
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ସମୀକ୍ଷା ବୈଠକ
ଯାଜପୁର,୧୨/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ପୂର୍ବାହ୍ନରେ ଜିଲ୍ଲା ପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପୱନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ସମ୍ୱନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେôହରିଆ, ଉପ- ଜିଲ୍ଲା ପାଳ ଅଂଶୁମାନ ଶତପଥୀ, ଜିଲ୍ଲା ପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ, ଡେପୁଟି କଲେକ୍ଟର ସାଶ୍ୱତୀ ସାଡୁଆଲ, ଡେପୁଟି କଲେକ୍ଟର ତଥା ଏମ୍ସିଏମ୍ସି ନୋଡାଲ ଅପିଂସର ବରିଆଲ ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଡିଇଜିଏମ୍ ସାରଦା ପ୍ରସାଦ ଜେନା, ଟିମ୍ ଲିଡର ତଥା ଡିଏମ୍ଏପଂ୍ ଡଃ ସୁବାଶିଷ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ କ୍ଷୀରୋଦ କୁମାର ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ରେ ନିର୍ବାଚନ ସମୟରେ ଏମ୍ସିଏମ୍ସି ସେଲର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ୱନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ । ସେହିପରି ପୋଷ୍ଟାଲ ବାଲଟ ପେପର ନିର୍ଗମନ କରିବା ଓ ଭୋଟ ଦେବା, ରାଜନୈତିକ ଦଳ ଚିହ୍ନ ଓ ପିଂ୍ର ସିମ୍ୱଲ ପ୍ରାପ୍ତ ହେବା, ମହିଳା ଭୋଟର ମାନଙ୍କ ନିମନ୍ତେ ସଖୀ ବୁଥ୍ ପରିଚାଳନା, ପ୍ରେତ୍ୟେକ ବୁଥ୍ ମାନଙ୍କରେ ସର୍ବନିମ୍ନ ମୈାଳିକ ସୁବିଧା ଯୋଗାଇବା, ୮୫ ବର୍ଷରୁ ଅଧିକ ବୟସର ଭୋଟର, ଶତକଡା ୪୦%ରୁ ଅଧିକ ଭିନ୍ନକ୍ଷମ ଭୋଟର ମାନଙ୍କ ନିମନ୍ତେ ଆବଶ୍ୟକ ସ୍ଥଳେ ଘରେ ଭୋଟ ଦେବା ବ୍ୟବସ୍ଥା, ୱେବ୍ କାଷ୍ଟିଂ ବୁଥ୍, ଏମ୍ସିଏମ୍ସି ସେଲ, କଣ୍ଟ୍ରୋଲ ରୁମ୍କୁ ଇଂଟରନେଟ୍ ସେବା ଯୋଗାଇବା ଆଦି ସମ୍ୱନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରି ନିର୍ବାଚନ ପ୍ରକ୍ରିୟାରେ ସମୟାନୁବର୍ତିତା ହୋଇ ନିଷ୍ଠାପର ଭାବେ ସମସ୍ତ ଅଧିକାରୀ ତଥା କର୍ମଚାରୀ ଦାୟିତ୍ୱ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବୁଥ୍ ଲେବୁଲ ଅଧିକାରୀ ମାନଙ୍କର ଗୁରୁଦାୟିତ୍ୱ ଥିବା ହେତୁ ସେମାନେ କର୍ତବ୍ୟନିିଷ୍ଠା ଭାବେ ଦାୟିତ୍ୱ ସମ୍ପାଦନ କରିବାକୁ ଜିଲ୍ଲା ପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କ ସମେତ ୧୦ ବ୍ଳକର ବ୍ଳକ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ ।