୭୪ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଆଇ.ଓ.ସି.ଏଲ ପାରାଦୀପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୋପାଳକ୍ରିଷ୍ଣନ୍‌ଙ୍କ ବିକାଶ ଉପରେ ଗରୁତ୍ୱ

ପାରାଦୀପ, ୨୫/୦୮: ଆଇ.ଓ.ସି.ଏଲ, ପାରାଦୀପ ପକ୍ଷରୁ ୭୪ତମ ପବିତ୍ର ସ୍ୱାଧିନତା ଦିବସ ପାରାଦୀପ ରିଫାଇନାରୀ ସ୍ପୋର୍ଷ୍ଟସ୍ କମ୍ପେ୍ଲକ୍ସ ଠାରେ ପାଳନ ଅବସରରେ ଆଇ.ଓ.ସି.ଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଟିଡ଼ିଭିଏସ ଗୋପାଳକ୍ରିଷ୍ଣନ୍ ଏଠାରେ ଜାତୀୟ ପତାକା ଉତୋଳନ କରି ବିଭିନ୍ନ ବିକାଶମୂଳକ ପ୍ରସଙ୍ଗର ଉତ୍‌ଥାପନ କରିଥିଲେ । ସି.ଆଇ.ଏସ.ଏଫ ଦଳ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସେ ଦେଶ ସ୍ୱାଧିନତାରେ ଉଲ୍ଲେଖନୀୟ ଭୂମିକା ନିଭାଇଥିବା ମହାପୁରୁଷ ଓ ଦେଶପ୍ରେମୀ ତଥା ସ୍ୱାଧିନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ‘ଇଣ୍ଡିଆନ ଅଏଲ’ ଏହି ଅଂଚଳରେ ଶିଳ୍ପର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାର ସୂଚନା ଦେଇଥିଲେ । ଶିଳ୍ପ ଓ ଅର୍ଥନୈତିକ ପ୍ରଗତି ପାଇଁ ୨୦୧୫ରୁ କାର୍ଯ୍ୟ କରିଆସୁଥିବା ଆଇ.ଓ.ସି.ଏଲ ପାରାଦୀପ ଠାରେ ୧୩,୮୦୫ କୋଟି ଟଙ୍କା ବ୍ୟୟରେ PX-PTA ଭଳି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ୫୮ଜଣ କରୋନା ଯୋଦ୍ଧା ଯଥା-ଡ଼ାକ୍ତର, ପାରାମେଡ଼ିକାଲ ଷ୍ଟାଫ୍‌, ସହଯୋଗୀ କର୍ମଚାରୀ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶଥାଉକି, ଏହି କରୋନା ଯୋଦ୍ଧାମାନେ ଆଇ.ଓ.ସି.ଏଲ ପାରାଦୀପ ଦ୍ୱାରା ସ୍ଥାପିତ ‘କରୋନା କେୟାର ସେଂଟର’ରେ କାର୍ଯ୍ୟରତ ଅଛନ୍ତି । ୭୪ତମ ସ୍ୱାଧିନତା ଦିବସ ଏଠାରେ କୋଭିଡ଼ ନିୟମକୁ ମାନି, ସାମାଜିକ ଦୂରତ୍ୱ ବଜାୟ ରଖି, ମାସ୍କ ପରିଧାନ କରି ଏଥର ପାଳିତ ହୋଇଥିଲା । ବିନା ଦର୍ଶକରେ ଏବର୍ଷ ଏହା ପାଳିତ ହୋଇଥିଲା । ଆଇ.ଓ.ସି.ଏଲ ପାରାଦୀପର ସମସ୍ତ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟମାନେ ଭରଚ୍ୟୁଆଲ ପଦ୍ଧତିରେ ଯୋଡି ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିବାର ଦେଖାଦେଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close