ବ୍ୟାସନଗର ସହରର କିଛି ୱାର୍ଡ଼ରେ ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍‌

ବ୍ୟାସନଗର,୧୯/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଗତ ପ୍ରାୟ ଏକ ସପ୍ତାହ ହେଲା ବ୍ୟାସନଗର ସହରର ୦୨ ନଂ ଓ ୩ନଂ ୱାର୍ଡ଼ରେ ଦିନରାତି ୨୪ ଘଂଟା ଷ୍ଟ୍ରିଟ୍ ଲାଇଟ୍ ଜଳୁଥିବାର ଦେଖାଯାଉଛି । ବର୍ତମାନ ଗ୍ରୀଷ୍ମ ଋତୁ ଚାଲୁଥିବା ସମୟରେ ବିଦ୍ୟୁତ୍ ଶକ୍ତିର ଉତ୍ପାଦନ ପ୍ରାୟତଃ କମ୍ ହେଉଥିବା ବେଳେ ଖାଉଟିଙ୍କର ଆବଶ୍ୟକତା କିନ୍ତୁ ଅଧିକ ହୋଇଥାଏ । ଏପରି ପରିସ୍ଥିତିରେ ବିଦ୍ୟୁତର ଅପଚୟ ସାଧାରଣତଃ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷର କାରଣ ପାଲଟିଛି । ବିଦ୍ୟୁତ୍ ଶକ୍ତିର ସଦୁପଯୋଗ କରିବା ନିମନ୍ତେ ବିଭିନ୍ନ ପ୍ରକାର ରୋକଟୋକ ଖାଉଟିଙ୍କ ଉପରେ ଲଗାଇବା ସହିତ ବିଦ୍ୟୁତ୍ ୟୁନିଟ୍ ପିଛା ଦର ବଢ଼ି ବଢ଼ି ଚାଲିଛି । ଏପରି ସ୍ଥଳେ ବୁଦ୍ଧିଜୀବୀମାନେ ବ୍ୟାସନଗର ସହରରେ ବିଦ୍ୟୁତ୍‌ର ଅପଚୟକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଫେରୋକ୍ରୋମ ରାସ୍ତାରେ ରିତିମତ ଭାବେ ସରକାରୀ ଅଧିକାରୀ ଯାତାୟାତ କରୁଥିଲେ ହେଁ ଏହା ଉପରେ ଦୃଷ୍ଟି ନପଡ଼ିବା ପରିତାପର ବିଷୟ । ଏହିଭଳି ଅପଚୟ ଯୋଗୁଁ ବିଜୁଳି ବିଲ୍ ଯଥେଷ୍ଟ ଅଧିକ ହେଉଥିବାର କୁହାଯାଉଛି । ପୌର ପ୍ରଶାସନ କାହିଁକି ଦୀର୍ଘ ଦିନର ଏହି ତ୍ରୁଟିକୁ ସଜାଡ଼ିବା ପାଇଁ ଆଗଭର ହେଉ ନାହିଁ ତାହା କ୍ଷୋଭର ବିଷୟ ପାଲଟିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close