ସର୍ବ ଭାରତୀୟ ଜେ.ଇ.ଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ସହଯୋଗ

ଯାଜପୁର, ୨୯ା୮ : ୨୦୨୦ ମସିହାର ସର୍ବଭାରତୀୟ ସ୍ତରର ଜେ.ଇ.ଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ଚଳିତ ବର୍ଷର ଜେ.ଇ.ଇ ପରୀକ୍ଷା ସେପ୍ଟେମ୍ୱର ୧ ଠାରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଭୁବନେଶ୍ୱର, କଟକ, ବାଲେଶ୍ୱର ୩ ଗୋଟି ସ୍ଥାନରେ ଅନୁଷ୍ଠିତ ହେବ । ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀମାନଙ୍କ ସୁବିଧା ପାଇଁ ଯାଜପୁରରୋଡ ସ୍ଥିତ ରଗଡି ପଲି-ଟେକ୍‌ନିକ କଲେଜରେ ଦେୟ-ମୁକ୍ତ ରହଣୀ ବ୍ୟବସ୍ଥା କରାଯାଇଚ୍ଥି । ଆଗ୍ରହୀ ପ୍ରାର୍ଥୀମାନେ ଏ ସଂପର୍କରେ ରଗଡି ସ୍ଥିତ ପଲିଟେକ୍‌ନିକ୍ କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୃଷ୍ଟିଙ୍କୁ ୯୪୩୭୧୫୫୧୦୭ / ୭୯୭୮୦୨୭୦୩୬ ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ପରାମର୍ଶ ଦେଇଚ୍ଥନ୍ତି । ଯେଊଁ ଚ୍ଥାତ୍ର ଚ୍ଥାତ୍ରୀମାନଙ୍କର ପରୀକ୍ଷା ୧, ୨, ୩ ତାରିଖରେ ରହିଚ୍ଥି ସେମାନଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଦିବା ୨ ଘଟିକାରେ ଯାଜପୁର ଟାଊନ ନିକଟସ୍ଥ ସଂସ୍କୃତି ଭବନ ଠାରେ ପରିବହନ ପାଇଁ ଗାଡି ବ୍ୟବସ୍ଥା କରାଯାଇଚ୍ଥି । ଅନ୍ୟ ପରୀକ୍ଷାର୍ଥୀମାନେ ଚାହିଁଲେ ସିଧା ସଳଖ ରଗଡି ସ୍ଥିତ ପଲିଟେକନିକ କଲେଜରେ ଅଗଷ୍ଟ ୩୧ ତାରିଖ ଦିବା ୨ ଘଟିକା ପୂର୍ବରୁ ରିପୋର୍ଟିଂ କରିପାରିବେ । ୪, ୫ ଓ ୬ ତାରିଖରେ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ୩ ତାରିଖରେ ଅନୁରୂପ ଭାବେ ନିଆଯିବାର ବ୍ୟବସ୍ଥା କରାଯାଇଚ୍ଥି ବୋଲି ଅଧ୍ୟକ୍ଷ ଶ୍ରୀ ପୃଷ୍ଟି ସୂଚନା ଦେଇଚ୍ଥନ୍ତି । ରଗଡି ଠାରୁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ପାଇଁ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ପାଇଁ ଦେୟମୁକ୍ତ ପରିବହନର ବ୍ୟବସ୍ଥା ହୋଇଚ୍ଥି । ସଂପୃକ୍ତ ପରୀକ୍ଷା କେନ୍ଦ୍ର ମାନଙ୍କରେ ମଧ୍ୟ ପରୀକ୍ଷାର୍ଥୀ ରହିବା ପାଇଁ ସୁ-ବନ୍ଦୋବସ୍ତ କରାଯାଇଚ୍ଥି ବୋଲି ଅଧ୍ୟକ୍ଷ ଶ୍ରୀ ପୃଷ୍ଟି ସୂଚନା ଦେଇଚ୍ଥନ୍ତି । ଅପର ପକ୍ଷରେ ଅଧିକ ତଥ୍ୟ ପାଇଁ ପରୀକ୍ଷାର୍ଥୀ ବା ଅଭିଭାବକମାନେ ଯାଜପୁର ଜିଲ୍ଲା ପାଇଁ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଶ୍ରୀ ପୃଷ୍ଟିଙ୍କୁ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ଏ ସଂପର୍କିତ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ପରିବହନ ଅଧିକାରୀ ଏସ୍‌.ଏନ୍‌. ପଣ୍ଡା, ଜିଲ୍ଲା ସମଗ୍ର ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close