ଯାଜପୁର ଜିଲ୍ଲା ପ୍ରଶାସନ ସଜାଗ ଅଚ୍ଥି : ଲୋକେ ଭୟଭୀତ ନ ହୋଇ ସତର୍କ ରୁହନ୍ତୁ

ଯାଜପୁର, ୨୬ା୮: ଯାଜପୁର ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଚ୍ଥି । ଏଥିପାଇଁ ବିଭିନ୍ନ ଅଧିକାରୀ ଓ ବିଭାଗମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଚ୍ଥି । ତେଣୁ ବନ୍ୟା ପରିସ୍ଥିତି ପାଇଁ ଲୋକମାନେ ଭୟଭୀତ ନ ହୋଇ ବରଂ ସଜାଗ ଓ ସତର୍କ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି । ଖାଲୁଆ ଅଂଚଳ, ଜଳପ୍ଳାବିତ ଅଂଚଳ, କଚ୍ଚା ଘର ବା ଚାଳ ଘରେ ରହୁଥିବା ଲୋକମାନେ ସୁରକ୍ଷିତ ଓ ନିରାପଦ ଆଶ୍ରୟ ସ୍ଥଳ ଭାବେ ନିକଟସ୍ଥ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ, ଶିକ୍ଷାନୁଷ୍ଠାନ ମାନଙ୍କରେ ଆଶ୍ରୟ ନେବାକୁ ସେ ଅନୁରୋଧ କରିଚ୍ଥନ୍ତି । ସରକାର ଓ ପ୍ରଶାସନର ଲକ୍ଷ୍ୟ ଜିରୋ କାଜୁଆଲିଟି । ତେଣୁ ପ୍ରତ୍ୟେକ ଅଧିକାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ ଓ ସାମାଜିକ କର୍ମୀ ଓ ବିଭିନ୍ନ ବିଭାଗର କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କରିବା ସହ ଖାଲୁଆ ଅଂଚଳ, ମାଟି ଓ ଚାଳ ଘରେ ରହୁଥିବା ବନ୍ୟାଂଚଳର ଲୋକମାନଙ୍କୁ ସୁରକ୍ଷିତ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close