ବ୍ୟାସନଗରରେ ନବ ଉତ୍କଳ ମହିଳା ସମିତି ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ

ବ୍ୟାସନଗର: ଆଜି ତା ୧୯-୦୪-୨୪ରିଖ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରାସ୍ତା ଘାଟରେ ଜଳ ପାଇଁ ହା ହା କାର ହେଉଥିବାବେଳେ ପ୍ରତ୍ୟେକ ଦିନ ବ୍ୟାସନଗର ସହରର ମୁଖ୍ୟ କାର୍ଯ୍ୟାଳୟ ଭାବେ ପୌର କାର୍ଯ୍ୟାଳୟ ଓ ବ୍ୟାସନଗର ତହସିଲ କାର୍ଯ୍ୟାଳୟକୁ ଶହ ଶହ ସଂଖ୍ୟାରେ ଜନସାଧାରଣ ଆସୁଥିବାରୁ, ଏହାକୁ ଦୃଷ୍ଟି ଦେଇ ବ୍ୟାସନଗର ମୁନିସିପାଲିଟି ଓ ତହସିଲ କାର୍ଯ୍ୟାଳୟ ନିକଟରେ ନବ ଉତ୍କଳ ମହିଳା ସମିତି ପକ୍ଷରୁ ଜଳଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି ଉଦଘାଟନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ପୌର ଅଧକ୍ଷ୍ୟା ସଙ୍ଗୀତା ପିଙ୍ଗୁଆ ଓ ବ୍ୟାସନଗର ତହସିଲର ବରିଷ୍ଠ କିରାଣୀ ସୁକାନ୍ତ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ନବ ଉତ୍କଳ ମହିଳା ସମିତିର ସଭାନେତ୍ରୀ ଅମୂଲୀ ପହି ନିଜ ବକ୍ତବ୍ୟରେ କହିଲେ କି ଜଳ ଦାନ କାର୍ଯ୍ୟକ୍ରମ ଗ୍ରୀଷ୍ମ ପ୍ରବାହ ଚାଲିଥିବା ପର୍ଯ୍ୟନ୍ତ ଜାରି ରଖିବାକୁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମିତିର ମମତା ବର୍ଦ୍ଧନ, ଯେମାମଣି କଅଁର, ପ୍ରଭାତୀ ଲେଙ୍କା, ସ୍ୱପ୍ନାରାଣୀ ସିଂ, ସୁନିତା ଦାସ, ଜଞ୍ଜାଳୀ ମଲ୍ଲିକ, ସୁଜାତା ମହାନ୍ତି, ଗୀତାରାଣୀ ନାୟକଙ୍କ ସମେତ ସମାଜସେବୀ ରତ୍ନାକର ଜେନା ଓ ପରମାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close