ବଜାରରେ ଆବଶ୍ୟକ ଜିନିଷର ଦର ହୁ ହୁ ହୋଇ ବଢ଼ିଚାଲିଛି

ଭୁବନେଶ୍ୱର ,୨/୯ : ଜନଜୀବନ ଧୀରେ ଧୀରେ ଚଳଚଞ୍ଚଳ ହେବାରେ ଲାଗିଛି , କୋଭିଡ ନିଯମର କଟକଣା ଟିକେ କୋହଳ ହେବାପରେ ରାସ୍ତାଘାଟ ଦୋକାନ ବଜାର କିଛି ମାତ୍ରାରେ ସ୍ୱାଭାବିକ ହୋଇଛି । ଆଗକୁ ରହିଛି ଓଡ଼ିଶାର ପୁରପଲ୍ଲୀରେ ଅନେକ ପର୍ବପର୍ବାଣି, କିନ୍ତୁ ଚଳଣି ପାଇଁ ଆବଶ୍ୟକ ଜିନିଷର ଦର ବୃଦ୍ଧି ପାଇବାରେ ଲାଗିଛି । ରାସନ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି । ଯେପରିକି ତେଲ , ଡାଲି, ପନିପରିବା ଆବଶ୍ୟକତା ଠାରୁ ଅଧିକ ଦାମରେ ବିକ୍ରୀ ଚାଲିଛି । ଏହାଦ୍ୱାରା ସାଧାରଣ ଜନତାଙ୍କ ଉପରେ ଶକ୍ତ ପ୍ରଭାବ ଦେଖିବାକୁ ମିଳିଛି । ଦୀର୍ଘ ଦିନର ଲକଡାଉନ ଓ ସଟଡ଼ାଉନର ପ୍ରକ୍ରିୟା ଆର୍ଥିକ ସ୍ଥିତିକୁ  ବିଗାଡି ଦେଇଥିବା ସମୟରେ ଦରଦାମ ବୃଦ୍ଧି ଚିନ୍ତାର କାରଣ ସାଜିଛି । ଦରଦାମ ବୃଦ୍ଧିର  ରୋକଥାମ ପ୍ରତି ଦୃଷ୍ଟି ଦିଆ ନ ଗଲେ ଜନଜୀବନ ଖୁବ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close