ବିଶିଷ୍ଟ ଆଦିବାସୀ ନେତା ଭୀମସେନ ମୁଣ୍ଡାଙ୍କୁ ସାକ୍ଷାତ କଲେ ବିଜେଡି ନେତା ଦୁଷ୍ମନ୍ତ ରାଉତ ଓ ସାଥି

ବ୍ୟାସନଗର,୩୦/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବ୍ୟାସନଗର ପୈାର ପରିଷଦର ୨୬ ୱାର୍ଡରେ ଗତ କାଲି ସନ୍ଧ୍ୟାରେ ବିଜେଡି ନେତା ଦୁଷ୍ମନ୍ତ ରାଉତ, ବରିଷ୍ଠ ସମାଜସେବୀ ସୁଦୀପ୍ କୁମାର ମିଶ୍ର ଓ ସାଥି ବିଜେଡି ବିଧାୟକ ପ୍ରାର୍ଥୀନି ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ମାରାଥାନ ପ୍ରଚାର କରିଛନ୍ତି । ଜଗନ୍ନାଥ ସାହିରେ ପ୍ରଚାର କରିବା ପରେ ଏହି ୱାର୍ଡରେ ବସବାସ କରୁଥିବା ଓଡ଼ିଶାର ବିଶିଷ୍ଟ ଆଦିବାସୀ ଓ ଶ୍ରମିକ ନେତା ତଥା ପୂର୍ବତନ କାଉନସିଲର ଭୀମସେନ ମୁଣ୍ଡାଙ୍କୁ ଶ୍ରୀ ରାଉତ ସାକ୍ଷାତ କରିଛନ୍ତି । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ମୁଣ୍ଡା ଶ୍ରୀ ରାଉତଙ୍କର ଜଣେ ପୁରୁଣା ବନ୍ଧୁ । ଶ୍ରୀଯୁକ୍ତ ମୁଣ୍ଡା ଦୀର୍ଘଦିନ ଧରି ଶଯ୍ୟାଶାୟୀ ଅଛନ୍ତି । ଶ୍ରୀ ରାଉତ ତାଙ୍କ ଠାରୁ ବିଭିନ୍ନ ପରାମର୍ଶ ଗ୍ରହଣ କରିଥିଲେ । ଶ୍ରୀ ରାଉତଙ୍କ ସହ ୦୮ନଂ. ୱାର୍ଡର ଯୁବ ସମାଜସେବୀ ଅଭିରାମ ପରିଡା, ବରିଷ୍ଠ ବିଜେଡି ନେତା ବିପ୍ଳବ ଦତ, ୨୬ନଂ ୱାର୍ଡ଼ର ବିଜେଡି ନେତା ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ ଦାସ, ସମାଜସେବୀ ଚକ୍ରଧର ମଲ୍ଲିକ ପ୍ରମୁଖ ଶ୍ରୀଯୁକ୍ତ ମୁଣ୍ଡାଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ଶ୍ରୀ ମୁଣ୍ଡାଙ୍କ ପତ୍ନୀ ତଥା ସ୍ଥାନୀୟ ମହିଳା ମହାସଂଘର ସଂପାଦିକା ଋଜନୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ରାଉତ ଓ ସାଥିମାନେ ଶ୍ରୀଯୁକ୍ତ ମୁଣ୍ଡାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close