ଯୋକଡ଼ିଆ ନିକଟସ୍ଥ ଖରସ୍ରୋତା ନଦୀରେ ଫେରୋକ୍ରୋମ ଅଂଚଳର ଦୁଇ ଭାଇ ନିଖୋଜ; ଖୋଜାଖୋଜି ଜାରୀ, ବିଭିନ୍ନ ମହଲରେ ଆଲୋଡ଼ନ

ବ୍ୟାସନଗର,୧୮/୦୪(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସହରରୁ ୦୫ କି.ମି ଦୂରରେ ଅବସ୍ଥିତ ଯୋକଡ଼ିଆ ନିକଟରେ ବହିଯାଇଥିବା ପ୍ରଖର ‘ଖରସ୍ରୋତା ନଦୀ’ରେ ବ୍ୟାସନଗର ସହରର ଫେରୋକ୍ରୋମ କଲୋନି ଗେଟ୍ ଅଂଚଳର ତଥା ୦୩ନଂ ୱାର୍ଡ଼ର ୦୫ ଜଣ ସାଂଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ବିପଦ ଭଂଜନ ସ୍ୱାଇଁଙ୍କ ୦୨ ନାତି, ଶିବାନନ୍ଦ କ୍ଲବର ଦୁଇ ଉଦୀୟମାନ ଯୁବକ ତଥା ଦୁଇଭାଇ ଶାଶ୍ୱତ କୁମାର ସ୍ୱାଇଁ (ଗୁଡୁ),୨୪ ବର୍ଷ  ଓ ସାନଭାଇ ସ୍ୱସ୍ତିକ ରଂଜନ ସ୍ୱାଇଁ (ସିପୁ), ୨୦ ବର୍ଷ, ଗଭୀର ନଦୀ ଜଳରେ ବୁଡ଼ିଯାଇ ନିଖୋଜ ହୋଇଥିବାର ଜଣାଯାଇଛି । ପ୍ରବଳ ଗରମ ପଡ଼ିଥିବା ବେଳେ ଏଥିରୁ ସାମୟିକ ଖୁସି ହେବା ପାଇଁ ନିକଟସ୍ଥ ଯୋକଡ଼ିଆ ଯାଇ ପାଂଚ ଜଣ ସାଙ୍ଗ ନଦୀ କୂଳରେ ପ୍ୟାଂଟ ସାର୍ଟ ରଖି ଗାଧୋଇବାକୁ ଯାଇଥିଲେ । ବାଡି ଜରିଆରେ ପାଣିର ଉଚ୍ଚତା ମାପୁଥିବା ବେଳେ ବଡ ଭାଇ ଗଣ୍ଡରେ ବୁଡ଼ି ଯାଇଥିଲେ । ବଡ ଭାଇ ନ ଉଠିବା ଫଳରେ ସାନ ଭାଇ ତାଙ୍କୁ ଖୋଜିବାକୁ ଯାଇଥିବା ବେଳେ ସେ ମଧ୍ୟ ଗଭୀର ଜଳରେ ଫସି ଯାଇଥିଲେ । ଅନ୍ୟ ୦୩ ଜଣ ସାଂଗ ଏକଥା ଦେଖି ଅବାକ ହୋଇଯାଇଥିଲେ । ଶାଶ୍ୱତ ବିବାହିତ ଅଟନ୍ତି । ତାଙ୍କର ବାପାଙ୍କ ନାମ ଶେଖର ସ୍ୱାଇଁ (ପାପୁୁ) । ତାଙ୍କ ଜେଜେ ବିପଦ ଭଂଜନ ସ୍ଥାନୀୟ ଫେରୋକ୍ରୋମ କାରଖାନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟକରି କିଛି ବର୍ଷ ତଳୁ ଅବସରଗ୍ରହଣ କରି ଫେରୋକ୍ରୋମ କଲୋନି ନିକଟସ୍ଥ ଶିବାନନ୍ଦନଗରରେ ବସବାସ କରୁଥିଲେ । ନିଖୋଜ ୦୨ ଭାଇଙ୍କ ମାଆ ଉତ୍କଟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ କିଛିଦିନ ପୂର୍ବେ ଅପେରେସନ୍ ହୋଇଥିଲେ । ଏକଥା ପ୍ରଘଟ ହେବା ପରେ ଯାଜପୁରରୋଡ଼ ଅଂଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ବହୁ ବ୍ୟକ୍ତି ଓ ଯୁବକ ଯୋକଡ଼ିଆକୁ ଯାଇ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ସେ ଦୁହିଁଙ୍କୁ ଏବେ ସୁଦ୍ଧା ଠାବ କରାଯାଇପାରିନାହିଁ । ପୋଲିସ, ଅଗ୍ନିଶମ ବିଭାଗ ଆଦି ଏକାର୍ଯ୍ୟରେ ନିୟୋଜିତ ଅଛନ୍ତି । ଘଟଣା ପରେ ଯୋକଡ଼ିଆ ଅଂଚଳ ଲୋକାରଣ୍ୟ ହୋଇପଡିଛି ।

ମିଳିଲା ୦୨ ଭାଇଙ୍କ ଶବ, ଯାଜପୁର ଦଶ୍ୱାଶମେଧ ଘାଟରେ ଚାଲିଛି ଶବ ସତ୍କାର

ଯୋକଡିଆ,୧୯/୦୪: ଆଜି ସକାଳେ ଯୋକଡିଆ ନୂଆ ପୋଲ ତଳେ ବଡ଼ ପୁଅ ଶାଶ୍ୱତ (ଗୁଡୁ)ର ଶବ ପାଣିରେ ଭାସୁଥିବା ବେଳେ ତାହାକୁ ଉଦ୍ଧାର କରାଯାଇଛି । ବାଲି ପଠାରେ ଶବ ରଖାଯିବା ପରେ ସେଠାରେ ନାହିଁ ନ ଥିବା ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଶବ ବ୍ୟବଚ୍ଛେଦ ପାଇଁ ତାହାକୁ ଦାନଗଦି ମେଡିକାଲକୁ ପଠାଇ ଦିଆଯାଇଥିବାର ଜଣାଯାଇଛି । ଏବେ ଏବେ ସାନଭାଇ ସ୍ୱସ୍ତିକର ଶବ ମିଳିଛି । ତାଙ୍କର ଶବକୁ ବ୍ୟବଚ୍ଛେଦ ପାଇଁ ଦାନଗଦି ସ୍ୱାସ୍ଥ୍ର‌୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି । ସାନ ଭାଇର ଶବ ବି ମିଳିଲା, ବିଭିନ୍ନ ମହଲରେ ଶୋକ ଓ ସମବେଦନା ୦୨ ଦୁଇଟା ଭେଣ୍ଡିଆ ପୁଅର ଏପରି ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରିବାର ପ୍ରତି ସମବେଦନା ବଢ଼ିବାରେ ଲାଗିଛି । ତାଙ୍କ ଘରକୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଛୁଅ ଛୁଟିଛି । ଆଜି ପୂର୍ବାହ୍ନରେ ଯାଜପୁରର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ (ଲଲ) ତାଙ୍କ ଘରକୁ ଆସି ସମବେଦନା ଜଣାଇବା ସହ ୦୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ସେହିପରି ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇ ତାଙ୍କ ଗୃହକୁ ଆସ ସମବେଦନା ଜଣାଇବା ସହ ୦୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଥିବାର ଜଣାଯାଇଛି । ପୂର୍ବତନ ବିଧାୟକ ତଥା ସିନେ ତାରକା ଆକାଶଦାସ ନାୟକ ମଧ୍ୟ ତାଙ୍କ ଘରକୁ ଆସି ସମବେଦନା ଜଣାଇ ଫେରିଯାଇଛନ୍ତି । ଆଜି ସନ୍ଧ୍ୟାରେ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ, ପୂର୍ବତନ ବ୍ୟାସନଗର ପୈାରାଧ୍ୟକ୍ଷା ତଥା କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀନି ବନ୍ଦିତା ପରିଡ଼ା ତାଙ୍କ ବାସଭବନରେ ପହଚିଂ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ୦୨ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏହି ନେତାମାନଙ୍କ ଛଡା ଆହୁରି ଅନେକ ନେତା, ସମାଜସେବୀ, ସାମ୍ବାଦିକ ଆଦି ତାଙ୍କ ଘରକୁ ଆସି ସମବେଦନା ଜଣାଇବା ସଂଗେ ସଂଗେ ପରିବାରକୁ ଏପରି ଅସମୟରେ ଭାଙ୍ଗି ନ ପଡିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ସୂଚନାଥାଉକି, ଆଜି ମଧ୍ୟାହ୍ନ ୨ଟା ୩୦ମି ପାଖାପାଖି ଶବ ବ୍ୟବଚ୍ଛେଦ ପରେ ଦାନଗଦିରୁ ୦୨ ଭାଇଙ୍କ ଶବ ଆସି ଫେରୋକ୍ରୋମ କଲୋନିଗେଟ୍‌ର ଶିବାନନ୍ଦନଗର ସ୍ଥିତ ତାଙ୍କ ବାସଭବନରେ ପହଚିଂଥିଲା । ସେଠାରୁ ଉଭୟଙ୍କୁ ସ୍ୱର୍ଗରଥ ଯାନରେ ଯାଜପୁର ସ୍ଥିତ ଦଶ୍ୱାଶମେଧ ଘାଟ ସ୍ଥିତ ଶଶ୍ମାନକୁ ସତ୍କାର ନିମନ୍ତେ ନିଆଯାଇଛି । ସେଠାରେ ଚେନ୍ନାଇରେ ରହୁଥିବା ତାଙ୍କ ଦାଦାଙ୍କ ବଡ଼ ପୁଅ କୁଟୁ ମୁଖାଗ୍ନୀ ଦେଇଥିଲେ ଏବଂ ୦୨ ଭାଇଙ୍କୁ ଗୋଟିରେ ଜୁଇରେ ଦାହ କରାଯାଇଥିଲା । ଏହି ସମୟରେ ଭାବାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close