ଶ୍ରମିକ ନେତା ତଥା ରାଜ୍ୟ ବିଜେଡ଼ି ସଂପାଦକ ସନ୍ତୋଷ ପଟ୍ଟନାୟକଙ୍କ କୁଜଙ୍ଗ ବନ୍ୟା ବିପନ୍ନଙ୍କୁ ସହାୟତା

ପାରାଦୀପ, ୦୧/୦୯(ଚକ୍ରଧର ଦାଶଙ୍କ ଠାରୁ): ବିଶିଷ୍ଟ ଶ୍ରମିକ ନେତା, ସମାଜସେବୀ, ବିଜୁ ଜନତା ଦଳର ରାଜ୍ୟ ସଂପାଦକ ତଥା ନିକଟରେ ଉନ୍ନୟନ ଦାୟିତ୍ୱ ପାଇଥିବା ସନ୍ତୋଷ କୁମାର ପଟ୍ଟନାୟକ ବନ୍ୟା ପ୍ରପିଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋଚିତ ପଦକ୍ଷେପ, ବନ୍ୟା ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବାରୁ ଚଳିତ ବନ୍ୟାରେ ଜଗତ୍‌ସିଂହପୁର ଜିଲ୍ଲାରେ ଜିରୋ କାଜୁଆଲିଟି ରହିଛି । ଜିଲ୍ଲା ଓ ବ୍ଲକ ପ୍ରଶାସନମାନେ ଲୋକଙ୍କ ପାଖରେ ପହଚିଂ ସହାୟତା କରୁଛନ୍ତି । ଶ୍ରମିକ ନେତା ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ଏବଂ ଜିଲ୍ଲା ଓ ବ୍ଲକ ପ୍ରଶାସନର ଠିକଣା ପଦକ୍ଷେପ ଯୋଗୁ ଜିଲ୍ଲାରେ ବନ୍ୟା ପ୍ରପୀଡ଼ିତଙ୍କ ସମସ୍ୟା ନିୟନ୍ତ୍ରଣରେ ଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସଂଗେ ସଂଗେ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ସେ କୁଜଙ୍ଗ ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଭଣ୍ଡୁଆ, ସାହାରାଡିଆ, ବରିହାଡିଆ, ଜୟଶଙ୍ଖପୁର, ହରିପୁର, ତେରମାଣପୁର, ମାଧବପୁରଡିଆ ଆଦି ଗ୍ରାମଗୁଡିକୁ ଗ୍ରସ୍ତ କରି ପ୍ରାୟ ୩୮୦୦ ପରିବାରକୁ ଏହି ଦୁଃଖ ସମୟରେ ଭେଟି ସମବେଦନା ଜଣାଇବା ସହ ସହଯୋଗର ହାତ ବଢ଼ାଇଥିଲେ । ଏହି ଗାମମାନଙ୍କରେ ୧୦ରୁ ୨୦ ଫୁଟ ପାଣି ଜମି ରହିଥିବାରୁ ସେମାନଙ୍କୁ ସେ ଶୁଖିଲା ଖାଦ୍ୟ ଯଥା- ଚୂଡ଼ା, ଗୁଡ, ପାଉଁରୁଟି, କଦଳୀ, ବିସ୍କୁଟ ଆଦି ବଂଟନ କରିବା ସହ ସେମାନଙ୍କ ସମସ୍ୟା ସଂର୍ପକରେ ତଦାରଖ କରିଥିଲେ । ତାଙ୍କ ସହ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସଂପାଦକ ରଂଜନ କୁମାର ପଲାଇ, ପାରାଦୀପ ବନ୍ଦର ଜମିହରା କୃଷକ ସଂଘର ସଭାପତି ଚିନ୍ମୟ ଦାସ, ଅରୂପ ପଟ୍ଟନାୟକ, ଶିଶିର କୁମାର ଦାସ, ପ୍ରଭାତ ବେହେରା, କୁଲିଙ୍ଗ ସ୍ୱାଇଁ, ମିହିର କଣ୍ଠ ସାହୁ, ସମାଜସେବୀ ଭାସ୍କର ଆଚାରୀ (ବାପୁ), ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗ୍ରସ୍ତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close