ଅଗ୍ନିଶମ ବିଭାଗ ଦ୍ୱାରା ଭାସି ଯାଉଥିବା ଯୁବକ ଉଦ୍ଧାର 

ଯାଜପୁର, ୨୯ା୮: ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଚ୍ଥନ୍ତି । ଶୁକ୍ରବାର ରସୁଲପୁର ବ୍ଳକ ଖଣ୍ଡାସ ପଂଚାୟତର କେଶପୁର ଗ୍ରାମର +୨ ରେ ପଢୁଥିବା ଚନ୍ଦନ ବେହେରା ନାମକ ଜଣେ ଚ୍ଥାତ୍ର ନଦୀରେ ଭାସି ଯାଊଥିଲେ । ଖଣ୍ଡାସ ନିକଟରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ଅନ୍ୟ ଗ୍ରାମବାସୀଙ୍କ ସହିତ ଚନ୍ଦନଙ୍କ ପରିବାର ମଧ୍ୟ ନିରାପଦ ଆଶ୍ରୟ ସ୍ଥଳକୁ ଆସୁଥିଲେ । ତେବେ ବାବନ ବେହେରାଙ୍କ ପୁତ୍ର ଚନ୍ଦନଙ୍କର ପାଣିରେ ଗୋଡ ଖସି ଯିବାରୁ ସେ ସ୍ରୋତରେ ଭାସି ଯାଇଥିଲେ । ସୈାଭାଗ୍ୟକୁ ସେ ଗୋଟିଏ ଗଚ୍ଥରେ ଅଟକି ରହି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ନଦୀରେ ପ୍ରଖର ସ୍ରୋତ ଥିବାରୁ ଓ ରାତି ହୋଇଯାଇଥିବାରୁ ଉଦ୍ଧାର କରିବା କଷ୍ଟସାଧ୍ୟ ଥିଲା । ଜିଲ୍ଲା ପ୍ରଶାସନ ଏହି ସୂଚନା ପାଇବା ପରେ ଜିଲ୍ଲାପାଳ ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଓ ବି.ଡି.ଓ. ଊମାକାନ୍ତ ପରିଡା ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ପରେ ଅଗ୍ନିଶମ ବିଭାଗର ହାବିଲଦାର ବାବାଜୀ ଚରଣ ଦାସଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଉଦ୍ୟମ କ୍ରମେ ଚନ୍ଦନଙ୍କୁ ନିରାପଦ ଭାବେ ସ୍ଥଳଭାଗକୁ ଅଣାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବା ପରେ ପରିବାର ପାଖେ ତାଙ୍କୁ ପହଂଚାଯାଇଥିଲା । ଜିଲ୍ଲାପାଳ ଅଗ୍ନିଶମ ବିଭାଗର ଏହି ମହନୀୟ ଊଦ୍ୟମ ପାଇଁ ଗୋଟିଏ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଲା ବୋଲି କହିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ପ୍ରତ୍ୟେକଙ୍କୁ କୃତଜ୍ଞତା ଜଣାଇଚ୍ଥନ୍ତି । ଅପର ପକ୍ଷରେ ମୃତ୍ୟୁ ମୁଖରୁ ପେଂରି ଆସିଥିବାରୁ ଚନ୍ଦନ ତାଙ୍କୁ ଉଦ୍ଧାର କରିଥିବା ପ୍ରଶାସନ ଓ ଅଗ୍ନିଶମ ବିଭାଗକୁ କୃତଜ୍ଞତା ଜଣାଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close