ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ୧୬୩୭ ବୁଥ୍‌କୁ ପୋଲିଂ ପାର୍ଟି ଗଲେ

ଯାଜପୁର,୦୩/୦୬(ଉ. ନୁୃଜ୍ ବ୍ୟୁରୋ): ଜୁନ୍ ୧ ତାରିଖ ସପ୍ତମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ଏକକାଳୀନ ୦୮-ଯାଜପୁର(ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ମତଦାନ ସକାଳ ୭ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶମତେ ଅନୁଷ୍ଠିତ ହେବ । ୩୧ ତାରିଖ ସକାଳ ୭ ଘଟିକା ଠାରୁ ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ପରିସରରେ ନିର୍ବାଚନ ମଣ୍ଡଳୀ ୱାରୀ ଡିସ୍‌ପର୍ଶାଲ କାଉଣ୍ଟର କରାଯାଇ ପୋଲିଂ ପାର୍ଟି ମାନଙ୍କୁ ସୁଚାରୁ ରୂପେ ବୈଧାନିକ, ଅଣବୈଧାନିକ ସରଂଜାମ ସହ ଲୋକସଭା ଓ ବିଧାନସଭା ଆସନ ନିମନ୍ତେ ପୃଥକ ଭାବେ ଇ.ଭି.ଏମ୍‌.(ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାର୍ଟ) ଗ୍ରହଣ କରି ନିର୍ଦ୍ଧାରିତ ଯାନରେ ନିଜ ନିଜ ମତଦାନ କେନ୍ଦ୍ରକୁ ଯାଇଥିଲେ । ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ ନିମନ୍ତେ ୨୪୦ ପୋଲିଂ ପାର୍ଟି, ୪୯-ବରୀ ଆସନ ନିମନ୍ତେ ୨୨୪ ପୋଲିଂ ପାର୍ଟି, ୫୦-ବଡଚଣା ଆସନ ନିମନ୍ତେ ୨୦୬ ପୋଲିଂ ପାର୍ଟି, ୫୧-ଧର୍ମଶାଳା ଆସନ ନିମନ୍ତେ ୨୬୪ ପୋଲିଂ ପାର୍ଟି, ୫୨-ଯାଜପୁର ଆସନ ନିମନ୍ତେ ୨୬୨ ପୋଲିଂ ପାର୍ଟି, ୫୩-କୋରେଇ ଆସନ ନିମନ୍ତେ ୨୧୬ ପୋଲିଂ ପାର୍ଟି ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ୨୨୫ ପୋଲିଂ ପାର୍ଟି ଡିସ୍‌ର୍ଶ୍‌ାଲ କେନ୍ଦ୍ରରୁ ପ୍ରାଥମିକ ଚିକିତ୍ସା ନିମନ୍ତେ ଆବଶ୍ୟକ ଓ÷୍ୟଷଧ, ଓଆର୍‌ଏସ୍ ପ୍ୟାକେଟ ଗ୍ରହଣ କରି ବୁଥ୍‌କୁ ଯାଇଥିଲେ । ପୋଲିଂ ପାର୍ଟିକୁ ପ୍ରେରଣ ସ୍ଥାନରେ ପର୍ଯ୍ୟାପ୍ତ ପାନୀୟ ଜଳ, ଖାଦ୍ୟ ବ୍ୟବସ୍ଥା, ଆମ୍ୱୁଲାନ୍ସ ସେବା, ଯାନ ପାର୍କିଂ ଜୋନର ସୁବିଧା ଯୋଗାଇ ଦିଆଯାଇଥିଲା । ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା ଆସନ ନିମନ୍ତେ ମୋଟ ୧୬୩୭ ଗୋଟି ବୁଥ୍ ମଧ୍ୟରୁ ୨୮୬ ଗୋଟି ସଖୀ ବୁଥ୍‌, ଏକ ଗୋଟି ଦିବ୍ୟାଙ୍ଗ ବୁଥ, ୨ ଗୋଟି ଯୁବ ବୁଥ୍ ପାଇଁ ୯୮୮୨ ପୋଲିଂ କର୍ମଚାରୀ ନିୟୋଜିତ କରାଯାଇଚ୍ଥି । ୯୮୭ ଗୋଟି ଅର୍ଥାତ୍ ଶତକଡା ୬୦ ଭାଗରୁ ଅଧିକ ବୁଥ୍‌କୁ ୱେବ୍‌କାଷ୍ଟିଂ କରାଯିବାର ବ୍ୟବସ୍ଥା କରାଯାଇଚ୍ଥି । ମତଦାନକୁ ଶୃଙ୍ଖଳାର ସହିତ ଜିଲ୍ଲାରେ ସମାପନ କରିବା ପାଇଁ ୪୨ ଗୋଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍‌, ୭ ଗୋଟି ଲେଖାଏଁ ଭିଏସ୍‌ଟି ଓ ଭିଭିଟି ଟିମ୍‌, ୧୬୧ ସେକ୍ଟର ଅପିଂସର ଏବଂ ୧୭୭ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତି ଦିଆଯାଇଚ୍ଥି । ପ୍ରଶାସନ ତରପଂରୁ ପୋଲିଂ ପାର୍ଟି ନିମନ୍ତେ ୧୫୦୫ ଗୋଟି ଯାନ, ପୋଲିସ କର୍ମଚାରୀ ନିମନ୍ତେ ୫୦୦ ଯାନ ଓ ରିଜର୍ଭ ଯାନକୁ ନେଇ ହାରାହାରି ୨୨୦୦ ଯାନ ଅଧିଗ୍ରହଣ କରାଯାଇଚ୍ଥି । ପୋଲିସ ପ୍ରଶାସନ ତରପଂରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ୮ ଜଣ, ଉପ-ଆରକ୍ଷୀ ଅଧିକ୍ଷକ ୧୬ ଜଣ, ଇନିସ୍ପେକ୍ଟର ୩୩ ଜଣ, ସବ୍‌-ଇନିସ୍ପେକ୍ଟର ଓ ସହକାରୀ ସବ୍‌-ଇନିସ୍ପେକ୍ଟର ୨୫୭ ଜଣ, ଓ.ଆର୍‌. ପବ୍ଳିକ ହୋମ୍‌ଗାର୍ଡ ଓ ଜି.ଆର୍‌. ୧୬୩୫ ଜଣ, ଷ୍ଟ୍ରାଇକିଂ ପୋଂର୍ସ ୧୫ ପ୍ଳାଟୁନ, ସି.ଏ.ପି.ଏପଂ୍‌. ୨୧ କମ୍ପାନୀ ଏବଂ ଏ.ପି.ଆର୍‌. ୫୫୦ ପୋଂର୍ସଙ୍କୁ ନିଯୁକ୍ତି ଦିଆଯାଇଚ୍ଥି । ଯାଜପୁର ଜିଲ୍ଲାରେ ଆସନ୍ତା କାଲି ଜୁନ୍ ୧ ତାରିଖରେ ସକାଳ ୭ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ନିଜ ନିଜ ମତଦାନ କେନ୍ଦ୍ରକୁ ଆସି ଆନନ୍ଦ ଉଲ୍ଲାସରେ ନିର୍ବାଚନର ପର୍ବ, ଆମ ଦେଶର ଗର୍ବ ମହାନ ଦିବସରେ ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନରେ ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରି ଯାଜପୁର ଜିଲ୍ଲାକୁ ଉଦାହରଣ ସୃଷ୍ଟି କରିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ ଆହ୍ୱାନ ଦେଇଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଲଙ୍କେଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପ-ଜିଲ୍ଲାପାଳ ଅଂଶୁମାନ ଶତପଥୀ, ଅତିରିକ୍ତ ଉପ-ଜିଲ୍ଲାପାଳ ମନୋରମା ଜାଲି, ଏଆର୍‌ଓ, ଡେପୁଟି କଲେକ୍ଟର, ବିଡିଓ ଏବଂ ତହସିଲଦାରମାନେ ନିରୀକ୍ଷଣରେ ପୋଲିଂ ପାର୍ଟି ମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପ୍ରେରଣ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close