ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୨ ଦିନିଆ ପୋଷ୍ଟାଲ ବ୍‌ାଲାଟ ଭୋଟିଂରେ ଆଜି ୧୦୫ ମତଦାତା ମତଦାନ ସାବ୍ୟସ୍ତ କଲେ


ଯାଜପୁର,୨୯ା୦୫(ଉ. ନ୍ୟୁଜ୍ ବ୍ୟୁରୋ): ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲ୍ଲାରେ ଏକକାଳୀନ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନଙ୍କ ଆଦେଶମତେ ସମାଜର ବିଭିନ୍ନ ଶ୍ରେଣୀର ମତଦାତାଙ୍କ ପାଇଁ ମତଦାନ ସାବ୍ୟସ୍ତ କରିବା ନିମନ୍ତେ “ନିର୍ବାଚନ ପର୍ବ ଆମ ଦେଶର ଗର୍ବ” ବିଶାଳ ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ମେରୁଦଣ୍ଡ ଅଟେ ବୋଲି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ ପ୍ରକାଶ କରିବା ସହ ଯାଜପୁର ଜିଲ୍ଲାରେ ନିର୍ବାଚନରେ ଜିଲ୍ଲାର ସମସ୍ତ ଯୁବ ଭୋଟର, ଦିବ୍ୟାଙ୍ଗ ଭୋଟର, ୮୫ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧ ବୃଦ୍ଧା ଭୋଟର ଓ କିନ୍ନର ଭୋଟର ମାନଙ୍କୁ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାର ଅପୂର୍ବ ସୁଯୋଗ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ କଳ ଅହରହ ଉଦ୍ୟମ ଜାରି ରଖିଚ୍ଥନ୍ତି । ତା୨୪ା୦୫ା୨୦୨୪ରିଖ ଠାରୁ ତା୨୭ା୦୫ା୨୦୨୪ରିଖ ପର୍ଯ୍ୟନ୍ତ ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ଠାରେ ପୋଲିଂ କର୍ମଚାରୀ ମାନଙ୍କୁ ଚୁଡାନ୍ତ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିବା ସହ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ ଗୋଟି ମତଦାନ କକ୍ଷ କରାଯାଇ ଲୋକସଭା ଏବଂ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ ନିଆଯାଇଥିଲା । ଗତକାଲି ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଅଶୋକ କୁମାର ବେହୁରିଆ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଏବଂ ପୋଷ୍ଟାଲ ବାଲାଟ ଜିଲ୍ଲା ନୋଡାଲ ଅଧିକାରୀ ରଶ୍ମିରେଖା ପ୍ରଧାନ, ତହସିଲଦାର, ଦଶରଥପୁର ବିକ୍ରମ କିଶୋର ପରିଡା କାର୍ଯ୍ୟ ପରିଚାଳନା କରିବା ସହ ଆଟେଷ୍ଟିଂ ଅପିଂସର ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ କାର୍ଯ୍ୟ ସଂପାଦିତ କରିଥିଲେ । ପୋଲିସ କର୍ମଚାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ, ଗଣମାଧ୍ୟମ ସାର୍ଟିପିଂକେସନ ଓ ପରିଚାଳନା କମିଟି କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପଂଜିକୃତ ଦୈନିକ ଚ୍ଥାପା ଓ ବୈଦ୍ୟୁତିକ ଗଣମାଧ୍ୟମ ନିର୍ବାଚନ କମିଶନଙ୍କ ପ୍ରାପ୍ତ ସ୍ୱୀକୃତି ପତ୍ର ପାଇଥିବା ସାମ୍ୱାଦିକ, ଏସ୍‌ଏସ୍‌ଟି ଟିମ୍ ୧୦୫ ମତଦାତା ପୋଷ୍ଟାଲ ବାଲାଟରେ ମତଦାନ ସାବ୍ୟସ୍ତ କରିଥିଲେ । ଏହି ପୋଷ୍ଟାଲ ବାଲାଟ ଭୋଟିଂରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ପ୍ରତିନିଧି ଉପସ୍ଥିତ ଥିବାବେଳେ ଆସନ୍ତା କାଲି ସେହିପରି ଯାଜପୁର ଜିଲ୍ଲାର ଆବସେଣ୍ଟି ଭୋଟର ମାନଙ୍କ ନିମନ୍ତେ ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ପେଷ୍ଟାଲ ବାଲାଟ ଭୋଟିଂ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close