କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ହାଟସାହି ପଂଚାୟତରେ ବନ୍ୟା ଯୋଗୁ ଲୋକେ ଦୁର୍ବିସହ

ରାଜକନିକା, ୩୧/୦୮(ଅମୀୟ ମାଝୀଙ୍କ ଠାରୁ): କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲ୍‌କର ହାଟସାହି ଓ ଆଖପାଖ ଗ୍ରାମ ପଂଚାୟତରେ ଖରସ୍ରୋତାର ଶାଖା ନଦୀ ‘ଲୁଣା’ରେ ବନ୍ୟା ଆସି ଧାନ ଫସଲକୁ ଉଜାଡି ଦେବା ସହ ଲୋକମାନଙ୍କୁ ଘରେ ବାନ୍ଧି ରଖିବା ଫଳରେ ଅଧିକାଂଶ ଲୋକ ଏବେ ଭୋକ ଉପାସରେ ଅଛନ୍ତି । ୪-୫ଦିନ ହେଲା ବିସ୍ତୀର୍ଣ୍ଣ ଅଂଚଳରେ ବନ୍ୟା ଜଳ ମାଡିଯିବା ହେତୁ ଧାନ ଗଛ ସବୁ ପଚି ନଷ୍ଟ ହୋଇଯାଇଛି । ବାଗି ବଗିଚାରେ ପାଣି ପଶିଯିବାରୁ ବର୍ଷାଦିନିଆ ପନିପରିବା ମଧ୍ୟ ନଷ୍ଟ ହୋଇଛି । କରୋନା ମହାମାରୀ ଚାଲିଥିବା ବେଳେ ଓ ଏବେ ପୁଣି ଭୟଙ୍କର ବନ୍ୟା ଆସିବାରୁ ଲୋକେ କାମ ଧନ୍ଦା ନ ପାଇ ହାତ ଗୋଡ ବାନ୍ଧି ଘରେ ବସି ରହିଛନ୍ତି । ଖରସ୍ରୋତାର ଉପରମୁଣ୍ଡରେ ବନ୍ୟା ୨-୩ ଦିନ ତଳୁ ହ୍ରାସ ପାଇଥିବା ବେଳେ ଏହା ନିମ୍ନ ଅଂଚଳ ହୋଇଥିବାରୁ ଏବେ ଏଠାରେ ବନ୍ୟା ଛାଡି ନାହିଁ; ବରଂ ସ୍ଥିର ରହିଛି । ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜଳ ସେପରି ଟାଣୁ ନାହିଁ । ଚାନ୍ଦବାଲି ନିକଟରେ ବୈତରଣୀ ଓ ଲୁଣାର ମିଶ୍ରଣ ସ୍ଥଳ ଥିବାରୁ ବୈତରଣୀରେ ବନ୍ୟା ଆସି ପୂର୍ବରୁ ଏହି ଅଂଚଳକୁ ଜଳ ଠେସି କରି ରଖିଥିଲା । ଧାନ ବିଲରେ ଜଳ ଲହଡ଼ି ମାରୁଥିବାରୁ ଏହି ଦୃର୍ଶ୍ୟ ଦେଖି ଚାଷୀମାନେ ହତାଶ ହୋଇଛନ୍ତି । କାମ ଧନ୍ଦା ନ ପାଇଁ ବହୁ ଲୋକ ଘରେ ଭୋକ ଉପାସରେ ସମୟ କାଟୁଥିବା ବେଳେ ସରକାରୀ ସହାୟତା କି ରିଲିଫ୍ ଏପର୍ଯ୍ୟନ୍ତ ସେମାନଙ୍କ ନିକଟରେ ପହଚିଂ ନାହିଁ ବୋଲି ହାଟସାହିର ବିପିନ ବିହାରୀ ନାୟକ, ବସୁଦେବ ନାୟକ, ରବୀନ୍ଦ୍ର ସାମଲ, ବ୍ରହ୍ମାନନ୍ଦ ମଲ୍ଲିକ, ପ୍ରଦୀପ ନାୟକ ପ୍ରମୁଖ ଜଣାଇଛନ୍ତି । ତୁରନ୍ତ ବନ୍ୟା ବିପନ୍ନମାନଙ୍କୁ ସରକାର ସହାୟତା ଯୋଗାଇ ଦେବାକୁ ସେମାନେ ଦାବୀ କରିଛନ୍ତି । ହାଟସାହି ଛଡ଼ା ରାଜକନିକା ବ୍ଲକର ସିହପଡ଼ା, ବେଗରପଡ଼ା, ଦୋମଣ୍ଡା, ଲହୁଣି ଆଦି ଗ୍ରାମ ପଂଚାୟତର ଗ୍ରାମମାନଙ୍କରେ ବନ୍ୟା ବହୁ କ୍ଷୟକ୍ଷତି କରିଛି । ବ୍ଲକ ଠାରୁ ହାଟସାହି ୧୫ କି.ମି ରାସ୍ତାର ପ୍ରାୟ ୫ କି.ମି ରାସ୍ତା ଉପରେ ୨-୩ ଫୁଟର ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗରେ ସମସ୍ୟା ଦେଖାଦେଇଛି । ଏହା ଉପରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close