ବ୍ୟାସନଗରର ୦୨ନଂ. ୱାର୍ଡ ପାଦୁକା ଆଶ୍ରମ ପଡ଼ିଆରେ ବିଜେଡି ପ୍ରାର୍ଥୀନି ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ନିର୍ବାଚନୀ ସଭା

 

ବ୍ୟାସନଗର,୨୩ା୦୫(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପ୍ରମୁଖ କୋରେଇ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ସାଲିସବିହୀନ ବିଶିଷ୍ଟ ଜନନେତା, ପୂର୍ବତନ ଜନତା ଦଳ ରାଜ୍ୟ ସଭାପତି ଏବଂ ବିରୋଧିଦଳ ନେତା, କୋରେଇ ବିଧାୟକ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ରାଜ୍ୟ ରାଜ୍ୟ ରାଜନୀତିର ଆଗଧାଡ଼ିର ନେତା ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ (ସଞ୍ଜୁ ଦେବୀ)ଙ୍କୁ ସମର୍ଥନ ଜଣାଇ ବରିଷ୍ଠ ବି.ଜେ.ଡି ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ୟାସନଗର ସହରର ଅନ୍ୟତମ ଧର୍ମସ୍ଥଳୀ ୦୨ନଂ. ୱାର୍ଡର ପାଦୁକା ଆଶ୍ରମ ପଡ଼ିଆରେ ଏକ ବିରାଟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଧାୟକ ପ୍ରାର୍ଥୀନି ସନ୍ଧ୍ୟାରାଣୀ ଦାସଙ୍କ ପୁତୁରା ତଥା ଯାଜପୁର ପୈାର ପରିଷଦର ପୂର୍ବତନ ନଗରପାଳ ଭବ ପ୍ରସାଦ ଦାସ, ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି, ବ୍ୟାସନଗର ପୈାର ପରିଷଦର ପୂର୍ବତନ ପୌରାଧ୍ୟକ୍ଷା ସରୋଜିନୀ ବଳ, ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ତଥା ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ, ବ୍ୟାସନଗର ପୈାର ପରିଷଦର ଉପ-ନଗରପାଳ ସୁବାସ ଚନ୍ଦ୍ର ବଳ, କାଉନସିଲର ଅଶୋକ ରାଉତ, କାଉନସିଲର ମଣିନ୍ଦ୍ର କୁମାର ସାହୁ, କାଉନସିଲର ଶିବାନନ୍ଦ ନାୟକ, ଶ୍ରମିକ ନେତା ଅରୁଣ ଦାସ, ବ୍ୟାସନଗର ବି.ଜେଡ଼ି ମହିଳା ସଭାନେତ୍ରୀ ଇନ୍ଦିରା ଦାସ, ସଂପାଦିକା ମଞ୍ଜୁଶ୍ରୀ ପଣ୍ଡା, ବିଜେଡ଼ି ସଭାପତି ମହେଶ ଧଳ ପ୍ରମୁଖ ଯୋଗ ଦେଇ ନିଜ ନିଜର ବହୁମୂଲ୍ୟ ସାରଗର୍ଭକ ଭାଷଣ ଦେଇ ବିଜେଡ଼ି ବିଧାୟକ ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସଙ୍କୁ ଭୋଟ ଦେଇ ଜିତାଇବା ସହ ସାଂସଦ ପ୍ରାର୍ଥୀନି ଶର୍ମିଷ୍ଠା ସେଠୀଙ୍କୁ ମଧ୍ୟ ଭୋଟ ଦେବାକୁ ନିବେଦନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡିକ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ବହୁ ସଖ୍ୟାରେ ମହିଳା ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବି.ଜେ.ଡ଼ି ନେତା ଗୋବିନ୍ଦ ଚନ୍ଦ୍ର ଜେନା, ବିପ୍ଳବ କୁମାର ଦତ, ସଂଜୟ ଜେନା, ପ୍ରଭାତ ରାୟ, ରଘୁ ନାଥ, ଆନନ୍ଦ ଛୋଟରାୟ, ନନ୍ଦ ସେନାପତି ପ୍ରମୁଖ ଯୋଗ ଦେଇ ସଭା ପରିଚାଳନାରେ ସହଯୋଗ କରିଥିଲେ । ସଭାରେ ଯୋଗ ଦେଇଥିବା ନେତାମାନେ କୋରେଇ ବିଧାୟକ ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ ଓ ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀଙ୍କୁ ବହୁ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।

,

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close