Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

କିଶାନଙ୍କୁ ଧର୍ମଶାଳା, ବନ୍ଦିତାଙ୍କୁ ପୁଣି କୋରେଇରେ ପ୍ରାର୍ଥୀ କଲା କଂଗ୍ରେସ; ଏଣେ ଲିକୁଙ୍କ ଅଗଣିତ ସମର୍ଥକ ବିଶାଳ ସମାବେଶରେ ବିଜେପି ଟିକେଟ ପାଇଁ କଲେ ରଣହୁଙ୍କାର

ବ୍ୟାସନଗର, ୧୪ା୪(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଆଜି ଭାରତୀୟ ଜାତୀୟ କଂଗ୍ରେସ (ଆଇ.ଏନ୍‌.ସି) ପକ୍ଷରୁ ଓଡ଼ିଶାର ୭୫ ଜଣ ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ପ୍ରଦାନ କରାଯାଇଛି । ବିଳମ୍ବରେ ହେଲେ ଦଳ ବହୁ ପରଖି ନିରଖି ଦକ୍ଷ ତଥା ଅଭିଜ୍ଞମାନଙ୍କୁ ଦଳ ୨ୟ ଦଫାରେ ଟିକେଟ ପ୍ରଦାନ କରିଛି । ଏହି କ୍ରମରେ ଦଳ ପକ୍ଷରୁ ଉପକୂଳ ଓଡ଼ିଶାର ମର୍ଯ୍ୟଦାଜନକ ଯାଜପୁର ଜିଲ୍ଲାର କୋରେଇ, ଧର୍ମଶାଳା, ବରୀ, ଯାଜପୁର, ବିଝାଂରପୁର (ସରଂକ୍ଷିତ) ଆସନ ପାଇଁ ପ୍ରାର୍ଥୀ ଚୟନ କରିଛି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳ ଧର୍ମଶାଳାରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ନେତା କିଶାନ ପଣ୍ଡାଙ୍କୁ ଟିକେଟ ଦେଇଥିବା ବେଳେ କୋରେଇ ଆସନରେ ପୂର୍ବତନ ପୈାରାଧ୍ୟକ୍ଷା ତଥା ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ କୋରେଇରେ ଭାଜପା ସିନେ ତାରକା ତଥା ପୂର୍ବତନ ବିଧାୟକ ଆକାଶଦାସ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ । ଏଠାରୁ ଦଳ କାହାକୁ ପ୍ରାର୍ଥୀ କରିବ ଜଣାପଡୁ ନ ଥିବା ବେଳେ ବହୁ ଆଶାୟୀ ଟିକେଟ ଦୈାଡ଼ରେ ଅଛନ୍ତି । ହେଲେ ଏଠାରୁ କିଏ ପ୍ରାର୍ଥୀ ହେବ ସେକଥା ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ହିଁ ଜାଣନ୍ତି ବୋଲି କୁହାଯାଉଥିବା ବେଳେ ସର୍ବାଗ୍ରେ ତାଙ୍କ ମାଆ ତଥା ଓଡ଼ିଶାର ବିଶିଷ୍ଟ ଜନନେତା ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ସଞ୍ଜୁଲତା ଦାସଙ୍କ ନାମ ଶୁଣାଯାଉଛି । ତାଙ୍କୁ ପ୍ରାର୍ଥୀ କରାଗଲେ ବର୍ତମାନ ପରିସ୍ଥିତିରେ ଦେଖାଦେଇଥିବା ହଟଚମଟ ଥମିବା ସହ ତାଙ୍କ ବିଜୟର ପଥ ମଧ୍ୟ ସହଜସାଧ୍ୟ୍ୟ ହେବ ବୋଲି ଆକଳନ କରାଯାଉଛି । ତେବେ ସବୁ ନିଷ୍ପତି ବବିଙ୍କ ଉପରେ ନିର୍ଭର କରୁଛି ବୋଲି କେତେକ ବରିଷ୍ଠ ନେତା କହୁଛନ୍ତି ।
ଅପରପକ୍ଷରେ ଧର୍ମଶାଳାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ଭାଜପା ପକ୍ଷରୁ ସ୍ମୃତିରେଖା ପହିଙ୍କୁ ଦଳ ଟିକେଟ ଦେଇଛି । ଟିକେଟ ପାଇବାକୁ ମୁଖ୍ୟ ଦାବୀଦାର ଥିବା ହିମାଂଶୁ ସାହୁ (ଲିକୁ)ଙ୍କୁ ଦଳ ଟିକେଟ ଦେଇ ନ ଥିବାରୁ ତାଙ୍କର ହଜାର ହଜାର ସମର୍ଥକ ପ୍ରତିବାଦ କରିଆସୁଥିବା ବେଳେ ଆଜି ଜାରକା ମହୋତ୍ସବ ପଡ଼ିଆରେ ଏକ ବିଶାଳ ସମାବେଶ ଜରିଆରେ ଲିକୁ ତାଙ୍କ ଶକ୍ତି ପ୍ରଦର୍ଶନ କରି ଦଳୀୟ ଟିକେଟ ବଦଳାଇ ତାଙ୍କୁ ଟିକେଟ ଦେବା ପାଇଁ ଦାବୀ କରିଛନ୍ତି । ତାଙ୍କର ବହୁ ସମର୍ଥକ ଟିକେଟ ପରିବର୍ତନ ହେବାର ଆଶା ରଖିଛନ୍ତି । ହେଲେ ସମୟ କହିବ ଆଗକୁ କ’ଣ ହେବ । ହେଲେ ଆଜି କଂଗ୍ରେସ ପକ୍ଷରୁ ଭେଟେରାନ ନେତା କିଶାନ ପଣ୍ଡାଙ୍କୁ ଧର୍ମଶାଳା ଆସନରେ ଟିକେଟ ଦେଇଛି । ଏଥିରେ କିଶାନଙ୍କ ସମର୍ଥକ ଓ ଶୁଭେଚ୍ଛୁ ଉତ୍ସାହିତ ଥିବା ବେଳେ ଲିକୁଙ୍କ ଗୋଷ୍ଠୀ ଭାଜପା ଟିକେଟ ପାଇଁ ସଂଗ୍ରାମ ଜାରୀ ରଖିଛନ୍ତି । ଧର୍ମଶାଳାରେ ରାଜନୀତି ଏଥର ରୋଚକ ମୋଡ଼କୁ ଯାଉଥିବା ବେଳେ ଲିକୁଙ୍କ ପରବର୍ତୀ ପନ୍ଥା ଉପରେ ସଭିଙ୍କ ନଜର ରହିଛି । ଯାଜପୁର ଜିଲ୍ଲାର ବରୀ ଆସନରେ କଂଗ୍ରେସ ଆରତୀ ଦେଓ, ଯାଜପୁରରେ ସୁଦୀପ କୁମାର କର, ବିଂଝାରପୁର (ସରଂକ୍ଷିତ) ଆସନରେ କନକଲତା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଟାଣ ଖରାର ତାତିବି ବଢ଼ିବାରେ ଲାଗିଛି, ହେଲେ ଏହାକୁ ଖାତିର ନ କରି ଲଢ଼େଇ ଯୋରଦାର କରିବାକୁ ଗେମପ୍ଲାନ ବନାଇବାରେ ଦଳ ଓ ପ୍ରାର୍ଥୀ ଲାଗିପଡ଼ିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close