ଯାଜପୁରରେ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ନିମିତ୍ତ ଇଭିଏମ୍ ରାଣ୍ଡୋମାଇଜେସନ ଅନୁଷ୍ଠିତ

ଯାଜପୁର, ୦୮ା୦୪(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଊଥିବା ଚଳିତ ସାଧାରଣ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ, ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ନିର୍ବାଚନ ଅଧିକାରୀ ନିଖିଲ ପୱନ କଲ୍ୟାଣ ଅହରହ ଉଦ୍ୟମ ଜାରି ରଖିଚ୍ଥନ୍ତି । ଯାଜପୁର ଲୋକସଭା ଆସନ (୮) ଅନ୍ତର୍ଗତ ବିଂଝାରପୁର (୪୮) ବିଧାନସଭା ନିର୍ବାଚନ ମଣ୍ଡଳୀ, ବରୀ (୪୯), ବଡଚଣା (୫୦), ଧର୍ମଶାଳା (୫୧), ଯାଜପୁର (୫୨), କୋରାଇ (୫୩) ଏବଂ ସୁକିନ୍ଦା (୫୪) ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକରେ ଲୋକସଭା ଏବଂ ସଂପୃକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାନ ଆସନ୍ତା ଜୁନ୍ ୦୧ ତାରିଖରେ ଅନୁଷ୍ଠିତ ହେବ । ଯାଜପୁର ଲୋକସଭା ଆସନ (୮) ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କଲ୍ୟାଣ ରିଟର୍ଣ୍ଣିିଂ ଅପିଂସର ଭାବେ କାର୍ଯ୍ୟ କରିବା ସହ ବିଂଝାରପୁର (୪୮) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ବରୀ (୪୯) ପାଇଁ ଅତିରିକ୍ତ ଉପ-ଜିଲ୍ଲାପାଳ ନରୁପମା ଜାଲି, ବଡଚଣା (୫୦) ଓ ଧର୍ମଶାଳା (୫୧) ପାଇଁ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଯାଜପୁର (୫୨) ଓ କୋରାଇ ୫୩) ପାଇଁ ଉପ-ଜିଲ୍ଲାପାଳ ଅଂଶୁମାନ ଶତପଥୀ ଏବଂ ସୁକିନ୍ଦା (୫୪) ପାଇଁ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଲଙ୍କେଶ୍ୱର ଅମାତ ରିଟର୍ଣ୍ଣିିଂ ଅପିଂସର ଭାବେ କାର୍ଯ୍ୟ କରିବେ ।
         ଆଜି ଅପରାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କଲ୍ୟାଣଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୦୭ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିିଂ ଅପିଂସର, ସହକାରୀ ରିଟର୍ଣ୍ଣିିଂ ଅପିଂସର ଏବଂ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲା କୋଷାଗାର ସନ୍ନିକଟ ଓୟାର ହାଉସ୍ ଠାରେ ଇଭିଏମ୍‌ଗୁଡିକର ରାଣ୍ଡୋମାଇଜେସନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ସମ୍ୱନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ ଆଦର୍ଶ ଆଚରଣ ବିଧି ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାଚନ ପରିଚାଳନା ପ୍ରକ୍ରିୟା ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶମତେ ଶାନ୍ତି ଶୃଙ୍ଖଳାର ସହ ଯେପରି ସମାପନ ହେବ ସେଥିପ୍ରତି ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିିଂ ଅପିଂସର, ସହକାରୀ ରିଟର୍ଣ୍ଣିିଂ ଅପିଂସର ଯତ୍ନବାନ ହେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପୱନ କଲ୍ୟାଣ ନିର୍ଦ୍ଦେଶ ଦେବା ସହ ନିର୍ବାଚନ ପରିଚାଳନାରେ ସମସ୍ତ ରାଜନୈତିକ ଦଳ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close