ପୁଣି ଅଚଳ ହେଲା ବିଏସଏନଏଲ ଟାୱାର; ଅନଲାଇନ ପାଠ ପଢ଼ାରୁ ବଂଚିତ ଛାତ୍ର ଛାତ୍ରୀ

ଯାଜପୁର, ୨୫/୦୮: ଯାଜପୁର ବ୍ଲକ ଭୁବନେଶ୍ୱରପୁର ଅଂଚଳରେ ବିଏସଏନଏଲ ଟାୱାରଟି ଗତ ମାସେରୁ ଉର୍ଦ୍ଧ ସମୟ ଧରି ଅଚଳ ହୋଇପଡିଛି । ପଂଳରେ ଏହି ଟାୱାର ଉପରେ ନିର୍ଭର କରୁଥିବା ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢ଼ାରୁ ବଂଚିତ ହେଉଛନ୍ତି । କେବଳ ସେତିକି ନୁହେଁ ମୋବାଇଲରେ ଲୋକେ କଥାବାର୍ତା ହେବାରୁ ମଧ୍ୟ ବଂଚିତ ହେଉଛନ୍ତି । ଏପରିକି କ୍ଲାସ ସମୟରେ ବହୁ ଛାତ୍ର ଛାତ୍ରୀ ବିଭିନ୍ନ ଗଛ କିମ୍ବା ଘରର ଛାତ ଉପରକୁ ଚଢ଼ୁଥିବାର ଦେଖିବାକୁ ମିଳୁଛି । ସୂଚନା ମୁତାବକ ବିଏସଏନଏଲ ଏହି ଅଂଚଳ ପାଇଁ ଜି.ଟି.ଏଲ ଇନପ୍ରାଂ କଂପାନି ଠାରୁ ସିଗ୍‌ନାଲ ନେଇ ଗ୍ରାହକଙ୍କୁ ଯୋଗାଇଥାଏ । କିନ୍ତୁ ବର୍ଷର ଅଧିକାଂଶ ସମୟ ସଂପୃକ୍ତ ଜି.ଟି.ଏଲ କଂପାନି ଟାୱାରକୁ ବନ୍ଦ କରିଦେବା ପଂଳରେ ବିଏସଏନଏଲ କଂପାନିର ଉପଭୋକ୍ତାମାନେ ହଇରାଣ ହରକତ ହୋଇଥାନ୍ତି । କିଛି ମାସ ତଳେ ଏପରି ଅବସ୍ଥା ଦେଖାଦେଇଥିଲା । ଏ ସଂପର୍କରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ସ୍ଥାନୀୟ ଲୋକେ ଅବଗତ କରିବା ପରେ ସାଂସଦ ବିଏସଏନଏଲର ବରିଷ୍ଠ ଅଧିକାରୀ ଏବଂ ଜିଟିଏଲ କଂପାନି କର୍ତୁପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଟାୱାର ଚାଲୁ କରିଥିଲେ । କାରୋନା ଭଳି ମହାମାରି ସମୟରେ ବିଏସଏନଏଲ ଉପଭୋକ୍ତା ଇଂଟରନେଟ ଏବଂ କଲର ସୁବିଧା ପାଇପାରୁନାହାଁନ୍ତି । କରୋନା ମହାମାରି ସମୟରେ ଟେଲିପୋଂନ ଗ୍ରାହକଙ୍କୁ ଉପଯୁକ୍ତ ସେବା ଯେ।।ଗାଇ ଦେବା ପାଇଁ ସରକାରଙ୍କ ରହିଛି ନିର୍ଦ୍ଧେଶନାମା । କିନ୍ତୁ ସରକାରଙ୍କ ଏପରି ନିର୍ଦ୍ଧେଶନାମାକୁ ଖୋଦ୍ ସରକାରୀ ଟେଲିକମ ସଂସ୍ଥା କାର୍ଯ୍ୟକାରି ନ କରିବା ର୍ଦୁଭାଗ୍ୟଜନକ । ତେବେ ଏହି ଗୋଟିଏ ସ୍ଥାନରେ ଜିଟିଏଲ କଂପାନି ବାରମ୍ବାର ଟାୱାର ବନ୍ଦ କରିବାର କାରଣ କଣ ଏବଂ ଏଭଳି ନିୟମର ଖିଲାପ କରୁଥିବା ଜିଟିଏଲ କଂପାନି ବିରୋଧରେ ବିଏସଏନଏଲ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ମିଳିଥିବା ସୂଚନା ମୁତାବକ ଜିଟିଏଲ କଂପାନି ଅନ୍ୟ ଘରୋଇ ସଂସ୍ଥା ସହିଲ ଅଲିଖିତ ବୁଝାମଣା କରି ଜାଣିଶୁଣି ବିଏସଏନଏଲ ଉପଭୋକ୍ତାଙ୍କୁ ଏପରି ହଇରାଣ ହରକତ କରୁଛି । ଏପରି ଉପଭୋକ୍ତାମାନେ ନିୟମିତ ହଇରାଣ ହରକତ ହେଲେ ବାଧ୍ୟ ହୋଇ ଉପଭୋକ୍ତା ଅନ୍ୟ ଘରୋଇ କଂପାନିର କନେକସନ ନେବାକୁ ପସନ୍ଦ କରିବାର ଆଭାସ ମିଳୁଛି । ଏଭଳି ସମସ୍ୟା ସଂପର୍କରେ ବିଏସଏନଏଲର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ପହଂଚୁଥିଲେ ମଧ୍ୟ ସଂପୃକ୍ତ ଜିଟିଏଲ ଇନପ୍ରାଂ କଂପାନି ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି! ତେବେ ବିଏସଏନଏଲ କଂପାନିର ଏଭଳି କାର୍ଯ୍ୟକଳାପ ସଂପର୍କରେ ଯାଜପୁର ସାଂସଦଙ୍କୁ ପୁଣି ଅବଗତ କରାଯାଇଛି । ସେ ଏ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close