ବ୍ୟାସନଗର ଏନ. ସି ହାଇସ୍କୁଲରେ କରୋନା ପରୀକ୍ଷା ଜାରୀ, ଆଜି ୧୫୬ ଜଣଙ୍କ ସ୍ୱାବ୍ ପରୀକ୍ଷା, ୨୪ ସଂକ୍ରମିତ ଚିହ୍ନଟ

ବ୍ୟାସନଗର, ୦୩/୦୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ସ୍ଥାନୀୟ ଏନ. ସି ହାଇସ୍କୁଲରେ ଆଜି ମଧ୍ୟ କରୋନା ପରୀକ୍ଷା ହୋଇଥିଲା । ଆଜି ୧୫୬ ଜଣଙ୍କ ସ୍ୱାବ୍ ପରୀକ୍ଷା କରାଯାଇଥିବା ବେଳେ ତନ୍ମମଧ୍ୟରୁ ୨୪ ଜଣ କରୋନା ସଂକ୍ରମିତ ଠାବ ହୋଇଥିବାର ଜଣାଯାଇଛି । ସହର ଓ ଆଖପାଖ ଅଂଚଳରେ କରୋନା ବଢ଼ୁଥିବାର ଦେଖାଦେଇଛି । ଗତ କାଲି ଏଠାରେ ୭୨ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ୧୭ ଜଣ ସଂକ୍ରମିତ ବାହାରିଥିଲେ । ଗତ କାଲି ୦୨ ଜଣ ଡାକ୍ତର ସଂକ୍ରମିତ ହୋଇଥିବା ବେଳେ ଆଜି ମଧ୍ୟ ଜଣେ ଡାକ୍ତର ସଂକ୍ରମିତ ହୋଇଥିବାର ଜଣାଯାଇଛି । ଏହାଛଡ଼ା ଡ଼ାକ୍ତରଖାନା ନିକଟରେ ଥିବା ଏକ ଘରୋଇ ନସିଂହୋମର ଜଣେ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଏହାର ମାଲିକ ନସିଂହୋମକୁ ବନ୍ଦ କରିଦେଇଥିବାର ଶୁଣାଯାଉଛି । ସେହିପରି ଜିଲ୍ଲା ଚିକିତ୍ସା ଦାୟିତ୍ୱରେ ଥିବା ୦୨ ଜଣ ବରିଷ୍ଠ ଅଧିକାରୀ ସଂକ୍ରମିତ ହେବା ପରେ କଳିଙ୍ଗନଗର ସ୍ଥିତ ‘ଟାଟା ମେଡ଼ିକା’ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ପୁନଶ୍ଚ, ବ୍ୟାସନଗର ସହରର ଜନୈକ ଫଟୋ ଷ୍ଟୁଡିଓ ମାଲିକ ଯିଏକି ଜଟିଳ ଡାଇବେଟିସ, ହାର୍ଟ ରୋଗ ଆଦିରେ ପିଡୀତ ଥିଲେ ତାଙ୍କର କରୋନା ବାହାରିବା ପରେ ଟାଟା ମେଡିକା ହସପିଟାଲ ତାଙ୍କର ଅବସ୍ଥା ଜଟିଳ ଥିବାରୁ ଚିକିତ୍ସା କରିବାକୁ ମନା କରିଦେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଗତକାଲି ଭର୍ତି କରାଯାଇଥିଲା । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବାର ଖବର ପହଞ୍ଚିବା ପରେ ବ୍ୟାସନଗର (ଯାଜପୁରରୋଡ) ସହରରେ ଆଶଙ୍କା ବଢ଼ିଯାଇଛି । ତାଙ୍କର ସ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବାର ଜଣାଯାଇଛି । ଫଳତଃ ଚିକିତ୍ସା ଦାୟିତ୍ୱରେ ଥିବା ବ୍ୟାସନଗର ସହରର କେତେକ ଡ଼ାକ୍ତର ଆସନ୍ତା କାଲି ଠାରୁ ଘରୋଇ ଓ କ୍ଲିନିକାଲ ଚିକିତ୍ସା ବନ୍ଦ କରିବାର ଶୁଣାଯାଉଛି । ତେଣୁ ସହରର ଚିକିତ୍ସା ବ୍ୟବସ୍ଥା ଆଗକୁ ଭୂଷୁଡ଼ି ପଡିବାର ଆଶଙ୍କା ଦେଖାଦେଇଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଲୋକେ ଅପାଣାଛାଏ ସତର୍କ ରହିବାକୁ ମତ ପ୍ରକାଶ ପାଇବା ସଂଗେ ସଂଗେ ଅନ୍ୟାନ ରୋଗର ଚିକିତ୍ସା ପାଇଁ ବିଭିନ୍ନ ମହଲରୁ ଏଥିପାଇଁ ଚିନ୍ତା ପ୍ରକଟ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close