ଏଣିକି ଘରୋଇ ସଂସ୍ଥାରେ ୧୨୦୦ ଟଙ୍କାରେ ହେବ ଆର୍‌ଟି-ପିସିଆର୍ ଟେଷ୍ଟ

ଭୁବନେଶ୍ୱର,୨୬/୦୮: ଏଣିକି ଘରୋଇ ପ୍ରତିଷ୍ଠାନରେ କୋଭିଡ୍‌ର ଆର୍‌ଟି-ପିସିଆର୍ ଟେଷ୍ଟ କଲେ ୨୨୦୦ ଟଙ୍କା ବଦଳରେ ୧୨୦୦ ଟଙ୍କା ଦେବାକୁ ପଡ଼ିବ । ଅନୁମତିପ୍ରାପ୍ତ ଘରୋଇ ସଂସ୍ଥାରେ ଟେଷ୍ଟିଂ ଫି ହ୍ରାସ କରାଯାଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଯେଉଁ ଲାବ୍ ଅବା ହସ୍ପିଟାଲ୍ ଏଥିପାଇଁ ଅଧିକ ଅର୍ଥ ଦାବି କରିବେ ସେମାନଙ୍କ ବିରୋଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଂଟ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ ଓ ସେମାନଙ୍କୁ ତୁରନ୍ତ ଅନ୍ୟମାନଙ୍କ ଠାରୁ ଅଲଗା କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନମୂନା ପରୀକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଘରୋଇ ସଂସ୍ଥାରେ ଟେଷ୍ଟିଂ ମୂଲ୍ୟ ହ୍ରାସକୁ ନେଇ ଆଶ୍ୱସ୍ତି ପ୍ରକାଶ ପାଇଛି । ରାଜ୍ୟରେ ଏବେ ଆର୍‌ଟି-ପିସିଆର, ଆଟିଂଜେନ୍ ଏବଂ ଟ୍ରୁନାଟ୍ ପଦ୍ଧତିରେ ଟେଷ୍ଟିଂ କରାଯାଉଛି । ଏଥିରୁ ମୁଖ୍ୟତଃ ଆର୍‌ଟି-ପିସିଆର୍ ଏବଂ ଆଂଟିଜେନ୍ ଟେଷ୍ଟ ଅଧିକ ସଂଖ୍ୟାରେ ହେଉଥିବା ବେଳେ ଟ୍ରୁନାଟ୍ ଟେଷ୍ଟିଂ ସେପରି କରାଯାଉ ନାହିଁ । ତେବେ ପ୍ରଥମେ ରାପିଡ୍ ଆଂଟିବଡ଼ି ଟେଷ୍ଟ କରାଯାଉ ଥିଲା । ମାତ୍ର ଏହି ପଦ୍ଧତିରେ ନମୁନା ନମୁନା ରିପୋର୍ଟ ନିର୍ଭରଯୋଗ୍ୟ ନ ହେବାରୁ ଓ କିଟ୍ ଚାଇନା ପ୍ରସ୍ତୁତ ହୋଇଥିବାରୁ ଆର୍‌ଟି-ପିସିଆର୍ ଟେଷ୍ଟିଂ ପ୍ରତି ଆଗ୍ରହ ବିଶେଷ ଭାବେ ବଢ଼ିଥିଲା । ଆଜି ବି ଆର୍‌ଟି-ପିସିଆର୍ ଟେଷ୍ଟିଂ ପ୍ରତି ଲୋକଙ୍କ ଯଥେଷ୍ଟ ଆଗ୍ରହ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ଅନୁଷ୍ଠାନରେ ଆର୍‌ଟି-ପିସିଆର୍ ଟେଷ୍ଟ ପାଇଁ ଦେୟ ହ୍ରାସ କରିଛନ୍ତି । ଏହା ପୂର୍ବରୁ ଗତ ମାସ ୦୩ ତାରିଖରେ ଆର୍‌ଟି-ପିସିଆର୍ ଟେଷ୍ଟ ଦେୟ ୨୨୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା । ଏହା ପୂର୍ବରୁ ଟେଷ୍ଟିଂ ଦେୟ ୪୫୦୦ ଟଙ୍କା ଥିଲା । ତେବେ ଆଜି ଠାରୁ ଆର୍‌ଟି-ପିସିଆର୍ ଟେଷ୍ଟ କଲେ ଜିଏସ୍‌ଟି ଓ ଅନ୍ୟାନ୍ୟ ଦେୟକୁ ମିଶାଇ ଏଥିପାଇଁ ମୋଟ ୧୨୦୦ ଟଙ୍କା ଦେବାକୁ ହେବ । ଆଇସିଏମ୍‌ଆର୍ ପକ୍ଷରୁ ଅନୁମତିପ୍ରାପ୍ତ ଘରୋଇ ଅନୁଷ୍ଠାନରେ ହିଁ ଆର୍‌ଟି-ପିସିଆର୍ ଟେଷ୍ଟ କରାଯାଉଛି । ଏହା ଏବେ ଭୁବନେଶ୍ୱରରେ ଆପୋଲୋ ହସ୍ପିଟାଲ, ଆଇଏମ୍‌ଏସ୍‌, ସମ ହସ୍ପିଟାଲ, ଇନ୍‌ଡିଏନ୍‌ଏ ଲାଇଫ୍ ସାଇନ୍ସେସ୍ ପ୍ରାଇଭେଟ୍ ଲିମିଟେଡ୍‌, ଜେନେକ୍ସ ଡାଇଗ୍ନୋସିରେ କୋଭିଡ୍‌-୧୯ ଆର୍‌ଟି-ପିସିଆର୍ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଉଛି । ଆଇସିଏମ୍‌ଆର୍ ସର୍ତାବଳୀ ଅନୁସାରେ ଏସବୁ ଘରୋଇ ଅନୁଷ୍ଠାନରେ ନମୁନା ପରୀକ୍ଷା ହେଉଥିବା ବେଳେ ଆର୍‌ଏମ୍‌ଆର୍‌ସି ଏହାର ଅନୁଧ୍ୟାନ କରୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close