ଷ୍ଟିଲ ସିଟି ଲାୟନ୍ସ କ୍ଳବ୍ ପକ୍ଷରୁ ସାଇକ୍ଲୋଥନ୍‌

ବ୍ୟାସନଗର,୦୪/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଲାୟନ୍ସ କ୍ଲବ୍ ଷ୍ଟିଲ୍ ସିଟି ଯାଜପୁରରୋଡ଼ ପକ୍ଷରୁ ସାଇକ୍ଲୋଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚୋରଦା ଉତ୍କଳ ପଏଂଟରୁ ସାଇକେଲ ଶୋଭାଯାତ୍ରା ବାହାରି ମୁଖ୍ୟରାସ୍ତା, ରାଧାନାଥ ମାର୍ଗ, ଷ୍ଟେସନ ବଜାର ଦେଇ ଗୋପବନ୍ଧୁ ଛକରେ ପହଂଚିଥିଲା । ଗୋପବନ୍ଧୁ ଛକରୁ ଗୋପବନ୍ଧୁ ନଗର, ନହକା ବାଇପାସ୍ ଦେଇ ପୁଣି ଚୋରଦା ବାଇପାସ୍ ଛକସ୍ଥିତ ଉତ୍କଳ ପଏଂଟରେ ପହଂଚିଲା । ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସଚେତନତା, ଆତ୍ମ ନିର୍ଭରଶୀଳତା, ଆତ୍ମରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ଅନୁଷ୍ଠାନର ବ୍ୟକ୍ତି ଓ ଛୋଟ ଛୋଟ ପିଲା ସାମିଲ ହୋଇଥିଲେ । ଷ୍ଟେପ୍ ଆଣ୍ଡ ଷ୍ଟାଇଲର ନୃତ୍ୟ, ହିପ୍‌ହିପ୍ ଗ୍ରୁପ୍‌ର ଆତ୍ମରକ୍ଷା କୌଶଲ, ଅବଦୁଲ୍ ଆସିଫ୍ ଖାନ୍‌ର ଚିତ୍ରକଳା ପ୍ରଦର୍ଶନ ଓ ରୋଗୋ ଓଡ଼ିଶା ଅତ୍ୟାଧୁନିକ ରୋବୋଟିକ୍ ପ୍ରଶିକ୍ଷଣ ଶୋଭାଯାତ୍ରାରେ ସାମିଲ ହୋଇଥିଲା । କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ୍ ଯାଜପୁରରୋଡ଼ ଷ୍ଟିଲ୍ ସିଟି ପକ୍ଷରୁ ୩୨୨୫(ମି) ଡିଜି ଲାୟନ୍ସ ପ୍ରଲୁବ୍ଧ ଜେନା, ପିଡିଜି ପ୍ରଫୁଲ୍ଲ କୁମାର ସାମଲ, ଦେବଯାନୀ ପ୍ରଧାନ, ଜେଡିସି ବସନ୍ତ ପାତ୍ର, ପ୍ରିୟଦର୍ଶୀ ମହାରଣା, ସଭାପତି ମନୋଜ ରାଉତ, ଅନୁପ ଗୁପ୍ତା, ତନ୍ମୟ ପୃଷ୍ଟି, ଟିକାୟତ୍ ପାଲ, ପବନ ଓସ୍ୱାଲ, ସୁଷମା ଗୁପ୍ତା, ପ୍ରଭାତ ସାହୁ, ମୋନାଲିସା ସାହୁ, ଇତିଶ୍ରୀ ମହାରଣା, ସ୍ମିତା ଜେନା, ସେଲି ଓସ୍ୱାଲ, ରଶ୍ମୀ ମହାନ୍ତି, ରାଜୀବ ଲୋଚନ ରାଉତ, ପ୍ରଦ୍ୟୁମ୍ନ ନାୟକ, ଗଣେଶ ଜେନା, ସୁନିଲ ବାହେତି, ପ୍ରମୋଦ ଖୁଂଟିଆ ପ୍ରମୁଖ ସାମିଲ ହୋଇଥିଲେ । ଲାୟନ୍ସ କ୍ଲବ୍ ଷ୍ଟିଲ୍ ସିଟି ସଦସ୍ୟା ଜ୍ୟୋତି ଗୁପ୍ତା ମଂଚ ପରିଚାଳନା କରିଥିଲେ । ମାନସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close