୫୨୧ ପୋଲିଂ ପାର୍ଟି ଦି୍ୱତୀୟ ଦିବସରେ ଚୁଡାନ୍ତ ପର୍ଯ୍ୟାୟ ପ୍ରଶିକ୍ଷଣ ନେଲେ ଏବଂ ପୋଷ୍ଟାଲ ବାଲାଟରେ ଭୋଟ ଦେଲେ

ଯାଜପୁର,୨୬/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲ୍ଲାରେ ଏକକାଳୀନ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ, ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ଗତକାଲି ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏନ୍‌.ସି. କଲେଜ ଠାରେ ଦୁଇଟି ପର୍ଯ୍ୟାୟରେ ୫୦-ବଡଚଣା ବିଧାନସଭା ଆସନ ନିମନ୍ତେ ୨୨୮ ପୋଲିଂ ପାର୍ଟି ଅନ୍ତର୍ଭୁକ୍ତ ୧୪୬୦ ପୋଲିଂ କର୍ମଚାରୀ ଚୁଡାନ୍ତ ପ୍ରଶିକ୍ଷଣ ନେଇଥିବା ବେଳେ ୫୧-ଧର୍ମଶାଳା ବିଧାନସଭା ଆସନ ନିମନ୍ତେ ୨୯୩ ପୋଲିଂ ପାର୍ଟି ଅନ୍ତର୍ଭୁକ୍ତ ୧୭୫୫ ପୋଲିଂ କର୍ମଚାରୀ ପ୍ରଶିକ୍ଷଣ ନେଇଚ୍ଥନ୍ତି । ନିର୍ବାଚନ କାର୍ଯ୍ୟରେ (ପୋଲିଂ ପାର୍ଟି) ଜିଲ୍ଲାର କର୍ମଚାରୀ ମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟରେ ମତଦାନ ସାବ୍ୟସ୍ତ କରିବା ପାଇଁ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ ଗୋଟି ମତଦାନ କକ୍ଷ କରାଯାଇ ଲୋକସଭା ଏବଂ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ ନିଆଯାଇଥିଲା । ପୋଷ୍ଟାଲ ବାଲାଟ ଭୋଟରମାନେ ଭୋଟ ଦେଇ ବନ୍ଦ ଲପାଂପାକୁ ଲୋକସଭା ଓ ବିଧାନସଭା ପାଇଁ ପୃଥକ ବାକ୍ସରେ ପକାଇଥିଲେ । ଏହି ଭୋଟଦାନ ପ୍ରକ୍ରିୟାକୁ ସୂଚାରୁ ରୂପେ ସଂପାଦନ ନିମନ୍ତେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭୋଟଦାନ କକ୍ଷରେ ନିଯୁକ୍ତ ସହକାରୀ ରିଟର୍ଣ୍ଣି ଅପିଂସର, ଆଟେଷ୍ଟିଂ ଅପିଂସର, ପୋଲିଂ ଅପିଂସର ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ପୋଷ୍ଟାଲ ବାଲାଟ ଭୋଟିଂ ସଂପାଦିତ ହୋଇଥିଲା । ପୋଲିଂ କର୍ମଚାରୀ ମାନଙ୍କ ମଧ୍ୟରେ ୧୭୬୮ ଭୋଟର ଲୋକସଭା ଓ ବିଧାନସଭା ନିମନ୍ତେ ପୋଷ୍ଟାଲ ବାଲାଟରେ ନିଜର ମତଦାନ ସାବ୍ୟସ୍ତ କରିଚ୍ଥନ୍ତି । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପ୍ରତ୍ୟେକ ପ୍ରଶିକ୍ଷଣ କକ୍ଷରେ ପୋଲିଂ କର୍ମଚାରୀ ମାନେ ଦକ୍ଷତାର ସହ କିଭଳି ବୁଥ୍ ମାନଙ୍କରେ ମତଦାନ କାର୍ଯ୍ୟ ସଂପାଦିତ କରିବେ ସେ ସମ୍ୱନ୍ଧରେ ନିର୍ବାଚନ କମିଶନଙ୍କ ଟିପ୍‌ସ୍ ସମ୍ୱନ୍ଧରେ ପୋଲିଂ ପାର୍ଟିଙ୍କୁ ଅବଗତ କରାଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close