ଡୁବୁରି ଛକ ନିକଟରେ ଜଳଛତ୍ର ଶୁଭାରମ୍ଭ

ଡୁବୁରି,(ଉ, ନ୍ୟୁଜ୍ ବ୍ୟୁରୋ): ରାଜ୍ୟରେ ପଷ୍ଠକ୍ଟ୍ରତ୍ପ ଗ୍ରୀଷ୍ମ ପ୍ରବାହ ଚାରିଆଡେ ଜାରି ରହିଥିବା ବେଳେ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ସକାଳ ୯ ଘଟିକାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ଏହାକୁ ଆଖି ଆଗରେ ରଖି କଳିଙ୍ଗନଗର ବାରଗାଡ଼ିଆ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଡୁବୁରୀ ଛକ ନିକଟରେ ଜଳଛତ୍ର କେନ୍ଦ୍ର ଉଦ୍‌ଘାଟନ କରିଥିବା ଦେଖିବାକୁ ମିଳିଛି । ଆକାଶରୁ ଅଗ୍ନିବର୍ଷା ଥମିବାର ନାଁ ନନେଉଥିବା ବେଳେ ବାରଗାଡ଼ିଆ ଗ୍ରାମର ପ୍ରଭାସ କୁମାର ଦେଓ ଏକ ଜଳଛତ୍ର ଉଦ୍ଘାଟନ କରିବା ସହ ରାସ୍ତାରେ ଯାଉଥିବା ଶୋଷିଲା ଲୋକଙ୍କ ଶୋଷ ମେଂଟାଇବା ପାଇଁ ଜଳଛତ୍ର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି । ଗ୍ରାମର ସରପଂଚ ପ୍ରଦୀପ ଦେଓ, ସମ୍ରାଟ କିଶୋରୀ ଦେଓ, ରବୀନ୍ଦ୍ର ଦେଓ(ବଣିକ ସଂଘ ସଭାପତି, କଳିଙ୍ଗ ନଗର), ଗୋପାଳ ଚନ୍ଦ୍ର ଦେଓ, ଅବିନାଶ ଶତପଥି, ଦିପକ ଦେଓ, ବିଶ୍ୱନାଥ ସେଠୀ, ମନୋରଞ୍ଜନ ଦେଓ, ସତ୍ୟଜିତ୍ ଦେଓ, ସୌମ୍ୟରଞ୍ଜନ ରାଜ, ଦନଞ୍ଜୟ ଦେଓ, ଦେବାଶିଷ ଦେଓ, ଯୁଗଳ କିଶୋର ସାହୁ ବାରଗାଡ଼ିଆ ଗ୍ରାମର ବହୁ ଗୁରୁଜନଙ୍କ ଉପସ୍ଥିତିରେ ଜଳଛତ୍ର ଉଦ୍‌ଗାଟନ ହୋଇଥିଲା । ଗ୍ରୀଷ୍ମ ପ୍ରବାହ ଦୂର ନହେବା ପର୍ଯ୍ୟନ୍ତ ଆଗକୁ ଜଳଛତ୍ରଟି ଲୋକଙ୍କ ଶୋଷ ମେଂଟାଇବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସୂଚନା ମିଳିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close