ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ନିମିତ ଇଭିଏମ୍ ରାଣ୍ଡୋମାଇଜେସନ ଅନୁଷ୍ଠିତ

ଯାଜପୁର, ୦୯/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଳ୍‌ାରେ ଅନୁଷ୍ଠିତ ହେବାକୁ ଯାଊଥିବା ଚଳିତ ସାଧାରଣ ଲୋକସଭା ଓ ରାଜ୍ୟ ବିଧାନ ସଭା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଜିଲ୍ଳ୍‌ା ପ୍ରଶାସନ, ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଳ୍‌ାପାଳ ଓ ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ତଥା ଜିଲ୍ଳ୍‌ା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ କଲ୍ୟାଣ ଅହରହ ଉଦ୍ୟମ ଜାରି ରଖିଚ୍ଥନ୍ତି । ଯାଜପୁର ଲୋକ ସଭା ଆସନ (୮) ଅନ୍ତର୍ଗତ ବିଂଝାରପୁର (୪୮) ବିଧାନସଭା ନିର୍ବାଚନ ମଣ୍ଡଳୀ ବରୀ (୪୯), ବଡଚଣା (୫୦), ଧର୍ମଶାଳା (୫୧), ଯାଜପୁର (୫୨), କୋରାଇ (୫୩) ଏବଂ ସୁକିନ୍ଦା (୫୪) ବିଧାନ ସଭା ନିର୍ବଚନ ମଣ୍ଡଳୀ ଗୁଡିକରେ ଲୋକସଭା ଏବଂ ସଂପୃକ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀର ମତଦାନ ଆସନ୍ତା ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବ । ଯାଜପୁର ଲୋକ ସଭା ଆସନ (୮) ପାଇଁ ଜିଲ୍ଳ୍‌ାପାଳ ଓ ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ତଥା ଜିଲ୍ଳ୍‌ା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ କଲ୍ୟାଣ ରିଟର୍ଣ୍ଣିିଂ ଅପିଂସର ଭାବେ କାର୍ଯ୍ୟ କରିବା ସହ ବିଂଝାରପୁର (୪୮) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଳ୍‌ାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ବରୀ (୪୯) ପାଇଁ ଅତିରିକ୍ତ ଉପ-ଜିଲ୍ଳ୍‌ାପାଳ ଶ୍ରୀମତୀ ନରୁପମା ଜାଲି, ବଡଚଣା (୫୦) ଓ ଧର୍ମଶାଳା (୫୧) ପାଇଁ ଅତିରିକ୍ତ ଜିଲ୍ଳ୍‌ାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଯାଜପୁର (୫୨) ଓ କୋରାଇ ୫୩) ପାଇଁ ଉପ-ଜିଲ୍ଳ୍‌ାପାଳ ଶ୍ରୀ ଅଂଶୁମାନ ଶତପଥୀ ଏବଂ ସୁକିନ୍ଦା (୫୪) ପାଇଁ ଅତିରିକ୍ତ ଜିଲ୍ଳ୍‌ାପାଳ କଳିଙ୍ଗ ନଗର ଶ୍ରୀ ଲଙ୍କେଶ୍ୱର ଅମାତ ରିଟର୍ଣ୍ଣିିଂ ଅପିଂସର ଭାବେ କାର୍ଯ୍ୟ କରିବେ । ଗତକାଲି ଅପରାହ୍ନରେ ଜିଲ୍ଳ୍‌ାପାଳ ଓ ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ତଥା ଜିଲ୍ଳ୍‌ା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ କଲ୍ୟାଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିିଂ ଅପିଂସର, ସହକାରୀ ରିଟର୍ଣ୍ଣିିଂ ଅପିଂସର ଏବଂ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଜିଲ୍ଳ୍‌ା କୋଷାଗାର ସନ୍ନିକଟ ଓୟାର ହାଉସ୍ ଠାରେ ଇଭିଏମ୍ ଗୁଡିକର ରାଣ୍ଡୋମାଇଜେସନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ସମ୍ୱନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ ଆଦର୍ଶ ଆଚରଣ ବିଧି ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାଚନ ପରିଚାଳନା ପ୍ରକ୍ରିୟା ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ମତେ ଶାନ୍ତି ଶୃଙ୍ଖଳାର ସହ ଯେପରି ସମାପନ ହେବ ସେଥିପ୍ରତି ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିିଂ ଅପିଂସର, ସହକାରୀ ରିଟର୍ଣ୍ଣିିଂ ଅପିଂସର ଯତ୍ନବାନ ହେବାକୁ ଜିଲ୍ଳ୍‌ା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ କଲ୍ୟାଣ ନିର୍ଦ୍ଦେଶ ଦେବା ସହ ନିର୍ବାଚନ ପରିଚାଳନାରେ ସମସ୍ତ ରାଜନୈତିକ ଦଳ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close