କ୍ରିକେଟ୍ ଖେଳୁଥିବା ବେଳେ ବଜ୍ରପାତରେ ଛାତ୍ରଙ୍କ ମୃତ୍ୟୁ

ବ୍ୟାସନଗର,୨୧/୦୫(ଉ. ନ୍ୟୁଜ୍ ବ୍ୟୁରୋ):ଗତକାଲି ଅପରାହ୍ନରେ ସ୍ଥାନୀୟ ରାଜୀବ ଗାନ୍ଧୀ ଷ୍ଟାଡିୟମ ପରିସରରେ କ୍ରିକେଟ୍ ଖେଳୁଥିବା ବେଳେ ବଜ୍ରପାତ ଘଟି ଜଣେ ଛାତ୍ର ଅରମାନ୍ ଧୀର(୧୮)ଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକଙ୍କ ଘର ଗଡ଼ମଧୁପୁର ହୋଇଥିବା ବେଳେ ସେ ଏଠାରେ ରହି ପାଠ ପଢ଼ୁଥିଲେ । ଚଳିତ ବର୍ଷ ଛାତ୍ର ଜଣକ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । ଅପରାହ୍ନ ୫ଟା ସମୟରେ ପ୍ରବଳ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି ଓ ବଜ୍ରପାତ ହୋଇଥିଲା । ସେ ଖେଳୁଥିବା ସମୟରେ ବଜ୍ରପାତରେ ସେ ସେହିଠାରେ ଟଳି ପଡ଼ିଥିଲେ । କ୍ରୀଡ଼ାବିତ୍ ବି.ଏସ୍‌.କେ ସାମଲ ଓ ସାଥି ଛାତ୍ରମାନେ ତାଙ୍କୁ ତୁରନ୍ତ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close