ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଂଚଳ ଗସ୍ତ

ଯାଜପୁର, ୨୯ା୮: ବିଂଝାରପୁର ବ୍ଳ୍‌କର କଲ୍ୟାଣପୁର ଓ ରଣପୁର ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏହି ଦୁଇ ପଂଚାୟତର ଜଳବନ୍ଦୀରେ ରହିଥିବା ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଥିଲେ । କଲ୍ୟାଣପୁର ପଂଚାୟତର ଇଚ୍ଚ୍ଥାପୁର ଓ ସମଲପୁର ଗ୍ରାମ ମଧ୍ୟରେ ପାଣି ପଶିଯାଇଥିବାରୁ ଲୋକମାନଙ୍କର ଦୁର୍ଦ୍ଦଶାକୁ ଉଭୟ ବିଧାୟିକା ଓ ଅତିରିକ୍ତ ଜିଲ୍ଲାପାଳ ଡଙ୍ଗା ମାଧ୍ୟମରେ ଯାଇ ଅନୁଧ୍ୟାନ କରିଥିଲେ । ପରେ ରଣପୁର ପଂଚାୟତର କଣ୍ଟିପୁର ଗ୍ରାମର ବିଭିନ୍ନ ଅଂଚଳ, ଲୁଣିଡିହ, କୁମ୍ଭାରସାହି, ଘାଇକୂଳ, ରଣପୁର, ବଟେଶ୍ୱର ଇତ୍ୟାଦି ଅଂଚଳକୁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଅତ୍ୟାବଶ୍ୟକୀୟ ପାଇଁ ଚୁଡା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାପାଳ ୩ ଦିନ ପାଇଁ ରିଲିପଂ ଘୋଷଣା କରିଥିବାରୁ ତାହା ବଣ୍ଟନ କରାଯାଉଚ୍ଥି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେବା ସହ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା ହୋଇଚ୍ଥି ବୋଲି କହିଥିଲେ । ସେହିପରି ଗୋ-ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଚ୍ଥି । କ୍ଷତିଗ୍ରସ୍ତ ଲୋକମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତମାନ ସଂପୂର୍ଣ୍ଣ ଅଂଚଳ ଜଳମଗ୍ନ ହୋଇଯାଇଥିବାରୁ ଗୋରୁଗାଈମାନଙ୍କର ଖାଦ୍ୟର ଅଭାବ ରହିଚ୍ଥି । ତେଣୁ ଗୋ-ଖାଦ୍ୟ ପରିମାଣ ବୃଦ୍ଧି ପାଇଁ ମୁଖ୍ୟ ସଚେତକ ପରାମର୍ଶ ଦେବା ସହ ପ୍ରଶାସନ କ୍ଷତିଗ୍ରସ୍ତ ମାନଙ୍କର ସଠିକ ଅନୁଧ୍ୟାନ ପୂର୍ବକ ଯଥାଶିଘ୍ର ସହାୟତା ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close