାଙ୍ଗି ଯାଇଥିବା ରାସ୍ତାର ମରାମତି କରାଇ ପଥଚାରୀଙ୍କ ସୁରକ୍ଷା କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close