କେନ୍ଦ୍ରରେ ଓଡ଼ିଶାକୁ ୦୨ଟି ମନ୍ତ୍ରୀ ପଦ ମିଳିବା ଦୁର୍ଭାଗ୍ୟଜନକ ବୋଲି କହିଲା ଆଇ.ସି.ପି

କଟକ, ୧୦/୦୬(ଉ. ନ୍ୟୁଜ୍ ବ୍ୟୁରୋ): ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’, ଆଇସିପିର ରାଜ୍ୟ ସଭାପତି ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଗଭୀର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ, ଜାତୀୟ ସ୍ତରରେ ବିଜେପି ଯେଉଁଭଳି ଭାବେ ସରକାର ଗଠନ କଲା ସେଥିରେ ଓଡ଼ିଶାର ୨୦ଜଣ ସାଂସଦଙ୍କ ଗୁରୁଭୂମିକା ରହିଛି । ମୋଟ ୨୧ଟି ଆସନରୁ ୨୦ଟି ଭାଜପା ସାଂସଦ ଜିତି ରେକର୍ଡ଼ କରିଛନ୍ତି । ଏହା ନ ହୋଇଥିଲେ ଆଜି ମୋଦିଙ୍କ ୩ୟ ପାଳିର ସରକାର ଗଠନର ସ୍ୱପ୍ନ ସମ୍ଭବ ହୋଇ ନ ଥାନ୍ତା! ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ମିଳିଥିଲା ବେଳେ ଅଶ୍ୱନୀ ବୈଷ୍ଣବଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରେଳ ମନ୍ତ୍ରଣାଳୟ ମିଳିଛି । ବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିଲେ ହେଁ ସେ ରାଜସ୍ଥାନର ଅଟନ୍ତି । ଅତିକମରେ ଓଡ଼ିଶାରୁ ଆଉ ୦୨ଜଣଙ୍କୁ ମନ୍ତ୍ରୀପଦ ମିଳିବା କଥା । ଓଡ଼ିଶାକୁ ଉପଯୁକ୍ତ ପ୍ରତିନିଧିତ୍ୱ ନ ମିଳିଲେ ଓଡ଼ିଶାବାସୀ ଏହାର ଦୃଢ଼ ପ୍ରତିବାଦ କରିବେ ବୋଲି ଆଇସିପିର ରାଜ୍ୟ ସଭାପତି ଶ୍ରୀ ରାଉତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ତକ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close