ସୁରଜ ସୂର୍ଯ୍ୟବଂଶୀ ହେବେକି ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ….? ଗିରୀଶ ଚନ୍ଦ୍ର ମୁର୍ମୂ ବି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି !

ଯାଜପୁର/ଭଦ୍ରଖ/ଭୁବନେଶ୍ୱର,୦୪/୦୬(ଉ. ନ୍ୟୁଜ୍ ବ୍ୟୁରୋ): ମଣିଷ ଯାହା ଯୋଜନା କରେ ଭଗବାନ ତାହା ଖାରଜ କରିପାରେ ! ଯାହା ଭାଗ୍ୟରେ ଯାହା ଲେଖା ଅଛି ତାହା ଅବଶ୍ୟ ଘଟିବ ! ଓଡ଼ିଶାର ସାମ୍ପ୍ରତିକ ରାଜନୀତି କଥା କୁହନ୍ତୁ ….ଯାହା ଅନୁମାନ କରାଯାଉଥିଲା, ଯାହା ଅନ୍ତଃସ୍ରୋତରେ ବାରି ହେଉ ପଡୁଥିଲା ତା’ଠାରୁ ଢ଼େର ଅଧିକ ଭଲ କରିଛି ଭାଜପା । ରାଜ୍ୟରେ ଭାଜପା ଏକାକୀ ସରକାର ଗଢ଼ିବାର ପଥ ପରିଷ୍କାର ହେବାରେ ଲାଗିଛି । ଆବଶ୍ୟକୀୟ ୭୪ ଆସନ ଠାରୁ ଅଧିକ ଆସନ ପାଇବାର ଜଣାପଡୁଛି । ୮୦ ଆସନ ପାଇବା ଆଡ଼କୁ ଦଳ ଅଗ୍ରସର ହେଉଛି । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଆଗାମୀ ଦିନରେ ଭାଜପା ରାଜ୍ୟରେ ସରକାର ଗଢ଼ିଲେ କିଏ ହେବେ ମୁଖ୍ୟମନ୍ତ୍ରୀ ବୋଲି ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି । ଦଳର ସୁପ୍ରିମୋ କିନ୍ତୁ ଜଣେ ଖାଂଟି ଓଡ଼ିଆ ବିଧାୟକଙ୍କ ଉପରେ ବିଶ୍ୱାସ ରଖିବ ବୋଲି ସୂଚନା ଦେଉଥିବା ବେଳେ ସେ ବୟସ୍କ ହୋଇ ନ ଥିବା ଏବଂ ତାଙ୍କ ବ୍ୟକ୍ତିତ୍ୱ ନିର୍ମଳ, ନିର୍ବିବାଦ ହୋଇଥିବା ମଧ୍ୟ କୁହାଯାଉଛି । ଏପରି ହେଲେ ସୁରଜ ସୂର୍ଯ୍ୟବଂଶୀଙ୍କ ନାମକୁ ବାଦ ଦିଆଯାଇ ନ ପାରେ!  ଜଣେ ନିର୍ମଳ ଭାବମୂର୍ତ୍ତିର ରାଜନେତା ଭାବେ ତାଙ୍କର ଆଦର ରହିଛି । କିଛି ଦିନ ତଳେ ଧାମନଗର ଠାରେ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ କହିଥିଲେ ଯେ, ଜଣେ ଯୁବ, ସୁସ୍ଥ ତଥା ଉନ୍ନତ ମାନସିକତାର ନେତାଙ୍କୁ ଦଳ ଜିତିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଦିଆଯିବ । ଏହା ସୁରଜଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା । ଜଣେ ୱାର୍ଡ଼ ମେମ୍ବର ହେବାକୁ ଆଶା ରଖି ନ ଥିବା ସୂର୍ଯ୍ୟବଂଶୀ ଘଟଣା କ୍ରମରେ ନିଜ ପିତା ବରିଷ୍ଠ ନେତା ତଥା ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ଦେହାନ୍ତ ପରେ ରାଜନୀତିକୁ ଆସି ସଫଳତା ପାଇବା ସହ ଜନପ୍ରିୟତା ହାସଲ କରିବାରେ ଲାଗିପଡ଼ିଛନ୍ତି । ସେ ଜଣେ ସରଳ ସ୍ୱଭାବର ହୋଇଥିବା ବେଳେ ତାଙ୍କ ଭାଷଣ ମଧୂର ଓ ପ୍ରାସଙ୍ଗିକତା ବହନ କରିଥାଏ । କେନ୍ଦ୍ରୀୟ ନେତୃତ୍ୱ ଏକ ଟିମ୍ ଗଠନ କରି ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରି କମିଟି ହାତରେ ଭବିଷ୍ୟତ ଯୋଜନା ଛାଡିଦେବାର ଆଶାକରାଯାଉଛି ! ଏହାଛଡ଼ା ପ୍ରଶାସନିକ ଅଧିକାରୀ ତଥା ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଲେଫ୍ଟନାଂଟ୍ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୂ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭ।ବନା ରହିଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ୍ ଖାସ ଓ ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି । ସେ ଏବେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସିଏଜିରେ କାର୍ଯ୍ୟରତ ଥିବା ବେଳେ ଗୁରୁରାଟ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସିଚିବ ରହି ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ଏହାଛଡ଼ା ପଶ୍ଚିମ ଓଡ଼ିଶାର ଭେଟେରାନ ନେତା ସୁରେଶ ପୂଜାରୀ ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ବି ମୁଖ୍ୟମନ୍ତ୍ରୀ ଦୈାଡ଼ରେ ରହିଛି । ଏତଦ୍‌ବ୍ୟତିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିର୍ବାଚନ ହାରିଯାଇଥିଲେ ମଧ୍ୟ ତାଙ୍କ ନାମ ବି ମୁଖ୍ୟମନ୍ତ୍ରୀ ଦୈାଡ଼ରେ ଥିବାର କୁହାଯାଉଛି । ଦେଖାଯାଉ ହାତି କାହା ମୁଣ୍ଡରେ ସୂନା କଳସ ଢ଼ାଳୁଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close