ବରିଷ୍ଠ ସାମ୍ବାଦିକ ସନ୍ତୋଷ ରଥ ଯାଜପୁର ଜିଲ୍ଲା ‘ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂଘ’ର ମିଡ଼ିଆ ଉପାଧ୍ୟକ୍ଷ ହେଲେ

ବ୍ୟାସନଗର, ୨୩/୦୮: ସ୍ଥାନୀୟ ଉମାପଦା ଗ୍ରାମର ଯୁବ ପ୍ରତିଭା ତଥା ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ରଥଙ୍କୁ ତା ୧୯/୮/୨୦୨୦ରେ ଯାଜପୁର ଜିଲ୍ଲା ‘ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂଘ’ର ମିଡ଼ିଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସଂସ୍ଥାର ଉତରପ୍ରଦେଶର ଆଜାଦନଗର ଅର୍ନ୍ତଗତ ହରଦୋଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଣ୍ଡିତ୍ ଆଦିତ୍ୟ ମିଶ୍ରା ଶ୍ରୀ ରଥଙ୍କୁ ଏହି ସ୍ୱୀକୃତି ପତ୍ର ପ୍ରଦାନ କରିଛନ୍ତିି । ସମାଜର କଲ୍ୟାଣକୁ ପ୍ରାଧାନ୍ୟ ଦେଇ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ବ୍ରାହ୍ମଣ ସମାଜ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରେ ବ୍ରାହ୍ମଣ ସମାଜର ପ୍ରଚାର/ପ୍ରସାର ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଏହି ଦାୟିତ୍ୱ ମିଳିବା ଶ୍ରୀ ରଥଙ୍କୁ ବିଭିନ୍ନ ଦିଗରୁ ଅଭିନନ୍ଦନ ଜ୍ଞାପନ କରାଯାଉଛି । ‘ଉଦୟବଟ ଇ-ନ୍ୟୁଜ୍‌’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସହ-ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ ପ୍ରମୁଖ ତାଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close