କୋରେଇ ରାଜନୀତିରେ ପୁଣି ହଟଚମଟ, ବିଜେପି ଛାଡିଲେ ପୂର୍ବତନ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ଓ ତାଙ୍କ ସମର୍ଥକ, ଖୁବ୍‌ଶୀଘ୍ର ବିଜେଡ଼ିରେ ଯୋଗ ଦେଇପାରନ୍ତି

ବ୍ୟାସନଗର, ୦୫ା୦୫(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଆଜି ରାଜ୍ୟର ମର୍ଯ୍ୟଦାପୂର୍ଣ୍ଣ କୋରାଇ ବିଧାନସଭା ମଣ୍ଡଳୀରେ ଏକ ବଡ଼ ଖବର ଆସିଛି । ପୂର୍ବରୁ ଦୁଇ ଦୁଇ ଥର ବିଧାୟକ ପ୍ରାର୍ଥୀ ହୋଇଥିବା (୨୦୧୪ରେ ଜାତୀୟ କଂଗ୍ରେସରୁ ଏବଂ ୨୦୧୯ରେ ବିଜେପିରୁ) ବିଶ୍ୱଜିତ୍ ନାୟକ (ବାବୁ) ଭାଜପା ଦଳ ଛାଡିଛନ୍ତି । ତାଙ୍କ ସହ ତାଙ୍କର ଅସଂଖ୍ୟ ସମର୍ଥକ, କର୍ମୀ ଓ ନେତା ମଧ୍ୟ ଦଳ ତ୍ୟାଗ କରିଛନ୍ତି । କିଛି ଦିନ ତଳୁ ସେ ଦଳ ଛାଡୁଥିବାର ଚର୍ଚ୍ଚା ହେଉଥିଲା । ପୂର୍ବତନ ବିଧାୟକ ଆକାଶଦାସ ନାୟକଙ୍କୁ ବିଜେଡି ଟିକେଟ ନ ମିଳିବାର ଆଶଙ୍କା କରି ସେ ଦଳଛାଡି ବିଜେପିକୁ ଯିବା ପରେ ବିଜେପି ଟିକେଟ କମ ସମୟ ମଧ୍ୟରେ ତାଙ୍କୁ ମିଳିଥିଲା । ବିଶ୍ୱଜିତ୍ ଏହା ଉପରେ କ୍ଷୁବ୍ଧ ଥିଲେ । ବିଜେଡ଼ିର ରାଜ୍ୟ ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ସେ ଯୋଗାଯୋଗରେ ଥିଲେ ବୋଲି ଶୁଣାଯାଉଥିଲା । ଶେଷ ମୂହୂର୍ତ୍ତରେ ଓଡ଼ିଶାର ବିଶିଷ୍ଟ ଜନନେତା ତଥା କୋରେଇର ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ପ୍ରଣବ ପ୍ରକାଶଙ୍କ ମାଆ ସନ୍ଧ୍ୟାରାଣୀ ଦାସ (ସଞ୍ଜୁ ଦେବୀ)ଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ଉଷ୍ଣତା ବେଶ ବଢ଼ିଯାଇଛି । ସଞ୍ଜୁ ଦେବୀଙ୍କୁ ଜିତାଇବା ପାଇଁ ବିଭିନ୍ନ ରଣ କୈାଶଳ ଜାରୀ ରହିଛି । ଏହି କ୍ରମରେ ବିଶ୍ୱଜିତ୍‌ଙ୍କୁ ଦଳରେ ସାମିଲ କରି ସହଜ ବିଜୟ ପାଇଁ ଚିନ୍ତା କରାଯାଇଛି । ଆଜି ବାବୁଙ୍କ ସଂଗରେ ଏକକାଳୀନ ବହୁ ନେତା ଭାଜପାରୁ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି । ଆସନ୍ତା ୦୮ ତାରିଖରେ ସଞ୍ଜୁ ଦେବୀଙ୍କୁ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ହେଉଥିବା ବିଶାଳ ସମାବେଶରେ ବିଶ୍ୱଜିତ୍ ଏବଂ ତାଙ୍କ ଅସଂଖ୍ୟ ସମର୍ଥକମାନେ ବିଜେଡ଼ିରେ ସାମିଲ ହୋଇପାରନ୍ତି । ଏହି ସମାବେଶରେ ବିଜେଡ଼ିର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଯୋଗ ଦେଇପାରନ୍ତି । ସଞ୍ଜୁ ଦେବୀଙ୍କୁ ଜିତାଇବା ପାଇଁ ତାଙ୍କ ପୁତୁରା ଭବ ପ୍ରସାଦ ଦାସ (ଲଲ) ଯାଜପୁରରୋଡ, ପାଣିକୋଇଲି ସମେତ କୋରେଇର ବିଭିନ୍ନ ପଂଚାୟତରେ ଡେରା ପକାଇ ବିଭିନ୍ନ ରଣନୀତି ଆପଣେଇବାରେ ବ୍ୟସ୍ତ ରହିଛନ୍ତି । ଅନ୍ୟପଟେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପିର ଆକାଶଦାସ ନାୟକ ବହୁ ପୂର୍ବରୁ ନିଜ ସପକ୍ଷରେ ପ୍ରଚାର ଚଳାଇଛନ୍ତି । କୁହାଯାଉଛି ଯେ, ବିଶ୍ୱଜିତ୍‌ଙ୍କ ରାଜନୈତିକ ଅଭିଜ୍ଞତା ଓ କୋରେଇ ଗ୍ରାମାଂଚଳରେ ଭଲ ସଂଗଠନ ରହିଛି । ସେ ବିଜେଡିରେ ଯୋଗ ଦେଲେ ବିଜେଡ଼ିର ଶକ୍ତି ବୃଦ୍ଧି ହେବ । ଅପରପକ୍ଷରେ ଆଉ ଜଣେ ବିଜେପି ଯୁବ ନେତା ବିଜେଡ଼ିରେ ଯୋଗ ଦେବାର ସମ୍ଭାବନା ଥିବା ବେଳେ ଆଉ ଜଣେ ବିଜେଡି ଟିକେଟ ଆଶାୟୀ ଯୁବ ନେତା କୁଆଡେ ଦଳ ଛାଡି ପାରନ୍ତି । ତେଣୁ କେରାଇ ରାଜନୀତିରେ ଘଡିକେ ଘୋଡା ଛୁଟିଲା ଭଳି ଅବସ୍ଥା ସୃଷ୍ଟି ହୋଇଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close