ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭୋଟ ଗଣତି କାର୍ଯ୍ୟ ସଂପାଦନର ସମୀକ୍ଷା ନେଲେ

ଯାଜପୁର,୦୪ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟ ଗଣତିର କାର୍ଯ୍ୟ ସଂପାଦନର ସମୀକ୍ଷା ନେଇଚ୍ଥନ୍ତି । ଆଜି ଭୋଟ ଗଣତି କାର୍ଯ୍ୟ ନରସିଂହ ଚୈଧୁରୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶମତେ ତା ୦୧ା୦୬ା୨୦୨୪ ରିଖ ଦିନ ଯାଜପୁର ଜିଲ୍ଲାରେ ଏକକାଳୀନ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ, ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ଭୋଟ ଗଣତି କାର୍ଯ୍ୟର ସୁପରିଚାଳନା ନିମନ୍ତେ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକର ଆର୍‌.ଓ. ଯଥାକ୍ରମେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଉପ- ଜିଲ୍ଲାପାଳ ମନୋରମା ଜାଲି, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଉପ- ଜିଲ୍ଲାପାଳ ଅଂଶୁମାନ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଲଙ୍କେଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାର, ଜିଲ୍ଲା ପାରିଷଦ ଅଶୋକ କୁମାର ବେହୁରିଆ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରଶ୍ମିରେଖା ପ୍ରଧାନ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୂଳମଣି ନାୟକ, ଡେପୁଟି କଲେକ୍ଟର, ନିର୍ବାଚନ ରଶ୍ମି ରଂଜନ ମଲ୍ଳ୍‌ିକ, ଡେପୁଟି କଲେକ୍ଟର ଶାଶ୍ୱତୀ ସାଡୁଆଳ, ସୋନମ ଦାସ, ସମସ୍ତ ଏ.ଆର.ଓ./ବି.ଡି.ଓ. ଏବଂ ତହସିଲଦାର, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ସୁଧାଂଶୁ ମହାପାତ୍ର, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମାନେଜର ଶାରଦା ପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ । ପୋଷ୍ଟାଲ ବାଲାଟ ଗୁଡିକୁ ଗୋଟିଏ ରାଉଣ୍ଡରେ ଗଣାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଭୋଟ ଗଣତିକୁ ସୁଚାରୁ ରୂପେ ସଂପାଦନ ନିମନ୍ତେ ୩୨ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ଦିଆଯାଇଚ୍ଥି । ବିଜୁଳି ଆଲୋକ, ଇଣ୍ଟରନେଟ୍ ସୁବିଧା ନିମନ୍ତେ ଭାରତ ସଂଚାର ନିଗମ ଲିଃ କର୍ଲୃପକ୍ଷ, ର୍ପୂତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ନିଜ ନିଜ ଦାୟିତ୍ୱ ସଂପାଦନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ୨ ଗୋଟି ଡି.ଜି. ସେଟ୍ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ପରେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ଠାରେ ମାଇକ୍ରୋ ଅବଜରଭର, କାଉଣ୍ଟିଂ ସୁପରଭାଇଜର ଏବଂ କାଉଣି୍ଟଂ ଆସିଷ୍ଟାଣ୍ଟ ମାନଙ୍କୁ ରିପେଂ୍ରସର ଟ୍ରେନିଂ ପ୍ରଦାନ କରାଯାଇଥିଲା । ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ ଗୋଟି କାଉଣ୍ଟିଂ ହଲ ପ୍ରସ୍ତୁତ କରାଯାଇ ୨୪ ଗୋଟି ଟେବୁଲ (୧୨ ଗୋଟି ବିଧାନସଭା ପାଇଁ ଓ ୧୨ ଗୋଟି ଲୋକସଭା ପାଇଁ) ପ୍ରସ୍ତୁତ କରାଯାଇଅଚ୍ଥି । ପ୍ରତ୍ୟେକ ଟେବୁଲରେ ୧ ଜଣ ମାଇକ୍ରୋ ଅବଜରଭର, ୧ ଜଣ କାଉଣି୍ଟଂ ସୁପରଭାଇଜର ଏବଂ ୧ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱ ନିର୍ବାହ କରିବେ । ଭୋଟ ଗଣତିରେ ନିଯୁକ୍ତ ହୋଇଥିବା କର୍ମଚାରୀ ଓ ଅଧିକାରୀମାନେ ସକାଳ ଘ.୭.୩୦ ମିନିଟ୍‌ରେ କାଉଣ୍ଟିଂ ହଲରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଅଚ୍ଥି । ଇ.ସି.ଆଇ. ସ୍ୱୀକୃତି ପ୍ରାପ୍ତ ପତ୍ର ପାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏକକ ସ୍ଥାନରେ ଭୋଟ ଗଣତିର ପଂଳାପଂଳ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଚ୍ଥି । ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ଠାରେ କାଉଣି୍ଟଂ ଟେବୁଲ କର୍ମଚାରୀ ମାନଙ୍କୁ ସମସ୍ତ ରିଟର୍ଣ୍ଣିଂ ଅପିଂସର ଓ ସହକାରୀ ରିଟର୍ଣ୍ଣିଂ ଅପିଂସରମାନେ ରିପେଂ୍ରସର ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close