ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର, ସବୁ ନଦୀ ବିପଦ ସଂକେତ ଉର୍ଦ୍ଧ୍ୱରେ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ଓ ୧ ଲକ୍ଷରୁ ଉର୍ଦ୍ଧ୍ୱ ଗୋରୁଗାଈ ପ୍ରଭାବିତ

ଯାଜପୁର, ୨୮ା୮: ଉପର ମୁଣ୍ଡରେ ଦୁଇ ଦିନ ପ୍ରବଳ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ପ୍ରବାହିତ ସମସ୍ତ ନଦୀ ଗୁଡିକରେ ଜଳସ୍ତର ଉର୍ଦ୍ଧ୍ୱ ଯୋଗୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଚ୍ଥି । ଯାହା ପଂଳରେ ତଳିଆ ଅଂଚଳରେ ବସବାସ କରୁଥିବା ଜନସାଧାରଣ ଓ ଗୃହ ପାଳିତ ପଶୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଚ୍ଥନ୍ତି । ଏପରି କି, କେତେକ ସ୍ଥାନ ବାହ୍ୟ ଜଗତରୁ ବିଚ୍ଚ୍ଥିନ୍ନ ହୋଇଯାଇଚ୍ଥି । ଜିଲ୍ଲାରେ ପ୍ରବାହିତ ନଦୀଗୁଡିକ ବିଭିନ୍ନ ସ୍ଥାନରେ ବିପଦ ସଂକେତର ଉର୍ଦ୍ଧ୍ୱରେ ପ୍ରବାହିତ ହେଉଚ୍ଥନ୍ତି । ତଦନୁକ୍ରମେ ଗତ ରାତ୍ର ୩ ଘଟିକା ଠାରୁ ଆଜି ଦିନ ୨ ଘଟିକା ପର୍ଯ୍ୟନ୍ତ ଜଳ ସ୍ତରର ଆକଳନ କରାଯାଇଚ୍ଥି । ଆନନ୍ଦପୁର ଠାରେ ବୈତରଣୀର ବିପଦ ସଂକେତ ୩୮.୩୬ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୩୭.୪୬ ମିଟର, ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୯.୨୯ ମିଟର, ବଲ୍ଲଭୀ ଘାଟ ଠାରେ ବିପଦ ସଂକେତ ୧୩.୩୪ ମିଟର ଥିବାବେଳେ ୧୪.୧୩ ମିଟର, ଦଶରଥପୁର ଠାରେ ବିପଦ ସଂକେତ ୯.୫୨ ମିଟର ଥିବାବେଳେ ୧୧.୮୨ ମିଟର ଜଳ ପ୍ରବାହିତ ହେଉଅଚ୍ଥି । ସେହିପରି ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବିପଦ ସଂକେତ ୬୭ ପୁଂଟ ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୭୧.୯୦ ପୁଂଟ, ଖରସ୍ରୋତା ନଦୀର ବିଂଝାରପୁର ଠାରେ ବିପଦ ସଂକେତ ୧୦.୩୦ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୦.୫୨ ମିଟର, ସିଂହପୁର ଠାରେ ବିପଦ ସଂକେତ ୬.୭୨ ମିଟର ଥିବାବେଳେ ୬.୯୪ ମିଟର ଜଳ ପ୍ରବାହିତ ହେଉଥିବାର ଜିଲ୍ଲା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ । ସମୁଦାୟ ଜିଲ୍ଲାରେ ବିଗତ ବର୍ଷାର ପରିମାଣ ହାରାହାରି ୧.୧୬ ମି.ମି. ହୋଇଥିବାର ଆକଳନ କରାଯାଇଚ୍ଥି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close