ଯାଜପୁର କଳିଙ୍ଗନଗର ନୀଳାଚଳ ଇସ୍ପାତ କାରଖାନାର କର୍ମଚାରୀ, ଶ୍ରମିକମାନେ ଆସନ୍ତା କାଲି ଅନଶନ ଦେବାର ପ୍ରସ୍ତୁତି

ବ୍ୟାସନଗର, ୩୧/୦୮: ଭାରତର ଇସ୍ପାତ ନଗରୀ ବୋଲି ଖାଲି ଭାଷଣରେ କୁହାଚାଲିଥିବା ଯାଜପୁର ଜିଲ୍ଲାର ବିଭିନ୍ନ କଳ କାରଖାନାରେ କାମ କରୁଥିବା ଶ୍ରମିକ, କର୍ମଚାରୀ ଓ ଅଧିକାରୀଙ୍କ ଦୁଃଖ ଏବେ କହିଲେ ନ ସରେ । ଏହି ଶିଳ୍ପାଂଚଳର ଗୋଟିକ ପରେ ପରେ କାରଖାନା ବନ୍ଦ ହେବା ଫଳରେ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଜୀବନ ଓ ଜୀବିକା ଏବେ ଦୁର୍ବିସହରେ । ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କରୋନା ବ୍ୟାଧି ପାଇଁ କଟକଣା ଘୋଷଣାର ଠିକ୍ ପରେ ପରେ ଅର୍ଥାତ୍ ମାର୍ଚ୍ଚ ୨୦୨୦ ଶେଷରେ ବନ୍ଦ ହୋଇଯାଇଛି । କାରଖାନାର ଶ୍ରମିକ, କର୍ମଚାରୀ ଓ ଅଧିକାରୀଙ୍କୁ ଜାନୁଆରୀ-୨୦୨୦ରୁ ଆଜି ପର୍ଯ୍ୟନ୍ତ ଦରମା ମିଳି ନାହିଁ । ଦୀର୍ଘ ୦୮ ମାସ ହେବ ଦରମା ନ ମିଳିବାରୁ କରୋନା ଭଳି କଷ୍ଟକର ସମୟରେ କିପରି ନିଜ ନିଜ ସଂସାର ଚଳାଇବେ ଏଥିନେଇ ଅନେକ ସନ୍ଦିହାନ ଅବସ୍ଥାରେ ଅଛନ୍ତି । ଏତେ ବଡ଼ କାରଖାନା ବନ୍ଦ ହେବାକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ଆଶଙ୍କା ପ୍ରକାଶ ପାଉଛି । ବିଭିନ୍ନ ଶ୍ରମିକ ସଂଗଠନ, ନେତା, ଅଧିକାରୀ ଆଦି କାରଖାନା ଚଳାଇବା ପାଇଁ ଦାବୀ କରି ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, କେନ୍ଦ୍ର ସରକାର ସମସ୍ତଙ୍କୁ ନିବେଦନ କରିଆସୁଥିଲେ ହେଁ କିଛି ସୁଫଳ ମିଳିପାରି ନାହିଁ । ସରକାର କିଛି ଯୋଜନା ନ କରି ଚୁପ୍ ବସିପଡ଼ିଥିବାରୁ ଶ୍ରମିକ, କର୍ମଚାରୀମାନେ ନାଚାର ହୋଇଗଲେଣି । କରୋନା କଟକଣା ସତ୍ୱେ କେତେକ ଶ୍ରମିକ ଓ କର୍ମଚାରୀ ଆସନ୍ତା କାଲି ମେଳି ବାନ୍ଧି ଅନଶନ କରିବା ପାଇଁ ଯୋଜନା କରୁଥିବାର ଶୁଣାଯାଉଛି । ଦଳମତ ନିର୍ବିଶେଷରେ ଏହାକୁ ସମର୍ଥନ ମିଳିବାର ଆଶା ମଧ୍ୟ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close