ଓଡ଼ିଶାରେ ବିଜେଡି-ବିଜେପି ମେଂଟ ନ ହେବା ଯୋଜନା ଶାସକ ବିଜେଡି ପାଇଁ ମହଙ୍ଗା ପଡିପାରେ

ଯାଜପୁର/ଭୁବନେଶ୍ୱର,୦୪/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଯାହା ଅନୁମାନ କରାଯାଉଥିଲା, ଶେଷରେ ସେଭଳି ପରିଣତି ଆସିବାରେ ଲାଗିଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ଆଜି ପର୍ଯ୍ୟନ୍ତ ବିଜେଡ଼ି-ବିଜେପି ମଧ୍ୟରେ ଟକ୍କର ବଢ଼ିବାରେ ଲାଗିଛି । ନିର୍ବାଚନର ଆରମ୍ଭରୁ ମୋଦି ଓ ନବୀନଙ୍କ ମଧ୍ୟରେ ବନ୍ଧୁତା ଭଲ ଥିବାର ପରିଲକ୍ଷିତ ହୋଇଥିଲା ଓ ଏହି କ୍ରମରେ ଓଡ଼ିଶାରେ ଉଭୟ ଦଳ ମଧ୍ୟରେ ମେଂଟ ସମ୍ଭାବନା ଯଥେଷ୍ଟ ଥିଲା । ଏହା ହେଲେ ଉଭୟ ଦଳ ପାଇଁ ମଂଗଳକର ହେବ ବୋଲି ବହୁ ବୁଦ୍ଧଜୀବୀ ମତ ଦେଉଥିଲେ । ଏହି ଯୋଜନାରେ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାର ଆସିବା ଏକ ପ୍ରକାରର ନିଶ୍ଚିତ ଭଳି ଲାଗୁଥିବା ବେଳେ ବହୁ ଝାମେଲାରୁ ମୁକ୍ତି ମିଳିଥାନ୍ତା । ଏଥିପାଇଁ ଉଭୟ ଦଳର ଅନେକ ପ୍ରଭାବଶୀଳ ତଥା ଛାମୁଆ ନେତା ବହୁ କସରତ କରିଥିଲେ ସୁଦ୍ଧା ମେଂଟ ହୋଇପାରି ନ ଥିଲା । ହେଲେ ଯେଉଁମାନେ ଶେଷ ସମୟରେ ମେଂଟ ଯୋଜନାକୁ ପଣ୍ଡ କଲେ ସେମାନେ ଆଜିର ପରିଣତି ପାଇଁ ଏକପ୍ରକାରର ଦାୟୀ ଓ ଚର୍ଚ୍ଚିତ ଚେହେରା ବୋଲି ଲୋକେ କହିବା ଆରମ୍ଭ କଲେଣି! ଅବଶ୍ୟ ବିଜେପିକୁ ବେଶି ଫାଇଦା ମିଳିଛି । ବେଶି ସାଂସଦ ସିଟ୍ ନେଇ ବେଶି ବିଧାୟକ ସିଟ୍ ଛାଡିବାକୁ ପ୍ରସ୍ତୁତ ଥିବା ଭାଜପାର କିନ୍ତୁ ମେଂଟ ନ ହେବା ଫଳରେ ଆଶତୀତ ସଫଳତା ମିଳୁଛି! ରାଜ୍ୟରେ ଭାଜପା ସାଂସଦ ସିଟ୍ ପୋଛି ନେବା ଭଳି ଅବସ୍ଥାକୁ ଆସିଯାଇଥିବା ବେଳେ ବିଧାୟକ ସିଟ୍ ଆଶା କରୁଥିବା ସଂଖ୍ୟା ଠାରୁ ନିଶ୍ଚୟ ଅଧିକ ପାଇବାକୁ ଯାଉଛି । ରାଜ୍ୟରେ କିଏ ସରକାର ଗଢ଼ିବ ତାହା ଅସ୍ଫଷ୍ଟ ରହିଛି ! ମାତ୍ର ଏହା ଆଉ କେଇ ଘଂଟାର ସମୟ ପରେ ଜଣାପଡିଯିବ ! ହେଲେ ପଡୋଶୀ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ବୁଦ୍ଧିମାନର କାମ କରିଛନ୍ତି । ସେ ତାଙ୍କ ଦଳ ଟିଡିପି ସହ ବିଜେପିର ମେଂଟ କରିବା ଫଳରେ ଏବେ ଉଭୟ ଦଳ ଲାଭବାନ ହେବାରେ ଲାଗିଛନ୍ତି । ତାଙ୍କ ପଥ ଅନୁସରଣ କରିଥିଲେ ଓଡ଼ିଶାରେ ବିଜେଡି ବଡ ଫାଇଦାରେ ରହିଥାନ୍ତା !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close