ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କୁ ତାଲିମ ପ୍ରଦାନ

ଯାଜପୁର,୦୪/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଭାରତର ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ମତେ ଯାଜପୁର ଜିଲ୍ଲାରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଆଗାମୀ ଜୁନ୍ ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ବିଧିକୁ ଜିଲ୍ଲାରେ କଡାକଡି ପାଳନ କରିବା ସହ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିଜ ଆକାଉଣ୍ଟିଂ ଟିମ୍ ସହିତ ରାଜନୈତିକ ଦଳ, ରାଜନୈତିକ ଦଳ ପ୍ରାର୍ଥୀ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀ, ତାରକା ପ୍ରଚାରକ, ବିଭିନ୍ନ ସଭା ସମିତି, ରାଲି ଆଦିର ଖର୍ଚ୍ଚକୁ ଅନୁଧ୍ୟାନ, ନିରୀକ୍ଷଣ, ପରୀକ୍ଷଣ ପୂର୍ବକ ସଂପୃକ୍ତ ରାଜନୈତିଦ ଦଳ ଓ ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ତାଲିକାରେ ଲିପିବଦ୍ଧ କରିବାଜନିତ ପ୍ରକ୍ରିୟା ସମ୍ୱନ୍ଧରେ ଆଜି ପୂର୍ବାହ୍ନରେ ଜିଲ୍ଳା ପରିଷଦ ମିନି ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଅଶୋକ କୁମାର ବେହୁରିଆ ଅଧ୍ୟକ୍ଷତା କରି ସୁବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସହକାରୀ ପର୍ଯ୍ୟବେକ୍ଷକମାନେ ସେମାନଙ୍କ ଆକାଉଣ୍ଟିଂ ଟିମ୍ ସହଯୋଗରେ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍‌, ଭିଡିଓ ସର୍ଭେଲାନ୍ସ ଟିମ୍‌, ଭିଡିଓ ଭିଉଇଂ ଟିମ୍‌, ପଂ୍ଳାଇଂ ସ୍କ୍ୱାର୍ଡ ସହ ଉତମ ସମନ୍ୱୟ ରକ୍ଷାକରି ପ୍ରାର୍ଥୀ ମାନଙ୍କର ବିଭିନ୍ନ ସଭା, ସମିତି, ଯାନବାହାନ ବ୍ୟବହାର କରି ନିର୍ବାଚନ ପ୍ରଚାର କରୁଥିବା ଖର୍ଚ୍ଚ ଗୁଡିକୁ ସାଡୋ ରେଜିଷ୍ଟରରେ ଲିପିବଦ୍ଧ କରିବା ଆଦି ସଂପର୍କରେ ପାୱାର ପଏଣ୍ଟ ଉପକରଣରେ ଓଡିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ କୁମାର ପାଢୀ ଅବଗତ କରାଇଥିଲେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେହୁରିଆ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କୁ ଦୈନନ୍ଦିନ ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶ ଥାଉ କି, ଯାଜପୁର ସାଧାରଣ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ନୂଆ ଦିଲ୍ଲା ୮-ଯାଜପୁର ଲୋକସଭା ଆସନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏ.ଭି.ଟି. ଭାରତୀ ଭୂଷଣ, ଆଇ.ଆର୍‌.ଏସ୍‌.ଙ୍କୁ, ୫୨-ଯାଜପୁର, ୫୩-କୋରାଇ ଓ ୫୪-ସୁକିନ୍ଦା ବିଧାନସଭା ଆସନ ପାଇଁ ଅଭିଷେକ କୁମାର, ଆଇ.ଆର୍‌.ଏସ୍‌.ଙ୍କୁ, ୪୮-ବିଂଝାରପୁର, ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା ବିଧାନସଭା ଆସନ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଅମିତ ପ୍ରତାପ ସିଂ, ଆଇ.ଆର୍‌.ଏ.ଏସ୍‌.ଙ୍କୁ ନିଯୁକ୍ତି କରିଚ୍ଥନ୍ତି ବୋଲି ସୂଚନା ମିଳିଚ୍ଥି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହକାରୀ ଆୟୁକ୍ତ, ସିଟିଜିଏସ୍‌ଟି, ଜିଲ୍ଲାସ୍ତରୀୟ ସିଟିଜିଏସ୍‌ଟି ଅଧିକାରୀ, ଅତିରିକ୍ତ ସିଟିଜିଏସ୍‌ଟି ଅଧିକାରୀ ଏବଂ ସେମାନଙ୍କ କାର୍ଯ୍ୟାଳୟର ବରିଷ୍ଠ ଓ କନିଷ୍ଠ ସହାୟକ/ସହାୟିକା ମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close