Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

‘ଉଦୟବଟ’ ତରଫରୁ ଉତ୍କଳ ଦିବସ ପାଳିତ ଓ ସମ୍ବର୍ଦ୍ଧନା

ବ୍ୟାସନଗର, ୧ା୪(ଉ. ନ୍ୟୁଜ୍ ବ୍ୟୁରୋ): ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭିତିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇ ପାରିଥିଲା । ପୁନଶ୍ଚ, ୧୯୯୩ ମସିହା ଏପ୍ରିଲ ୦୧ ତାରିଖରେ ଯାଜପୁର ଏକ ସ୍ୱତନ୍ତ୍ର ଜିଲ୍ଳ୍‌ା ଭାବେ ଗଠିତ ହୋଇଥିଲା । ତେଣୁ ଏପ୍ରିଲ ୦୧ ତାରିଖ ସମସ୍ତ ଯାଜପୁରବାସୀଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ଏହି ପବିତ୍ର ଦିବସକୁ ‘ଉଦୟବଟ’ ପତ୍ରିକା ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ ସମ୍ମାନର ସହ ପାଳି ଆସୁଛି । ଏହାଛଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାମାନେ ଫଳକ ଆଦି ଲଗାଇବା ଉପରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଏବଂ ଶ୍ରମିକ ନେତା ଅରୁଣ କୁମାର ଦାସ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଭିଯୋଗ କରିଆସୁଛନ୍ତି । ତାହା ଏବେ ବହୁ ମାତ୍ରାରେ ମଧ୍ୟ ଫଳପ୍ରଦ ହୋଇଥିବାରୁ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ଶ୍ରୀ ରାଉତ ସାଧୁବାଦ ଜଣାଇଛନ୍ତି ।
ଗତକାଲି ସଂନ୍ଧ୍ୟାରେ ପବିତ୍ର “ଉତ୍କଳ ଦିବସ” ଉପଲକ୍ଷେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ, ସୁସାହିତ୍ୟିକ ତଥା ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା, ଶିକ୍ଷାବିତ୍ ନୃସିଂହ ଚରଣ ବଳ ଓ ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ବାରିକ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ଉତ୍କଳ ଦିବସ’ର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିବା ସହ ଉତ୍କଳୀୟ ଚେତନା ଭାବ ବଢ଼ାଇବା ପାଇଁ କହିଥିଲେ । ବରିଷ୍ଠ ସାମ୍ବାଦିକ ଉମାକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ସାଇସେବା ସଂସ୍ଥାର ରାସବିହାରୀ ପଣ୍ଡିତ, ବରିଷ୍ଠ ସମାଜସେବୀ ସନାତନ ପାତ୍ର, ଶିକ୍ଷକ ଦୀଲିପ କୁମାର ବେହେରା, ‘ଟାଟା ଷ୍ଟିଲ’ର ଅଧିକାରୀ ଶଶି କୁମାର, ବିଦ୍ୟୁତ୍‌ପ୍ରଭା ରାୟ, ସୁମିତ୍ରା ମିଶ୍ର, ପ୍ରଦୀପ ବାରିକ, ସୁମନ ରାୟ, ପ୍ରିତିପାଲ ସିଂ, ଅରୁଣ କୁମାର ଦାସ, ହରଦୟାଲ ସିଂ, ଚକ୍ରଧର ମଲ୍ଲିକ, ଭାରତ ଭୂଷଣ ରାଉତ, ପ୍ରଫୁଲ୍ଲ ବାରିକ, କଳିଙ୍ଗ କେଶରୀ ରାଉତ, ଗୋଲାପ ମଲ୍ଲିକ, ଭାରତୀ ବିଶ୍ୱାଳ, କାଂଚନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସୁସାହିତ୍ୟିକ ତଥା ‘ଉଦୟବଟ’ର ପ୍ରତିଷ୍ଠାତା ଶୁଭେଚ୍ଛୁ ଓ ନୂଆ କରି ଅଧ୍ୟକ୍ଷ ଭାର ଗ୍ରହଣ କରିଥିବା ଡ଼ଃ. ଅକ୍ଷୟ କୁମାର ପଣ୍ଡା ଏବଂ ‘ଟାଟା ଷ୍ଟିଲ’ର ଅଧିକାରୀ ଶଶି କୁମାରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close