ବ୍ୟାସନଗରର ୦୨ନଂ. ୱାର୍ଡରେ ବିଜେଡି ପ୍ରାର୍ଥୀନି ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ୨ୟ ନିର୍ବାଚନୀ ସଭା


ବ୍ୟାସନଗର,୨୪/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଉପକୂଳ ଓଡ଼ିଶାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ କୋରେଇରେ ଓଡ଼ିଶାର ବିଶିଷ୍ଟ ଜନନେତା, ପୂର୍ବତନ ଜନତା ଦଳ ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ରାଜ୍ୟ ବିଜେଡ଼ି ସଂଗଠନ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ(ସଞ୍ଜୁ ଦେବୀ) ବିଜେଡି ପ୍ରାର୍ଥୀନି ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଉପଲକ୍ଷେ ଆଜି ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସ୍ଥାନୀୟ ୦୨ନଂ. ୱାର୍ଡ଼ରେ ବରିଷ୍ଠ ବି.ଜେ.ଡି ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଏକ ବିରାଟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଧାୟକ ପ୍ରାର୍ଥୀନି ସନ୍ଧ୍ୟାରାଣୀ ଦାସଙ୍କ ପୁତୁରା ତଥା ଯାଜପୁର ପୈାର ପରି ପୂର୍ବତନ ନଗରପାଳ ଭବ ପ୍ରସାଦ ଦାସ, ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ, ଯୁବ ବି.ଜେ.ଡ଼ି. ନେତା ଆଲେକ୍‌ଜାଣ୍ଡର ଦାସ, ବ୍ୟାସନଗର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷା ସରୋଜିନୀ ବଳ, ୦୨ ନଂ ୱାର୍ଡ଼ର କାଉନସିଲର କୁନି ହାଁସଦା ପ୍ରମୁଖ ଯୋଗ ଦେଇ ନିଜ ନିଜର ବହୁମୂଲ୍ୟ ସାରଗର୍ଭକ ଭାଷଣ ଦେଇ ବିଜେଡ଼ି ଜନ କଲ୍ୟାଣକାରୀ ଯୋଜନାଗୁଡିକ ଉପରେ ଆଲୋଚନା କରିଥିଲେ । ବିଧାୟକ ପ୍ରାର୍ôଥନୀ ସନ୍ଧ୍ୟାରାଣୀ ଦାସଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ଜିତାଇବା ସହ ସାଂସଦ ପ୍ରାର୍ଥୀନି ଶର୍ମିଷ୍ଠା ସେଠୀଙ୍କୁ ମଧ୍ୟ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ବୁଜୁ ବାହିନୀର ସଦସ୍ୟ ବି. ମୋହନ, ରମେଶ ପୃଷ୍ଟି, ବିପ୍ଲବ କୁମାର ଦତ, ପ୍ରଫୁଲ୍ଲ ବାରିକ, ସିପ୍ରା ଦାସ ଓ କାଳନ୍ଦି ବାରିକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ସଭାରେ ବହୁ ସଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close