ବିଜେପି ନେତା ଅରୁଣ ଦାସ ବିଜେଡ଼ିରେ ଯୋଗ ଦେଲେ

ବ୍ୟାସନଗର,୨୮/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ‘ହୋଟେଲ ଯଯାତି କୋର୍ଟିୟାର୍ଡ଼’ରେ ଯାଜପୁରର ବିଧାୟକ ତଥା ରାଜ୍ୟ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବ୍ୟାସଦେବ ମଣ୍ଡଳ ବିଜେପି ଉପ-ସଭାପତି ଅରୁଣ ଦାସ ଦଳ ତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଅନ୍ୟ କେତେକ ବିଜେପି ନେତା ବିଜେଡ଼ିରେ ଯୋଗ ଦେଇଛନ୍ତି । ଅରୁଣଙ୍କୁ ବିଜେଡ଼ିରେ ସାମିଲ କରିବା ପାଇଁ ବିଜେଡ଼ି ନେତା ଦୁଷ୍ମନ୍ତ ରାଉତ ଦୀର୍ଘ ଦିନ ଧରି ସମ୍ପର୍କରେ ଥିଲେ । ହେଲେ ଆଜି ସେ ବରିଷ୍ଠ ନେତା ତଥା ସମାଜସେବୀ ସୁଦୀପ ମିଶ୍ରଙ୍କ ପ୍ରଚେଷ୍ଠାରେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡ଼ିର ବରିଷ୍ଠ ନେତା ବାଦଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ନେତା ଅରୁଣଙ୍କ ସହ ୦୩ନଂ ୱାର୍ଡର କାଉନସିଲର ପ୍ରାର୍ଥୀନି ଅନୀତା ମଣ୍ଡଳଙ୍କ ସ୍ୱାମୀ ପ୍ରବୀର ମଣ୍ଡଳ, ୨୬ନଂ ୱାର୍ଡର ବିଜେପି ନେତା ଅଜୟ ମଲ୍ଲିକ, ୨୫ନଂ. ବିଜେପି ୱାର୍ଡ଼ ସଭାପତି ଶ୍ୟାମସୁନ୍ଦର ମହାରଣା, ବିଜେପି ନେତା ପୁରୁଷୋତମ ବେହେରା ପ୍ରମୁଖ ଆଜି ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close