ଉଦୟବଟ ତରଫରୁ ୭୪ ତମ ସ୍ୱାଧୀନତା ଦିବସ ପାଳିତ

  • ବ୍ୟାସନଗର:୧୫/୮(ନିପ୍ର) ସ୍ଥାନୀୟ ଉଦୟବଟ କର୍ଯ୍ୟାଳୟରେ ୭୪ ତମ ସ୍ୱାଧୀନତା ଦିବସ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମାନବାଧିକାର ଏବଂ ସାମାଜିକ ନ୍ୟାୟ ମଣ୍ଡଳର ମୁଖ୍ୟ ସଚିବ ଦୀପକ ରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଡ୍ ଅକ୍ଷୟ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ଉପେନ୍ଦ୍ର ନାଥ ମହାନ୍ତି, ଶିକ୍ଷାଵିତ ନୃସିଂହ ବଳ,ଇଫକାଲର ଅଧିକାରୀ ରବୀନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଖବର ପ୍ରକାଶନ ସହ ବର୍ଷ ବର୍ଷ ଧରି ଉଦୟବଟ ତାର ସମାଜିକ କର୍ଯ୍ୟକ୍ରମକୁ ବଜାୟ ରଖିଥିବାରୁ ପ୍ରଶଂସା କରିଥିଲେ। କୋଭିଡ ସମୟରେ ଉଦୟବଟ ବହୁ ଗରିବ, ଅଭାବି, ଶ୍ରମିକଙ୍କୁ ସହଯୋଗର ହାତ ବଢାଇ ଉଦାହରଣ ସୃଷ୍ଟି କରିଛି। ଏଥିରେ ଉଦୟବଟର କାର୍ଯ୍ୟକାରୀ ସମ୍ପାଦିକା ବିଦ୍ୟୁତପ୍ରଭା ରାୟ,କର୍ମଚାରୀ ସୁମିତ୍ରା ମିଶ୍ର,ପ୍ରଫୁଲ୍ଲ ବାରିକ, ସୁମନ ରାୟ,ଅଭିରାମ ପରିଡା,ସୁଦର୍ଶନ ନାୟକ ପ୍ରମୂଖ ସହଯୋଗ କରିଥିଲେ। ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଉଦୟବଟ ତାର ନ୍ୟୁଜ ୱେବ ପୋର୍ଟାଲ ର ଶୁଭାରମ୍ଭ କରି ଖବର ପ୍ରସାରଣ ଦିଗରେ ଆଉ ଏକ ପରିଚୟ ସୃଷ୍ଟି କରିଛି। ଶେଷରେ ଅଭିଷେକ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close