ଶେଷରେ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କୁ ମିଳିଲା କୋରେଇ ବିଜେଡ଼ି ଟିକେଟ, ବଦଳିଲେ ଦେବଗଡ଼ ବିଜେଡି ପ୍ରାର୍ଥନୀ

ବ୍ୟାସନଗର/ଦେବଗଡ଼, ୨/୫(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଆଜି ସବୁକଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟର ମର୍ଯ୍ୟଦାପୂର୍ଣ୍ଣ କୋରେଇ ଆସନ ଦିନେ ଓଡ଼ିଶାର ବିଶିଷ୍ଟ ଜନନେତା ୰ ଅଶୋକ ଦାସଙ୍କ ପାଇଁ ସମଗ୍ର ରାଜ୍ୟରେ ବେଶ ପରିଚିତ ଥିଲା । ଆଜି ସେହି ସ୍ଥାନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କର ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କୁ ସୁଯୋଗ ଦେଇଛନ୍ତି । ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୪ଟିରେ ଶାସକ ବିଜେଡ଼ି ଦଳ ପକ୍ଷରୁ ଟିକେଟ ଦିଆଯାଇଥିବା ବେଳେ କୋରାଇ ବିଧାନସଭା ମଣ୍ଡଳୀ ସହ ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନ ଥିବାରୁ ଅହେତୁକ ବିଳମ୍ବ ପାଇଁ କର୍ମୀମାନେ ଦ୍ୱନ୍ଦରେ ଥିଲେ। ଆଜି ବଳକା ୦୩ ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦେବଗଡ଼ରେ ପ୍ରାର୍ଥୀ ବଦଳାଇଛି । ଦେବଗଡ଼ ବିଧାନସଭାରୁ ଦେବଗଡ଼ର ରାଣୀ ତଥା ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଟିକେଟ ପାଇଥିଲେ । ହେଲେ ତାଙ୍କର ସ୍ୱାମୀ ବିଜେପି ପାଇଁ କାମ କରିବେ ବୋଲି କହିବା ପରେ ସମ୍ବଲପୁରରୁ ଲଢ଼ୁଥିବା ସାଂସଦ ପ୍ରାର୍ଥୀ ତଥା ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିଲା । ଏହାଛଡ଼ା ଦେବଗଡ଼ର ରାଜା ଓ ରାଣୀଙ୍କ ଉପରେ ଅଧିକାଂଶ ଭୋଟର ଖପ୍ପା ଥିବାର ଜଣାଯାଇଛି । ସେ ନିର୍ବାଚନ ଜିତିବା ପରେ ବମ୍ବେରେ ଅବସ୍ଥାନ କରୁଥିବା ବେଳେ ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଇ ନ ଥାନ୍ତି । ଦେବଗଡ଼ରେ ବିଜେପି ପ୍ରାର୍ଥୀ ସୁବାସ ପାଣି ଏଥର ଭଲ ସ୍ଥିତିରେ ଥିଲେ ଓ ରାଣୀ ଅରୁନ୍ଧତୀ ଦେବୀ ହାରିଯିବାର ଜଣାପଡ଼ୁଥିଲା । ତେଣୁ ଶେଷ ମୂହୂର୍ତରେ ରାଣୀଙ୍କୁ ବଦଳାଯାଇ ବିଜେଡ଼ି ରୋମାଂଚ ରଞ୍ଜନ ବିଶ୍ୱାଳଙ୍କ ଉପରେ ଭରସା କରିଛି ।

ଏଣେ ଖଣ୍ଡପଡା ପାଇଁ ଅନୁଭବ ପଟ୍ଟନାୟକ ଆଶା ରଖିଥିବା ବେଳେ ଦଳ ମହିଳା କାର୍ଡ ଖେଳି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଆସନ ପାଇଁ ଅଙ୍କ ଛିଡୁ ନ ଥିବା ବେଳେ ଶେଷରେ ସୁକାନ୍ତ ନାୟକଙ୍କ ଉପରେ ଦଳ ଭରସା କରିଛି । ସବୁଠାରୁ ଉଲ୍ଲେଖନୀୟ ଘଟାଣାକ୍ରମେ ଯାଜପୁର ଜିଲ୍ଲା କୋରେଇ ଆସନରେ ଓଡ଼ିଶାର ବିଶିଷ୍ଟ ଜନନେତା ତଥା କୋରେଇର ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ବିଜେଡ଼ିର ରାଜ୍ୟ ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ ଦେଇ ଦଳ ମହିଳା କାର୍ଡ ଖେଳିବା ସହ ପ୍ରଣବଙ୍କ ରାଜନୈତିକ ଦବଦବାକୁ ସ୍ପଷ୍ଟ କରିଛି । ବେଶ କିଛି ଦିନ ହେବ ତାଙ୍କ ନାମ ଚର୍ଚ୍ଚାରେ ରହିଆସିଥିଲା । ଗତ ୩୦/୦୪ରେ ପ୍ରଣବ ପ୍ରକାଶ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଜିଂଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ଆଜି ମୁଖ୍ୟମନ୍ତ୍ରୀ କଂଟାବାଂଝି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ଷମତାକେନ୍ଦ୍ର ବ୍ୟସ୍ତ ଥିଲେ । ଆଜି ମୁଖ୍ୟମନ୍ତ୍ରୀ ସେଠାରେ ନାମାଙ୍କନ ପତ୍ର ଦାଖଲ କରିବାର ପରେ ପରେ ବଳକା ୦୩ ଆସନର ପ୍ରାର୍ଥୀ ଘୋଷଣା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close