ଆଇ.ଓ.ସି.ଏଲର ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ ମାଧବ ବୈଦ୍ୟ ଦାୟିତ୍ୱ ନେଲେ; ପାରାଦୀପରେ ଖୁସିର ଲହରୀ

ପାରାଦୀପ, ୨୪/୮ (ଚକ୍ରଧର ଦାଶଙ୍କ ଠାରୁ): ଗତ ଜୁଲାଇ ମାସ ୦୧ ତାରିଖରେ ନୂଆଦିଲ୍ଲୀ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ ମାଧବ ବୈଦ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବର୍ତମାନ ଶ୍ରୀଯୁକ୍ତ ବୈଦ୍ୟ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ଭାର ସହ ହିନ୍ଦୁସ୍ଥାନ ଉର୍ବରକ୍ ଆଣ୍ଡ ରସାୟନ ଲିମିଟେଡ ଭଳି ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମଧ୍ୟ ଅଛନ୍ତି । ମହାରାଷ୍ଟ୍ରର ରତ୍ନଗିରି ଅଏଲ ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ବୋର୍ଡରେ ଥିବା ଶ୍ରୀଯୁକ୍ତ ବୈଦ୍ୟ ଖୁବ୍ ଶୀଘ୍ର ଏହାର ଅଧ୍ୟକ୍ଷ ଏବଂ ମେସର୍ସ ପେଟ୍ରୋନେଟ୍ ଏଲଏନଜି ଲିମିଟେଡର ଡାରେକ୍ଟର ହେବାକୁ ଯାଉଛନ୍ତି । ସେ ୨୦୧୯ ଅକ୍ଟୋବରରୁ ଇଣ୍ଡିଆନ୍ ଅଏଲ ବୋର୍ଡର ଡାଇରେକ୍ଟର(ରିଫାଇନାରୀଜ୍‌) ରହିଆସିଥିଲେ । ଗତ ୩୦/୦୬/୨୦୨୦ରେ ଶ୍ରୀଯୁକ୍ତ ସଂଜୀବ ସିଂହ କାର୍ଯ୍ୟରୁ ଅବସର ନେବା ପରେ ଶ୍ରୀଯୁକ୍ତ ବୈଦ୍ୟ ତା ୦୧/୦୭/୨୦୨୦ରେ ଏହି ଗୁରୁ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଜଣେ ଦକ୍ଷ ଯନ୍ତ୍ରୀ ତଥା ଏନ.ଆଇ.ଟି ରାଉଲକେଲାରୁ ସଫଳତା ଓ ଦକ୍ଷତାର ସହ ଜଣେ ରସାୟନ ବିଜ୍ଞାନୀ ଭାବେ ଦୀର୍ଘ ୩୪ବର୍ଷ କାର୍ଯ୍ୟକରି ସେ ତୈଳ ବିଶୋଧନ ଓ ପେଟ୍ରୋକେମିକାଲ୍ସ ଅପରେସନ କ୍ଷେତ୍ରରେ ପ୍ରଗାଢ଼ ଅନୁଭୂତି ଓ ପାରଙ୍ଗମତା ହାସଲ କରିଛନ୍ତି । ସେ ଭାରତର ସର୍ବବୃହତ୍ ପାନିପଥର ବାଣ କାରଖାନା “ପାନିପଥ୍ ନାଫ୍‌ଥା କ୍ରାକର କମ୍ପଲେକ୍ସରେ ଏକ ଦଶନ୍ଧିରୁ ଉର୍ଦ୍ଧ କାଳ କାର୍ଯ୍ୟ କରି ଉଲ୍ଲେଖନୀୟ ଭୂମିକା ନିଭାଇଛନ୍ତି । ଇଣ୍ଡିଆନ୍ ଅଏଲ ଓ ଗ୍ୟାସ ଶିଳ୍ପର ଜଣେ ପ୍ରବିଧିଜ୍ଞ ଭାବେ ସେ ନାମ କମାଇଛନ୍ତି । ତାଙ୍କର ପରିଚାଳନାଗତ ଦକ୍ଷତା, ସାବଲୀଳ ଢ଼ାଂଚାରେ ଉତ୍ପାଦଗୁଡିକର ଯୋଗାଣ, ସହଭାଗିତା ଓ ଅର୍ଥନୈତିକ ଅଭିବୃଦ୍ଧି ଭିତିକ ବ୍ୟବସାୟ ସୃଷ୍ଟି କରି ବିଶୋଧନାଗାରକୁ ଉନ୍ନତ ତଥା ସହଜ ଲାଭଜନକ କରାଇବାର ଦକ୍ଷତା ରହିଛି । ସେ ଇଣ୍ଡିଆନ ଅଏଲର ଡାଇରେକ୍ଟର (ରିଫାଇନାରୀଜ୍‌) ଓ ଇ.ଡି (ରିଫାଇନାରୀ ଅପେରେସନସ୍‌) ଥିବା ବେଳେ ବିଷୋଧନାଗାରର ସମ୍ପ୍ରସାରଣ, ବହୁ ପ୍ରୋଜେକ୍ଟର କାର୍ଯ୍ୟକାରିତାକୁ ସଫଳ କରିଛନ୍ତି । ତାଙ୍କର ପୂର୍ବ ପଦବୀର ବିଶେଷ ସଫଳତା ଓ ଲମ୍ବା ଦକ୍ଷତା, ଭବିଷ୍ୟତର ବ୍ୟବସାୟକୁ ଲାଭ ତ୍ୱରାନ୍ୱିତ କରିବାର କୈାଶଳ, ଅଧିକାରୀଙ୍କ ମଧ୍ୟରେ ସୁ-ସମନ୍ୱୟ ଓ ପ୍ରଶାସନିକ ଦକ୍ଷତା ଏବଂ ସର୍ବୋପରି ଉନ୍ନତ ଓ ସୁଦୂରପ୍ରସାରୀ ଦୂରଦୃଷ୍ଟି ନିଗମ ପାଇଁ ସଫଳତା ଆଣିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତାଙ୍କର ଏହି ଦାୟିତ୍ୱକୁ ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଦେଖାଦେଇଥିବା ବେଳେ ପାରାଦୀପ ଆଇ.ଓ.ସି.ଏଲରେ ନୂତନ ଆଶାର ସଂଚାର ହୋଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close