ଭାରତର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶୋକ

ବ୍ୟାସନଗର, ୦୧/୦୯: ଭାରତର ମହାମାନ୍ୟ ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ‘ଉଦୟବଟ’ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନରେ ଏକ ଶୋକସଭା ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏଥିରେ ‘ଉଦୟବଟ’ର ସହ-ସଂପାଦକ ତଥା ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ସୁମିତ୍ରା ମିଶ୍ର, ଅଭିଷେକ ମଲ୍ଲ, ପ୍ରଫୁଲ୍ଲ ବାରିକ, ସୁମନ ରାୟ ପ୍ରମୁଖ ଯୋଗ ଦେଇ ୰ ମୁଖାର୍ଜୀଙ୍କୁ ସ୍ମରଣ କରିବା ସହ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସୂଚନାଯୋଗ୍ୟ, ୰ ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ୧୩ତମ ରାଷ୍ଟ୍ରପତି ଭାବେ ଅତ୍ୟନ୍ତ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ । ସେ ୨୦୦୮ରେ ପଦ୍ମବିଭୂଷଣ ଓ ୨୦୧୯ ଦେଶର ଶ୍ରେଷ୍ଠ ସମ୍ମାନଜନକ ଉପାଧି ଭାରତ ରତ୍ନରେ ବିଭୁଷିତ ହୋଇଥିଲେ । ସେ ୧୯୬୯ରେ ରାଜନୀତିରେ ପ୍ରବେଶ କରି ପ୍ରଥମେ ରାଜ୍ୟ ସଭା ସାଂସଦ ହୋଇଥିଲେ । ସେ ଉଭୟ ରାଜ୍ୟସଭା ଓ ଲୋକସଭାର ନେତା ଭାବେ ଚୟନ ହୋଇଥିଲେ । ସେ ‘ଉପା’ ସରକାରଙ୍କ ବେଳେ ଅର୍ଥ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ହୋଇ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇ ଉଦାହରଣ ରଚିଥିଲେ । କେନ୍ଦ୍ର ସରକାରଙ୍କ ଅର୍ଥ, ପ୍ରତିରକ୍ଷା, ସ୍ୱରାଷ୍ଟ, ବୈଦେଶିକ ବ୍ୟାପାର, ବାଣିଜ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ସେ କେନ୍ଦ୍ର ଯୋଜନା ବୋର୍ଡ଼ କମିଶନର ଉପାଧ୍ୟକ୍ଷ ମଧ୍ୟ ଥିଲେ । ଭାରତ ବାହାରୁ ମଧ୍ୟ ସେ ବହୁ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୧୯୮୪ରେ ସେ ବିଶ୍ୱର ଶ୍ରେଷ୍ଠ ଅର୍ଥ ମନ୍ତ୍ରୀ ଭାବେ ଏବଂ ୨୦୧୦ରେ ଏସିଆର ଶ୍ରେଷ୍ଠ ଅର୍ଥ ମନ୍ତ୍ରୀ ଭାବେ ୱାଲ୍ଡ ବ୍ୟାଙ୍କ ଓ ଆଇ.ଏମ.ଏଫ ଦ୍ୱାରା ସମ୍ମାନୀତ ମଧ୍ୟ ହୋଇଥିଲେ । ଏହାଛଡ଼ା ସେ ବାଲାଂଦେଶ, ଆଇଭରି କୋଷ୍ଟ, ସାଇପ୍ରସ ଆଦି ବହୁ ଦେଶମାନଙ୍କରୁ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଜଣେ ପ୍ରଗାଢ଼ ଜ୍ଞାନୀ ଓ ରାଜନୈତିକ ବିଶାରଦ ଥିଲେ । ସେ ‘ପ୍ରଣବ ଦା’ ଭାବରେ ପରିଚିତ ହୋଇ ବେଶ ଲୋକପ୍ରିୟ ଥିଲେ । ତାଙ୍କ ସମୟରେ ରାଷ୍ଟ୍ରପତି ଭବନର ମର୍ଯ୍ୟଦା ବୃଦ୍ଧି ପାଇଥିଲା । ଦଳମତ ନିର୍ବିଶେଷରେ ସେ ନିଜର ଜ୍ଞାନ ପାଇଁ ପ୍ରାୟ ସମସ୍ତଙ୍କର ପ୍ରିୟ ଥିଲେ । ସେ ପଶ୍ଚିମବଂଗର ବୀରଭୂମ୍ ଜିଲ୍ଲାର ମିରାତି ଠାରେ ଜନ୍ମଗ୍ରହଣ କରିଥିଲେ ଓ ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ଅତିକ୍ରମ କରିଥିଲା । ପ୍ରକାଶଥାଉକି, ସେ ଜୁଲାଇ ୧୦ ତାରିଖରୁ ନୂଆଦିଲ୍ଲୀର ସେନା ହସ୍ପିଟାଲରେ ମସ୍ତିଷ୍କ ଅସ୍ତ୍ରୋପଚାର ଓ ‘କରୋନା’ ସଂକ୍ରମଣ ପାଇଁ ଚିକିତ୍ସାଧିନ ଥିଲେ । ଦୀର୍ଘ ୨୧ ଦିନର ସଂର୍ଘଷ ପରେ ଶେଷରେ ଗତ କାଲି ସଂନ୍ଧ୍ୟାରେ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ଆଜି ତାଙ୍କର ଅନ୍ତ୍ୟେଷ୍ଠି କ୍ରିୟା ଦିଲ୍ଲୀରେ ସଂପନ୍ନ ହେବାର ଅଛି । ତାଙ୍କର ମୃତ୍ୟୁରେ ଦେଶ ଓ ବିଦେଶରେ ଶୋକର ଲହରୀ ଖେଳିଯାଇଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close