ଆଳୁ ଦର ଆକାଶ ଛୁଆଁ; ଚିନ୍ତାରେ ଖାଉଟି

ଭୁବନେଶ୍ୱର,(ଉ. ନ୍ୟୁଜ୍ ବ୍ୟୁରୋ): ହରଡ଼ ଡାଲି ଓ ପାମୋଲିନ୍ ତେଲ ପରେ ଏବେ ଆଳୁ ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ବୃଦ୍ଧି ହୋଇ କିଲୋ ପିଛା ୩୦ ଟଙ୍କା ହେଲାଣି । ଗତ ୧୫ ଦିନରେ ୧୦ ଟଙ୍କା ମହଙ୍ଗା ହୋଇଗଲାଣି । ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା । ଗତ ସପ୍ତାହରେ ଏହି ଦର କିଲୋ ପ୍ରତି ୨୫ ଟଙ୍କାରେ ପହଂଚିଥିଲା । ରୋଷେଇ ଘରେ ଏହାକୁ ଏକ ଆବଶ୍ୟକୀୟ ସାମଗ୍ରୀ କୁହାଯାଉଥିବା ବେଳେ ଲଗାତାର ବଢ଼ୁଥିବା ଦର ମଧ୍ୟବିତଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଛି । ପାଇକାରୀ ଦର ୨୨ ଟଙ୍କା ରହୁଥିବା ବେଳେ ଖୁଚୁରା ବଜାରରେ ଏହି ଦର ୩୦ ଟଙ୍କା ଅତିକ୍ରମ କରିଛି । ଏନେଇ ଖୁଚୁରା ବେପାରୀ କହିଛନ୍ତି, ଯେହେତୁ ପାଇକାରୀ ବଜାରରେ ଆଳୁ ଦର ପ୍ରତିଦିନ ବଢ଼ୁଛି, ତେଣୁ ସେମାନେ ଦର ବଢ଼ାଇବାକୁ ବାଧ୍ୟ ହେଉଛିନ୍ତି । ଏଥିରେ ପୁଣି ଗାଡ଼ି ଭଡ଼ା ଓ ମଜୁରୀ ମିଶାଇ ପରେ ଦର ବୃଦ୍ଧି ହେବା ସ୍ୱାଭାବିକ ବୋଲି ବ୍ୟବସାୟୀମାନେ କହୁଛନ୍ତି । ଅନ୍ୟପଟେ ପାଇକାରୀ ବ୍ୟବସାୟୀଙ୍କ ସୂଚନାନୁସାରେ ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ଉତ୍ପାଦନ ହେଉନାହିଁ । ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି । ଗତ କିଛି ଦିନ ହେଲା ପଶ୍ଚିମବଙ୍ଗ ଶୀତଳଭଣ୍ଡାରରେ ନୂଆ ଆଳୁ ଲୋଡିଂ ଚାଲିଥିବା ବେଳେ ଉତରପ୍ରଦେଶ ଆଳୁ ବର୍ତମାନ ଯାଏ ଓଡ଼ିଶାରେ ନ ପଂହଚିବା ଦର ବୃଦ୍ଧିର ମୁଖ୍ୟ କାରଣ । ତେଣୁ ବଜାରରେ ଆଳୁର ଅଭାବ ଦେଖାଦେଇଛି । ଏବେଠୁ ଲୋକଙ୍କୁ ଆଳୁ ଚାଷ ପାଇଁ ପ୍ରୋତ୍ସାହିତ ନ କରାଗଲେ ଆଗାମୀ ଦିନରେ ଭାରତରେ ମଧ୍ୟ ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଘନେଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close