ଯାଜପୁରର ରସୁଲପୁରରେ ବନ୍ୟା ପାଣି ପନିପରିବା ଫସଲ ଉଜାଡ଼ି ଦେଲା

ରସୁଲପୁର ୨୮/୦୮: ବ୍ରାହ୍ମଣୀ ଓ ଏହାର ଶାଖା ନବୀ ଖରସ୍ରୋତା (ପାଟିଆ) ଓ କେଲୁଅ ନଦୀରେ ବନ୍ୟା ଆସିବା ପରେ ରସୁଲପୁର, ଧର୍ମଶାଳା, ଯାଜପୁର, ଦାନଗଦି ବ୍ଲକର ବିଭିନ୍ନ ଅଂଚଳରେ ନାହିଁ ନ ଥିବା କ୍ଷତି ଘଟିଛି । ରସୁଲପୁର ବ୍ଲକ୍‌ର ବିସ୍ତୀର୍ଣ୍ଣ ଅଂଚଳରେ ବନ୍ୟା ଜଳ ଛାଷ ଜମିରେ ମାଡିଯାଇ ବର୍ଷାଦିନିଆ ଫସଲ ଓ ପନିପରିବା ଯଥା-କାକୁଡି, ଜହ୍ନି, ଭେଣ୍ଡି, କଲରା, ବାଇଗଣ, ଜୁଡ଼ଙ୍ଗ, ପୋଟଳ, ଛଚିନ୍ଦ୍ରା, କୁନ୍ଦୁରୀ, ପୋଈ, ଲଙ୍କା, ବିଭିନ୍ନ ଶାଗ ଆଦି ପନିପରିବା ସହ ବିଓଳି ଧାନ, ଶାରଦ ଧାନ, ଆଖୁ ଆଦି ଫସଲ ଏଥବରେ ନଷ୍ଟ ହୋଇଛି । ରସୁଲପୁର ବ୍ଲକର ବାର୍ଲାଙ୍ଗୀ, ବାଉଁଶଅଂଟା, କାଣ୍ଡସରା, ବରହମ୍‌ପୁର, ଶୁକଦେଇପୁର, ସାରଙ୍ଗପୁର, ଭଗିରଥପୁର, ଭଗତ୍‌ଭଗବାନ ପ୍ରଭୃତି ଗ୍ରାମରେ ନାହିଁ ନ ଥିବା କ୍ଷତି ହେବା ସହ ପନିପରିବା ଫସଲ ସଂପୂର୍ଣ୍ଣ ପଚି ଯାଇ ନଷ୍ଟ ହୋଇଛି । ଗାଇ ଗୋରୁଙ୍କ ପାଇଁ ବନ୍ୟା ବଡ଼ ସମସ୍ୟା ସୃଷ୍ଟି କରିଛି । ତୁରନ୍ତ ରିଲିଫ୍ ସାମଗ୍ରୀ, ଗୋ ଖାଦ୍ୟ ସହ ବନ୍ୟା ପରେ ଚାଷୀମାନଙ୍କୁ ଫସଲ କରିବା ପାଇଁ ସରକାର ସମୟୋଚିତ ସହାୟତା କରିବାକୁ ବାର୍ଲାଙ୍ଗୀ ଗ୍ରାମର ଚାଷୀ ନେତା ବଟକୃଷ୍ଣ ଦାସଙ୍କ ସମେତ ମାନସ ଦାସ, ରାମଚନ୍ଦ୍ର ଦାସ, ପ୍ରଦୀପ ନାୟକ, କଳ୍ପତରୁ ବିଶ୍ୱାଳ, ଶୁକଦେବ ବିଶ୍ୱାଳ, ଭଗତ୍‌ଭଗବାନପୁର ଗ୍ରାମର ସମାଜସେବୀ ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close