ରାସନକାର୍ଡ ହିତାଧିକାରୀ ଅଧିକାରରୁ ବଞ୍ଚିତ , ଅଭିଯୋଗ ପରେ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

ହାଟଡିହୀ ; ୨୫/୮( ବ୍ୟୁରୋ) : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରିବାରେ ଲାଗିପଡିଛନ୍ତି କିନ୍ତୁ ଯୋଜନାର ସଫଳରୂପ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ରାସନକାର୍ଡ ପାଇଁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ କାର୍ଡଟିଏ ପାଇବାରୁ ବଞ୍ଚିତ ହେଉଛନ୍ତି। ହିତାଧିକରୀ ପଞ୍ଚାୟତ ରୁ ବ୍ଲକ ତ ପୁଣି ବ୍ଲକ ରୁ ପଞ୍ଚାୟତ ଚକ୍କର କାଟୁ କାଟୁ ନିରବ ବସୁଛି ।ଏଭଳି ଏକ ତଥ୍ୟ ସୋସୋ ପଞ୍ଚାୟତ ତଥା ହାଟଡ଼ିହୀ ବ୍ଲକ ରୁ ସାମନା କୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତସ୍ଥ  ମରଚାଇପଦା ଗ୍ରାମରୁ ଦୀର୍ଘ ୫ ବର୍ଷ ଧରି ହିତାଧିକାରୀ ରାସନକାର୍ଡ ପାଇବା ପାଇଁ ଆବେଦନ କରି ଆସୁଥିଲେ ମଧ୍ୟ ତାଙ୍କ ଗୁହାରୀ ଶୁଣିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି । ସେମାନେ ଉପଯୁକ୍ତ ପ୍ରାର୍ଥୀ ଥିଲେ ସୁଧା, ପଞ୍ଚାୟତ ଓ ବ୍ଲକ ରେ ୨୦୧୫ ମସିହାରୁ ବାରମ୍ବାର ଆବେଦନ କରିଆସୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଅଛି । ନୂତନ ରୂପେ ପୁନଶ୍ଚ ଜୁନ ୧୨ରେ ଆବେଦନ ହୋଇଥିଲେ ମଧ୍ୟ ଏହାର ସଠିକ ତଥ୍ୟ ମିଳିପାରୁନାହିଁ । ଖାଦ୍ୟଯୋଗାଣ ବିଭାଗ ଏଥି ପ୍ରତି ତୁରନ୍ତ ଦୃଷ୍ଟିଦେବା ସହ ଏହାର ସଠିକ ଅନୁଧ୍ୟାନ କରି ଉପଯୁକ୍ତ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇଦେବା ସହିତ କରୋନା ଭଳି ସଙ୍କଟ ସମୟରେ  ସହାୟ ହେବାକୁ ନିବେଦନ କରଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close