ପାରାଦୀପ ବନ୍ଦରରେ ଅନ୍ତ ହେବ ୬୨ ବର୍ଷର ଜମିଜମା ବିବାଦ

ପାରାଦୀପ,୧୦/୦୬(ଚକ୍ରଧର ଦାଶଙ୍କ ଠାରୁ): ୧୯୬୨ ମସିହାରୁ ପାରାଦୀପ ବନ୍ଦର ହୋଇଥିଲେ ମଧ୍ୟ ଦୀର୍ଘ ୬୨ ବର୍ଷ ଧରି ପାରାଦୀପ ବନ୍ଦରରେ ଜମିଜମା ବିବାଦ ଲାଗି ରହିଛି । ଯାହାର ଫଳ ସ୍ୱରୁପ ପାରାଦୀପ ବନ୍ଦରର ବିକାଶ ଅଟକି ଯାଇଛି । ସୂଚନା ମୁତାବକ ରାଜ୍ୟ ସରକାର କେତେ ଜମି ପାରାଦୀପ ବନ୍ଦରକୁ ଦେଇଛନ୍ତି ତାହା ସ୍ପଷ୍ଟ ନାହାନ୍ତି । ଅପରପକ୍ଷରେ ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି ୮୩୦୭ ଏକର ଜମି ପାରାଦୀପ ବନ୍ଦରର କିନ୍ତୁ ଏ ପର୍ଯ୍ୟନ୍ତ ତାହା ଖର୍ଦ୍ଧି, ବିକ୍ରି, ଲିଜ୍ କିମ୍ବା ଟ୍ରାନ୍ସଫର ହୋଇନାହିଁ । ଯାହାଦ୍ୱାରା ଏହି ବିବାଦକୁ ଅନେକ ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି । ସମାନ ଜାଗା ଉପରେ ରାଜ୍ୟ ଓ ପାରାଦୀପ ବନ୍ଦରର ଦୈତ ଶାସନ ଚାଲିଛି ଯଥା କେନ୍ଦ୍ର ସରକାରଙ୍କ ମେଜର ପୋର୍ଟ ଅଥରିଟି ଆଇନ ୨୦୨୧ ଓ ରାଜ୍ୟ ସରକାରଙ୍କ ପୌରପାଳିକା ଆଇନ ୧୯୭୯ । ଜାଗା ବିବାଦ ଯୋଗୁଁ ଅନେକ ସରକାରୀ ଯୋଜନା କାର୍ଯ୍ୟାକରୀ ହେଉନ ନାହିଁ । ପୂର୍ବରୁ ଯେତେ ସରକାର ହୋଇଛି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ତାଳମେଳ ନଥିଲା । ତେଣୁ ଦୀର୍ଘ ୬୨ ବର୍ଷ ପରେ ୨୦୨୪ରେ ଏହି ସୁଯୋଗ ସୃଷ୍ଟି ହୋଇଛି କାରଣ ରାଜ୍ୟରେ ଏବେ ଡବଲ ଇଞ୍ଜିନ୍ ସରକାର ହେବାକୁ ଯାଉଛି । ଏଥି ସହ ବିଧାୟକ ଭାବେ ସମ୍ପଦ ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । ତେଣୁ ପାରାଦୀପରେ ଦୀର୍ଘ ଦିନର ଜମିଜମା ବିବାଦ ଅନ୍ତ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close